ବର୍ଷା ଋତୁରେ ଅଧିକ ତୈଳାକ୍ତ ଯୁକ୍ତ ଭୋଜନ କରିବା ଦ୍ୱାରା ସାଧାରଣ ଭାବରେ ଗ୍ୟାସ ସମସ୍ୟା ଦେଖିବାକୁ ମିଳିଥାଏ, ଏହାଛଡା ବର୍ଷା ପାଗ ଯୋଗୁଁ ଖାଦ୍ୟ ମଧ୍ୟ ଠିକ ଭାବରେ ହଜମ ହୋଇ ନଥାଏ, କେବେକେବେ ଏହି ସମସ୍ୟା ଏତେ ଅଧିକ ବଢ଼ିଯାଇ ଥାଏ ଯେ ଜୀବନ ମରଣ ର ସମସ୍ୟା ମଧ୍ୟ ଦେଖାଯାଏ l ଗ୍ୟାସ ସମସ୍ୟାରେ ପୀଡିତ ହେବ ବିଭିନ୍ନ ଶାରୀରିକ ସମସ୍ୟା ମଧ୍ୟ ଦେଖାଯାଇ ଥାଏ, ଯଦି ଆପଣ ଏହି ଋତୁରେ ଗ୍ୟାସ ସମସ୍ୟାରେ ପୀଡିତ ହେଉଛନ୍ତି ତେବେ ନିଜର ଲାଇଫ ଷ୍ଟାଇଲ ରେ ପରିବର୍ତ୍ତନ କରିବା ଆବଶ୍ୟକ l
– ତେଲ ମସଲା ଯୁକ୍ତ ଭୋଜନ ପାଟିକୁ ସୁଆଦିଆ ଲାଗିଥାଏ ସତ୍ୟ, କିନ୍ତୁ ପେଟ କୁ ଯାଇ ଏସିଡ ରୀଫ୍ଲାକ୍ସ , ଗ୍ୟାସ୍ଟ୍ରିକ ରୀଫ୍ଲାକ୍ସ , ଛାତି ଜଳିବା , ପେଟ ଫୁଲିବା, ବାନ୍ତି ହେବା, ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଯାଇ ଥାଏ l ତେଣୁ ଏଭଳି ବର୍ଷ ଋତୁରେ ଖାଇବା ଉଚିତ ନୁହେଁ l ଯଦି ଆପଣ ନିୟମିତ ଗ୍ୟାସ ସମସ୍ୟା ରେ ପୀଡିତ ହେଉଛନ୍ତି ତେବେ ପ୍ରତିଦିନ ଜୀରା ୱାଟର ସେବନ କରନ୍ତୁ l
– ଅଧ୍ୟୟନ ଅନୁସାରେ ଜୀରା ପାଚନ ଏଞ୍ଜାଇମ କୁ ବୃଦ୍ଧି କରିଥାଏ, ଯାହାକି ପେଟରେ ଭୋଜନ କୁ ହଜମ କରିବାରେ ସାହାଯ୍ୟ କରିଥାଏ, ଏବଂ ପେଟକୁ ହାଲୁକା କରି ପେଟ ସଫା କରିଥାଏ l
– ଏହି ଅଧ୍ୟୟନ ଅନୁସାରେ ଜୀରା ର ଅର୍କ ପେଟ ଯନ୍ତ୍ରଣା, ପେଟ ଫୁଲିବା ଏବଂ ଇରିଟେବୁଲ ବାଉଲ ସିଣ୍ଡ୍ରୋମ ର ଲକ୍ଷଣ କୁ ହ୍ରାସ କରିଥାଏ , ଏବଂ ପେଟ କୁ ଆରାମ ଦେଇଥାଏ l ଏବଂ ଅଧ୍ୟୟନ ରେ ଏହା ମଧ୍ୟ କୁହାଯାଇଛି ଯେ ଜୀରା ପାଣି ନିୟମିତ ସେବନ ଦ୍ୱାରା ମଧ୍ୟ ଓଜନ ହ୍ରାସ ରେ ସାହାଯ୍ୟ ମିଳିଥାଏ l
– କିଛିଟା ଅଧ୍ୟୟନ ରେ ଜଣା ପଡିଛି ଯେ ଜିରା ଗୁଣ୍ଡ ନିୟମିତ ରାତ୍ରି ଭୋଜନ ପରେ ଉଷୁମ ପାଣିରେ ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ, ପେଟ ଚର୍ବି କମିଥାଏ ଏବଂ ଟୋଟାଲ ବିଏମଆଇ ସନ୍ତୁଳିତ ରହିଥାଏ l
– ନିୟମିତ ସକାଳୁ ଗ୍ୟାସ ମେଡ଼ିସିନ ପରିବର୍ତେ ଜୀରା କୁ ଫୁଟାଇ ଉଷୁମ ଉଷୁମ ସେବନ କରିବା ଆବଶ୍ୟକ ଅଟେ, ଯାହାକି ପେଟର ବିଭିନ୍ନ ସମସ୍ୟା କୁ ନିୟନ୍ତ୍ରିତ କରି ପେଟ କୁ ସୁସ୍ଥ ରଖିଥାଏ l