ନୂଆପଡା -୫/୪( ସୁରେନ୍ଦ୍ର ତିୱାରୀ) : ଏବେ ସମଗ୍ର ରାଜ୍ୟରେ ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ମହା ସମାରୋହରେ ପାଳିତ ହେଉଛି। ଏହି କ୍ରମରେ ନୂଆପଡା ଜିଲ୍ଲା ସଦର ମହକୁମାଠାରେ ଆଜି ଜିଲ୍ଲା କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ଵାରା ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିଲେ । ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପତାକା ହଲାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥିରେ ଆୟୋଜକ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ,ବିଶିଷ୍ଟ କ୍ରୀଡାବିତ୍ ସରୋଜ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମହାରା, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡଃ ଆଲୋକ କୁମାର ନାୟକ, ଏଲ ଡି ଏମ୍ ସୀତାରାମ ମେହେର, ମିଶନ ଶକ୍ତି ପରିଚାଳକ ସୁନିଲ୍ କୁମାର ମଲ୍ଲିକ, ଏ ଡି ପି ଏଚ ସି ଓ କିଶୋର ଚନ୍ଦ୍ର ପଟେଲ୍, ଶିକ୍ଷକ କିଶୋର ପରିଡ଼ା, ପି ଇ ଟି ମୋହନ ମହନ୍ତ, ଦମୟନ୍ତି ରାଉତ, ଉତ୍ତମ ପ୍ରସାଦ ମାଝୀ ଙ୍କ
ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ,ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସାମ୍ବାଦିକ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ I ଓଡ଼ିଆ ଭାଷା, ଅସ୍ମିତା ଏବଂ ଜାତୀୟତା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଏହି ଶୋଭାଯାତ୍ରା ଟି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରୁ ବାହାରି ଗାୟତ୍ରୀ ମନ୍ଦିର ଛକ ଯାଏ ଯାଇ ପୁଣି ଫେରି ଆସିଥିଲା । ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ ।