Odisha news

google ର ବଡ଼ ଆକ୍ସନ : ପ୍ଲେ ଷ୍ଟୋର ରୁ ଗୋଟିଏ ଝଟକା ରେ ଉଡାଇଲା ୭୭ ଟି ଆପ୍ସ , ଯାହାଦ୍ୱାରା ଲୋକେ ହେଉଥିଲେ ଠକାମୀ ର ଶିକାର

0

ଗୁଗୁଲ ପକ୍ଷରୁ ନିକଟରେ ପ୍ଲେ ଷ୍ଟୋର ରୁ ହାନିକାରକ ୭୭ ଟି ଆପ୍ସ କୁ ହଟାଇ ଦିଆଯାଇଛି l କିନ୍ତୁ ଏହି ପଦକ୍ଷେପ ମାତ୍ର ପ୍ରାରମ୍ଭିକ ପଦକ୍ଷେପ ଅଟେ ବୋଲି ଗୁଗୁଲ ପକ୍ଷରୁ କୁହାଯାଇଛି l ରିପୋର୍ଟସ ଅନୁସାରେ ଗତ ୧ବର୍ଷ ରେ ଗୁଗୁଲ ପାଖାପାଖି ୪୦ ଲକ୍ଷ ଆପ୍ସ ଡିଲିଟ କରିଛି, ଏହି ତଥ୍ୟ ଗୁଗୁଲ ର ଟ୍ରସଫରେନସି ରିପୋର୍ଟ ଅନୁସାରେ ଦିଆଯାଇଛି l ଏଥିରେ ଅଧିକାଂଶ ଆପ୍ସ କୁ ଡାଟା ପ୍ରାଇଭେସି ଏବଂ ପ୍ରୋଟେକ୍ସନ ଦୃଷ୍ଟିରୁ ହଟାଇ ଦିଆଯାଇଛି l

ଗୁଗୁଲ ପୂର୍ବରୁ ସୂଚନା ଦେଇଥିଲା ଯେ ସେ ଆପ୍ସ ର ନିୟମ କୁ କଡାକଡି କରିବ l ଫଳ ସ୍ୱରୂପ ଏହା କି ୨୦୨୪ ର ଆରମ୍ଭ ରେ ପ୍ଲେ ଷ୍ଟୋର ରୁ ପାଖାପାଖି ଅଧା ଆପ୍ସ ହଟାଇ ଦିଆଯାଇଛି l ବର୍ତମାନ ସେହି ଆପ୍ସ ଉପଲବ୍ଧ ହେବ ଯାହା ଗୁଗୁଲ ସାଇଡ  ରେ ଭେରିଫାଇ ହେବ l ଯଦି କୌଣସି ଆପ୍ସ ପ୍ଲେ ଷ୍ଟୋର ରୁ ହଟିଯିବ ତେବେ ଏହାର ଅର୍ଥ ସେହି ଆପ୍ସ ଗୁଗୁଲ ନିୟମ କୁ ଉଲଂଘନ କରିଛି l ଏବଂ ଆପଣ ସେହି ଆପ୍ସ କୁ ବ୍ୟବହାର କରିପାରିବେ କିନ୍ତୁ ଅପଡେଟ କରିପାରିବେ ନାହିଁ l ଯଦି ସେହି ବିପଦ ସୃଷ୍ଟିକାରୀ ହେବ ତେବେ ଗୁଗୁଲ ପ୍ଲେ ପ୍ରୋଟେକ୍ଟର ତାହାକୁ ଅନଇନଷ୍ଟାଲ କରିବାକୁ ନୋଟିସ ଜାରି କରିବ l ତେଣୁ ସୁରକ୍ଷିତ ରହିବ ପାଇଁ ସେହି ଆପ୍ସ କୁ ହଟାଇଦେବା ଜରୁରୀ l

ତେଣୁ କୌଣସି ଆପ୍ସ କୁ ଡାଉନଲୋଡ଼ କରିବା ପୂର୍ବରୁ ତାର ପରମିସନ, ରିଭିୟୁ ଏବଂ ଡେଭଲପର କୁ ଯାଞ୍ଚ କରିବା ଜରୁରୀ l  ଗୁଗୁଲ ୟୁଜର୍ସ ଙ୍କ ସୁବିଧା ପାଇଁ ବର୍ତମାନ ପ୍ଲେ ଷ୍ଟୋର ରେ ନୂଆ ଅନାଇନଷ୍ଟାଲ ବଟନ ଟେଷ୍ଟ କରୁଛି l ସୂଚନା ଯୋଗ୍ୟ ଯେ ଦୁନିଆରେ ୮୩୧ ରୁ ଉର୍ଧ୍ଵ ଫାଇନାନସିଆଲ ସଂସ୍ଥା କୁ ୭୭ ଟି ଆପ୍ସ ଟାର୍ଗେଟ କରିଥିଲେ, ଯାହାଙ୍କୁ ଗୁଗୁଲ ପ୍ଲେ ଷ୍ଟୋର ରୁ ହଟାଇଦିଆ ଯାଇଛି l ଏବଂ ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ୧ .୯ କୋଟିରୁ ଉର୍ଧ୍ଵ ଥର ଏହି ଆପ୍ସ କୁ  ଇଂସ୍ଟଲ କରାଯାଇଥିଲା l

Leave A Reply