Odisha news

ମାରାଗୁଡା ଲୋକମହୋତ୍ସବ ପଞ୍ଚମ ଦିବସ ବୌଦ୍ଧିକ ଚର୍ଚ୍ଚା।

0
ନୂଆପଡ଼ା -୫/୪(ସୁରେନ୍ଦ୍ର ତିୱାରୀ) ସ୍ଥାନୀୟ ନେସନାଲ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ପଞ୍ଚମ ଦିବସରେ “ନୂଆପଡ଼ା ଜିଲ୍ଲାର ଅର୍ଥନୀତି,ପ୍ରାକୃତିକ ବୈଭବ, ବିସ୍ଥାପନ, ପ୍ରବାସୀ ଶ୍ରମିକ ସମସ୍ୟା ଓ ଏହାର ସମାଧାନ” ବିଷୟ ଉପରେ ଦୁଇଟି ଅଧିବେଶନରେ ବୌଦ୍ଧିକ ଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି।ଏହି ବୌଦ୍ଧିକ ଚର୍ଚ୍ଚାର ପ୍ରଥମ ଅଧିବେଶନରେ  ସଭାମୁଖ୍ୟ ଭାବରେ ଉପ-ଜିଲ୍ଲାପାଳ, ନୂଆପଡ଼ା ଯୋଗେନ୍ଦ୍ର ମାଝୀ  ଅଧ୍ୟକ୍ଷତା କରିଥିବା ବେଳେ  ବିଶିଷ୍ଟ ଅତିଥି ଭାବରେ ପ୍ରତିଷ୍ଠିତ ସାହିତ୍ୟିକ ଅଭିରାମ ବିଶ୍ୱାଳ  ଯୋଗଦେଇଥିଲେ।  ବିଷୟ ବିଶେଷଜ୍ଞ ଭାବରେ ସମାଜସେବୀ ସୋମନାଥ ଖମାରୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ଭୋଇ, ଅଧ୍ୟାପକ କୁଞ୍ଜଳ ନାଗ ଯୋଗ ଦେଇ ପ୍ରବନ୍ଧ ଉପସ୍ଥାପନ କରିଥିଲେ।
ବୌଦ୍ଧିକ ଚର୍ଚ୍ଚାର ଦ୍ଵିତୀୟ ଅଧିବେଶନ ଅବସର ପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ ସଭାପତିତ୍ବ କରିଥିବା ବେଳେ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାସ ମୁଖ୍ୟ ଅତିଥି ଓ  ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଯୋଗଦାନ କରିଥିଲେ। ବିଷୟ ବିଶେଷଜ୍ଞ ରୂପରେ ବିଶିଷ୍ଟ ସମାଜସେବୀ ଅବନୀ ମୋହନ ପାଣିଗ୍ରାହୀ, ଅଧ୍ୟାପକ ସାମୁଏଲ ଦାନୀ, ଅଧ୍ୟାପକ ଡକ୍ଟର ପଙ୍କଜ କୁମାର ନାଏକ, ବିଶିଷ୍ଟ ସାମ୍ବାଦିକ, ସରପଞ୍ଚ ଖୁଟୁରାମ ସୁନାନୀ,କବି,ଗାଳ୍ପିକ,ଅର୍ଥନୀତିଜ୍ଞ ମିୟୋଗ ପାତ୍ର ଯୋଗଦେଇ ନୂଆପଡାର ସର୍ବାଙ୍ଗୀନ ବିକାଶ ଓ ବିକଶିତ ନୂଆପଡ଼ା ପାଇଁ ଶିକ୍ଷା,  ସଚେତନତା, ସହଭାଗୀତାର ଆବଶ୍ୟକତା ଥିବା ବେଳେ ନୂତନ ଶିଳ୍ପ ପ୍ରତିଷ୍ଠା, କର୍ମନିଯୁକ୍ତି ସୃଷ୍ଟି ହେବାର ନିତାନ୍ତ ଜରୁରୀ ବୋଲି  ମତପ୍ରକାଶ କରିଥିଲେ। ଡକ୍ଟର ଫଣିନ୍ଦମ ସିଂ ଦେଓଙ୍କ ଉପସ୍ଥିତିରେ ଲୋକଦୃଷ୍ଟି ଦ୍ଵାରା ପ୍ରକାଶିତ ଆଇ ସି ଏଚ ଆର ପ୍ରୋଜେକ୍ଟ ରିପୋର୍ଟର ଉନ୍ମୋଚନ ହୋଇଥିଲା। ଉଦଯାପନୀ ଉତ୍ସବରେ ଉପ ଜିଲ୍ଲାପାଳ ନୂଆପଡ଼ା, ବୌଦ୍ଧିକ କମିଟିର ସଦସ୍ୟ ଡଃ ବାସୁଦେବ ସୁନାନୀ ଓ ଡଃ ଶିବ ପ୍ରସାଦ ବେହେରା  ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପରିଚାଳନା ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆପଡ଼ା ହେମସାଗର ମହାନନ୍ଦ କରିଥିବା ବେଳେ ବୌଦ୍ଧିକ ଚର୍ଚ୍ଚାରେ  ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ, ଛାତ୍ର ଛାତ୍ରୀ ଓ ସାମ୍ବାଦିକ, ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ। ନେସନାଲ ମହାବିଦ୍ୟାଳୟ ନୂଆପଡ଼ା ର ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।
Leave A Reply