Odisha news

କେବେଠୁ ଆରମ୍ଭ ହେଉଛି ପିତୃପକ୍ଷ ? କଣ ରହିଛି ଏହାର ମହତ୍ୱ ?

0

ହିନ୍ଦୁ ଧର୍ମରେ ପିତୃପକ୍ଷ ର ସମୟ ଖୁବ ମହତ୍ଵପୁର୍ଣ ଅଟେ, ଏହି ସମୟ ରେ ପୂର୍ବଜ ଙ୍କ ଆତ୍ମା ର ଶାନ୍ତି, ମୋକ୍ଷ ଏବଂ ପ୍ରସନ୍ନ କରିବା ପାଇଁ ତର୍ପଣ, ପିଣ୍ଡଦାନ ଏବଂ ଶ୍ରାଦ୍ଧ କରାଯାଇଥାଏ, ଏହା କରିବା ଦ୍ୱାରା ପୂର୍ବଜ ସନ୍ତୁଷ୍ଟ ହୋଇଥାଆନ୍ତି ଏବଂ ଘରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ପରିବାର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ l

ପିତୃପକ୍ଷ ୧୫ ଦିନ ପର୍ଯ୍ୟନ୍ତ ଚାଲିଥାଏ, ଏହି ସମୟରେ ପୂର୍ବଜ ଧରା ପୃଷ୍ଠ କୁ ଅସିଥାଆନ୍ତି l

କେବେଠୁ ଆରମ୍ଭ ହେଉଛି ପିତୃପକ୍ଷ ?
ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ପୂର୍ଣିମା ତିଥିରେ ପିତୃପକ୍ଷ ଆରମ୍ଭ ହୋଇଥାଏ, ଏବଂ ଅଶ୍ୱିନ ମାସ ଅମାବାସ୍ୟା ତିଥିରେ ସମାପ୍ତ ହୋଇଥାଏ, ଏହି ସମୟରେ ମୃତ ପୂର୍ବଜ ଙ୍କୁ ପିଣ୍ଡଦାନ କରାଯାଇଥାଏ, ଏହା କରିବା ଦ୍ୱାରା ପିତୃ ଦୋଷ ରୁ ମୁକ୍ତି ମିଳିଥାଏ ଏବଂ ଘର ପରିବାର ରେ ସୁଖ ଶାନ୍ତି ରହିଥାଏ l

କଣ ରହିଛି ପିତୃପକ୍ଷ ର ମହତ୍ୱ ?
ଶାସ୍ତ୍ର ଅନୁସାରେ ପିତୃପକ୍ଷ ସମୟ ରେ ପୂର୍ବଜ ପୃଥିବୀ ପୃଷ୍ଠକୁ ଅସିଥାଆନ୍ତି, ଏହି ସମୟ ରେ ତାଙ୍କୁ ପ୍ରସନ୍ନ କରିବା ପାଇଁ ପିଣ୍ଡଦାନ କରି ଥାଆନ୍ତି, ଯାହାଦ୍ୱାରା ପିତୃ ଦୋଷ ରୁ ମୁକ୍ତି ମିଳିଥାଏ l ତେଣୁ ଏହି ସମୟରେ ପୂର୍ବଜ ଙ୍କ ଆତ୍ମା ର ଶାନ୍ତି ପାଇଁ ପିଣ୍ଡ ଦାନ କରାଯାଏ l

ଏହି ସମୟ ରେ କୌଣସି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ ନୁହେଁ, ଏବଂ ଏହାର ଅଶୁଭ ପ୍ରଭାବ ପଡିଥାଏ, ପିତୃପକ୍ଷ ଗୋଟିଏ ଏଭଳି ସମୟ ଯେଉଁଥିରେ ଲୋକେ ନିଜ ପୂର୍ବଜ ଙ୍କୁ ତର୍ପଣ ମାଧ୍ୟମରେ ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଆନ୍ତି l

Leave A Reply