Odisha news

ବାସନ୍ତିକ ନବରାତ୍ରୀ  ରେ ମାତା  ବୈଷ୍ଣୋଦେବୀ ଙ୍କ ଦର୍ଶନ କରି  ଆଶୀର୍ବାଦ ନେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

0
ନୂଆପଡ଼ା – ୩/୪ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ସ୍ଥିତ ମାତା ବୈଷ୍ଣୋ ଦେବୀ ଙ୍କ ମନ୍ଦିର କୁ ଆସି ଦେବୀ ମାତା ଙ୍କ ଦର୍ଶନ ସାରି ଫେରିଯାଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ। ଆଜି ଅପରାହ୍ନରେ ସେ ହେଲିକେପ୍ଟର ଯୋଗେ ଟେଙ୍ଗନାବସା ହେଲିପେଡ ରେ ଅବତରଣ ପରେ ତାଙ୍କୁ ବୈଷ୍ଣୋ ଦେବୀ ମନ୍ଦିର ଟ୍ରଷ୍ଟ ର ଟ୍ରଷ୍ଟି ସଦନ ତିୱାରୀ, କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଖରିଆରରୋଡ଼ ଏନ. ଏ. ସି ଅଧ୍ୟକ୍ଷା ସୋନିଆ ଗୋଲଡି ଅଗ୍ରୱାଲ, ଜ଼ିଲ୍ଲା ଭାଜପା ଯୁବମୋର୍ଚା ସଭାପତି ଅଭିନନ୍ଦନ ପଣ୍ଡା, ଜିଲ୍ଳା ଭାଜପା ସଭାପତି କମଲେସ ଦୀକ୍ଷିତ, ସୁଶାନ୍ତ ପତି, ଗୋଲଡି ଅଗ୍ରୱାଲ, ଭେଲା ସରପଞ୍ଚ ବିମଳ ଯୋଶୀ ପ୍ରମୁଖ ପୁଷ୍ପ ଗୁଚ୍ଛ ଓ ଉପଢୌକନ ସହ ପାଛୋଟି neବା ପରେ ସିଧାସଳଖ ମାତା ବୈଷ୍ଣୋ ଦେବୀ ଙ୍କ ମନ୍ଦିର ଯାଇ ସେଠାରେ ପୂଜାର୍ଚନା କରି ପ୍ରସାଦ ସେବନ ପରେ ହେଲିକେପ୍ଟର ଯୋଗେ ରାଇପୁର ଫେରିଯାଇଥିବା ଜଣା ପଡିଛି। ତାଙ୍କ ପ୍ରତିକ୍ରିୟା ରେ ଜଗନ୍ନାଥ ଧାମ ଓଡିଶା କୁ ନବରାତ୍ର ଅବସରରେ ଆସି ମାତା ବୈଷ୍ଣୋ ଦେବୀଙ୍କଠାରେ ଉଭୟ ଓଡିଶା ଓ ଛତିଶଗଡ଼ ର ଜନସାଧାରଣ ଙ୍କ ପାଇଁ ସୁଖ ଶାନ୍ତି ମନାସି ପ୍ରାର୍ଥନା କରିଥିବା ପ୍ରକାଶ କରିଛନ୍ତି।
Leave A Reply