Odisha news

ସିଗାରେଟ,ଗୁଟଖା,ବିଡିକୁ ନେଇ ପୋଲିସର ଦୋକାନ ରେ ଚଢାଉ , ବ୍ୟାପକ ସାମଗ୍ରୀ ଜବତ

0

ବାଲିଗୁଡା,୪/୯-; ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଥାନା ପରିସରରେ ଏକ ସାମ୍ବାଦିକସମ୍ମିଳନୀ କରି ସୁଚନା ଦେଇଡଛନ୍ତି । ସ୍ଥାନୀୟ ଆାଦିବାସୀ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଦୋକାନ ମାନଙ୍କରେ ଚଢାଉ କରିଥିଲେ ।ଏହି ଦୋକାନ ମାନଙ୍କରୁ ସିଗାରେଟ,ଗୁଟଖା,ବିଡି,ନାସ,ଖଇନି ଆଦି ଟବାକୋ ସାମଗ୍ରୀ ଜବତ କରିଛନ୍ତି । ୪୦୫କେଜିର ଟବାକୋ ସାମଗ୍ରୀ ଜବତ ହୋଇଛି । ପାଂଚଗୋଟି ଦୋକାନରୁ ଏହି ସବୁ ସାମଗ୍ରୀ ଜବତ ହୋଇଛି ରବିନ୍ଦ୍ର ସାହୁ,ସାବିତ୍ରୀ ପାତ୍ର,ମୁକ୍ତେ ଭୋଇ,ସନାତନ ସାହୁ ଓ କାର୍ତିକ ବେହେରା ଦୋକାନରୁ ଜବତ ହୋଇଛି । ଶିକ୍ଷାଅନୁଷ୍ଠାନର ଶହେ ମିଟର ପରିଧି ମଧ୍ୟରେ ଟବାକୋ,ନିଶାଦ୍ରବ୍ୟ ବିକ୍ରୀ କରିପାରିବେ ନାହିଁ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଅଂଚଳରେ ଏହି ସାମଗ୍ରୀ ବିକ୍ରି କରିଲେ ପୋଲିସ ନିଶ୍ଚୟ ଚଢାଉ କରିବ କାରଣ ୧୮ ବର୍ଷରୁ କମ ବୟସ ପିଲାମାନେ ନିଶାର ଶିକାର ହେଉଛନ୍ତି ବୋଲି କହିଛନ୍ତି ଉପଖଣ୍ଡ ଆରକ୍ଷୀ ଅଧିକାରୀ । ଆଇଆଇସି ସମ୍ବିତ ସ୍ୱାଇଁ,ଏସଆଇ ଜୁଗଳ କିଶୋର ନାୟକ ଉପସ୍ଥିତ ଥିଲେ ।

Leave A Reply