Odisha news

କାହିଁକି ପୁରୁଷଙ୍କ ତୁଳନାରେ ମହିଳା ଅଧିକ ଏକ୍ସଟ୍ରା ମାରିଟାଲ ରଖୁଛନ୍ତି ? ଏକ୍ସପର୍ଟ ଙ୍କ ନିକଟରୁ ଜାଣନ୍ତୁ ଏହାର ସତ୍ୟତା

0
ବିବାହ ଗୋଟିଏ ଏଭଳି ବନ୍ଧନ ଯାହାକି ଭରସା ଏବଂ ବିଶ୍ୱାସ ରେ ଚାଲିଥାଏ, କିନ୍ତୁ ଯେତେବେଳେ ଏହି ସମ୍ପର୍କ ରେ କମି ଆସିଥାଏ ସେତେବେଳେ ଜଣେ ବାହାରେ ସାହାରା ଖୋଜିଥାଏ, ଏହାକୁ ଏକ୍ସଟ୍ରା ମାରିଟାଲ ଆଫେୟାର କୁହାଯାଇଥାଏ l କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ କଥାଟି ହେଲା ଯେ ମହିଳା ମାନେ ଏହି ମାମଲା ରେ ଅଲଗା ଅଲଗା କାରଣରୁ ସମ୍ପର୍କ ରେ ଆଗକୁ ବଢି ଥାଆନ୍ତି l

ପୁରୁଷ ମାନେ କାହିଁକି ଏକ୍ସଟ୍ରା ମାରିଟାଲ ଆଫେୟାର ରେ ଆସି ଥାଆନ୍ତି ?
– ରିଲେସନସିପ ଏକ୍ସପର୍ଟ ଙ୍କ ମତରେ ଅଧିକ ପୁରୁଷ ଫିଜିକାଲ ଆଟ୍ରାକ୍ସନ ଏବଂ ନିୟୁନେସ କାରଣରୁ ଏକ୍ସଟ୍ରା ମାରିଟାଲ ଆଫେୟାର ରେ ଆଗକୁ ବଢି ଥାଆନ୍ତି l
– ଅଧିକ ସମୟ ରେ ପୁରୁଷମାନେ ଅନୁଭବ କରନ୍ତି ଯେ ସମାନଙ୍କ ବୈବାହିକ ଜୀବନ ମୋନୋଟୋନସ ହୋଇ ଯାଇଥାଏ l
– କିଛି ପୁରୁଷଙ୍କ ପାଇଁ ଆଫେୟାର ଗୋଟିଏ ପ୍ରକାରର ଇଗୋ ବୁଷ୍ଟ କିମ୍ବା ଏକ୍ସସାଇଟମେଣ୍ଟ ଦେଉଥିବା ଏକ୍ସପେରିମେଣ୍ଟ ହୋଇଥାଏ l
– କିନ୍ତୁ ଅଧ୍ୟୟନ ରେ ବିଶେଷ ଭାବରେ କୁହାଯାଇଥାଏ ଯେ ପୁରୁଷ ମାନଙ୍କ ପାଇଁ ଫିଜିକାଲ ସାଟିସଫେକ୍ସନ ସବୁଠୁ ଗୁରୁତ୍ୱପୂର୍ଣ ହୋଇଥାଏ l
– ପୁରୁଷ ମାନଙ୍କ ପାଇଁ ସାଧାରଣ ଭାବରେ ଏହା ଗୋଟିଏ ଶାରୀରିକ ଆକର୍ଶଣ ଭାବରେ ସୀମିତ ରହିଥାଏ, ତେଣୁ ଏହାକୁ ସିରିୟସ ସମ୍ପର୍କ ଭାବରେ ଗ୍ରହଣ କରି ନଥାଆନ୍ତି l

ମହିଳା ମାନେ କାହିଁକି ଏକ୍ସଟ୍ରା ମାରିଟାଲ ଆଫେୟାର ରେ ଆସି ଥାଆନ୍ତି ?
– ମହିଳାଙ୍କ ମାମଲାରେ ଏହା ସାମାନ୍ୟ ଅଲଗା ହୋଇଥାଇ, ଏକ୍ସପର୍ଟ ଙ୍କ ମତରେ ମହିଳା ମାନେ ସେତେବେଳେ ଅଧିକ ଆଫେୟାର ଆଡକୁ ଆକର୍ଷିତ ହୋଇଥାଆନ୍ତି ଏବଂ ତାଙ୍କ ସ୍ୱାମୀ ଇମୋସନ କୁ ବୁଝିପାରି ନଥାଆନ୍ତି l
– ସେମାନେ ଗୋଟିଏ ଏଭଳି ସ୍ୱାମୀ କୁ ଖୋଜି ଥାଆନ୍ତି ଯିଏ ତାଙ୍କ ଇମୋସନ କୁ ବୁଝି ପାରୁଥିବ l
– ବିବାହ ରେ ଯଦି କମ୍ୟୁନିକେସନ କମି ଆସିଥାଏ ଏବଂ ସ୍ୱାମୀ ଙ୍କ ଆଟେନ୍ସନ୍ ମିଳି ନଥାଏ ସେତେବେଳେ ମହିଳା ମାନେ ଅନ୍ୟ ସ୍ଥାନରେ ସ୍ନେହ ଖୋଜି ଥାଆନ୍ତି l
– ଅର୍ଥାତ ମହିଳାମାନେ ଫିଜିକାଲ ଆଟ୍ରାକସନ ଆଡକୁ ଆକର୍ଷିତ ହୋଇ ନଥାଆନ୍ତି, ବରଂ ଅଣ୍ଡରଷ୍ଟାଣ୍ଡିଙ୍ଗ ମଧ୍ୟ ଜରୁରୀ ହୋଇଥାଏ l

କଣ ରହିଛି ଏକ୍ସପର୍ଟ ଙ୍କ ରାୟ –
ବିଶେଷଜ୍ଞ ଙ୍କ ମତରେ ଏକ୍ସଟ୍ରା ମାରିଟାଲ ଆଫେୟାର ଆମେ କେବଳ ଚିଟିଙ୍ଗ କହି ଏଡାଇ ପରିବା ନାହିଁ, ଏହା ପଛରେ ଅନେକ ପର୍ଶନଲ ଏବଂ ସୋସିଆଲ ରିଜନ ମଧ୍ୟ ଲୁଚି ରହିଥାଏ l ପୁରୁଷ ମାନଙ୍କ ପାଇଁ ଆଫେୟାର  ଅଧିକ ଟେମ୍ପୋରରି ଆଟ୍ରାକ୍ସନ ଅଟେ l ମହିଳାମାନେ ଅଧିକ ଇମୋସନାଲ ଆଟାଚମେଣ୍ଟ ଖୋଜି ଥାଆନ୍ତି l

ଏକ୍ସଟ୍ରା ମାରିଟାଲ ଆଫେୟାର ପୁରୁଷ ର ହେଉ କିମ୍ବା ମହିଳା ଙ୍କର ହେଉ ଏହାର ଅଧିକ ପ୍ରଭାବ ପରିବାର ଉପରେ ପଡିଥାଏ, ଯଦି ଥରେ ବିଶ୍ୱାସ ଭାଙ୍ଗି ଯାଏ ତେବେ ଏହାକୁ ଯୋଡିବା ସମ୍ଭବ ନୁହେଁ l ଅନେକ ସମୟ ରେ ଏହା ସନ୍ତାନ ମାନଙ୍କ ର ମାନସିକ ଷ୍ଟ୍ରେସ ବଢ଼ାଇଥାଏ l ପୁରୁଷ ଏବଂ ମହିଳା ଙ୍କ ମଧ୍ୟରେ ଆଫେୟାର ର କାରଣ ଅଲଗା ରହିଥାଏ l  ଯଦି ପୁରୁଷ ଏବଂ ମହିଳା ଏହି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ କାଉନସେଲିଂ ର ଆବଶ୍ୟକତା ରହିଛି l

Leave A Reply