‘ହୋମ’ ହିନ୍ଦୁ ଧର୍ମର ପ୍ରାଚୀନ ପରମ୍ପରା ଅଟେ, ହୋମ ସମୟରେ ପବିତ୍ର ଅଗ୍ନିଙ୍କ ସାକ୍ଷୀ ରଖି ମନ୍ତ୍ର ଉଚ୍ଚାରଣ ସହିତ ଦେବତାଙ୍କୁ ଆହୁତି ଦିଆଯାଇ ଥାଏ, ହବନ ର ଉଦେଶ୍ୟ ବାତାବରଣ ରେ ସୁଧୀ, ମାନସିକ ଶାନ୍ତି, ଆଧ୍ୟାତ୍ମିକ ଉନ୍ନତି ଏବଂ ଭଗବାନ ଙ୍କ କୃପା ପ୍ରାପ୍ତ କରିବା ହୋଇଥାଏ l ହିନ୍ଦୁ ଧର୍ମ ରେ ହବନ ର ପରମ୍ପରା ପ୍ରାଚୀନ ସମୟ ରୁ ନେଇ ବର୍ତମାନ ପର୍ଯ୍ୟନ୍ତ ରହି ଆସୁଛି l
ନବଗ୍ରହ ର ଶାନ୍ତି , ଗୃହ ପ୍ରବେଶ , ଯଜ୍ଞ , ବିଶେଷ ପର୍ବ ଏବଂ ସଂସ୍କାର ଇତ୍ୟାଦି ରେ ହବନ କରାଯାଇ ଥାଏ, ହବନ ଉଭୟ ଧାର୍ମିକ ଓ ବୈଜ୍ଞାନିକ ଲାଭ ମଧ୍ୟ ରହିଛି, ଏବଂ ହବନ କରିବା ସମୟ ରେ ସ୍ୱାହା କହିବାର ପରମ୍ପରା ରହିଛି, ଆପଣ ଦେଖିଥିବେ ଯେତେବେଳେ ମଧ୍ୟ ହବନ ରେ ଆହୁତି ଦିଆଯାଇଥାଏ ସ୍ୱାହା କହିବାର ପରମ୍ପରା ରହିଛି l
ହବନ ସମୟ ରେ ଯେତେବେଳେ ମନ୍ତ୍ର ଉଚ୍ଚାରଣ କରି ଅଗ୍ନି ରେ ଆହୁତି ଦିଆଯାଇ ଥାଏ ସ୍ୱାହା ଶବ୍ଦ ଉଚ୍ଚାରଣ କରାଯାଏ, ଏହା କେବଳ ଗୋଟିଏ ଧ୍ୱନି ନୁହେଁ ଏହା ପଛରେ ଗଭୀର ଧାର୍ମିକ , ପୌରାଣିକ ଏବଂ ଆଧ୍ୟାତ୍ମିକ ମହତ୍ୱ ରହିଛି l
ସ୍ୱାହା ହବନ ସମୟ ରେ କାହିଁକି କୁହାଯାଏ ?
ସ୍ୱାହା ଶବ୍ଦ ଗୋଟିଏ ପୌରାଣିକ କଥା ସହିତ ଜଡିତ, ସ୍ୱାହା ହେଉଛନ୍ତି ଜଣେ ଦେବୀ, ଯିଏକି ଅଗ୍ନିଦେବ ଙ୍କ ପତ୍ନୀ ଅଟନ୍ତି, ପ୍ରାଚୀନ ସମୟ ରେ ଯେତେବେଳେ ହବନ ବା ଯଜ୍ଞ ଆୟୋଜନ ହେଉଥଲା , ସେତେବେଳେ ଦେବତାଙ୍କୁ ଦିଆଯାଉଥିବା ଆହୁତି କୁ ଅସୁର ମାନେ ଛଳନା କରି ହଡପି ନେଉଥିଲେ, ଏବଂ ସେଥିରେ ବିଘ୍ନ ଉପୁଜାଉଥିଲେ, ଏପରି ଅରିବା ଦ୍ୱାରା ଯଜ୍ଞ ର ଉଦେଶ୍ୟ ସମ୍ପୂର୍ଣ ହେଉନଥିଲା, ଏହି ସମସ୍ୟା ର ସମାଧାନ ପାଇଁ ସ୍ୱାହା ଦେବୀ ପ୍ରକଟ ହେଲେ ଏବଂ ଅଗ୍ନି ଦେବଙ୍କୁ କଲେ l
ସ୍ୱାହା ଦେବୀ ଏହି ବରଦାନ ପ୍ରାପ୍ତ କଲେ କି ଯଜ୍ଞ ସମୟ ରେ ଯେବେବି ଆହୁତି ଦିଆଯିବ ସ୍ୱାହା ଶବ୍ଦ ଉଚ୍ଚାରଣ କରାଯିବ, ନଚେତ ସେହି ଯଜ୍ଞ ଅସମ୍ପୂର୍ଣ ଅଟେ, ଏହି କାରଣରୁ ହବନ ଓ ଯଜ୍ଞ ସମୟ ରେ ସ୍ୱାହା କୁହାଯାଏ, ଏବଂ ସ୍ୱାହା ଦେବୀଙ୍କ ମାଧ୍ୟମରେ ଯଜ୍ଞ ର ପବିତ୍ରତା ରହିଥାଏ l ଏବଂ ହବନ ଦେବତାଙ୍କ ନିକଟରେ ପହଂଚିଥାଏ l
ସ୍ୱାହା ଅର୍ଥର ମହତ୍ୱ –
ସ୍ୱାହା ଗୋଟିଏ ପବିତ୍ର ମନ୍ତ୍ର ଭଳି ଅଟେ, ଯାହାକି ବୈଦିକ ମନ୍ତ୍ରର ଗୋଟିଏ ଅଭିନ୍ନ ଅଙ୍ଗ, ଏହାର ସୁଧ ଅର୍ଥ ହେଲା ପୁର୍ଣ ସମର୍ପଣ ସହିତ ଅର୍ପଣ କରାଯିବା, ସ୍ୱାହା ଶବ୍ଦ ଏହା ଦର୍ଶାଇ ଥାଏ ଯେ ଅଗ୍ନି ରେ ଯେଉଁ ବସ୍ତୁ ଅର୍ପଣ କରାଯାଏ ତାହା ସମ୍ପୂର୍ଣ ଶ୍ରଦ୍ଧା ଏବଂ ଭକ୍ତିର ସହିତ ଅର୍ପଣ କରାଯାଇ ଥାଏ, ଏହା ସହିତ ସ୍ୱାହା ସବ୍ଧ ପବିତ୍ରତା ଏବଂ ସମର୍ପଣ କୁ ଦର୍ଶାଇ ଥାଏ, ସ୍ୱାହା କହିବା ସମୟ ରେ ଗୋଟିଏ ସ୍ୱତନ୍ତ୍ର ଧ୍ୱନି ତରଙ୍ଗ ଉତ୍ପନ୍ନ ହୋଇଥାଏ, ଯାହାକି ଯଜ୍ଞ ମାଧ୍ୟମରେ ବାତାବରଣ କୁ ଶୁଦ୍ଧ କରିଥାଏ, ମନ୍ତ୍ର ର ଶକ୍ତି ଏବଂ ଆଧ୍ୟାତ୍ମିକ ଉର୍ଜା ବୃଦ୍ଧି କରିଥାଏ l