ନୂଆପଡା- ୧୬/୨ (ସୁରେନ୍ଦ୍ର ତିୱାରୀ) ଅର୍ଥ ଆତ୍ମସାତ ଅଭିଯୋଗ ର ତଦନ୍ତ ପରେ ଜିଲ୍ଲାପାଳ ଖରିଆର ବ୍ଲକ ଅନ୍ତର୍ଗତ ଲାଞ୍ଜି ଗ୍ରାମପଞ୍ଚାୟତ ର ଜି.ଆର.ଏସ. ଦନାର ମାଝୀ ଙ୍କୁ ଚାକିରୀ ରୁ ବହିଷ୍କାର କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉପର ପିଟା ତେନ୍ତୁଳି ବନ୍ଧ ଉନ୍ନତିକରଣ କାର୍ଯ୍ୟ ରେ ବିନା କାମରେ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ପରେ ଖରିଆର ବିଡିଓ ଓ ଜିଲ୍ଳା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଅଭିଯୋଗ ର ତଦନ୍ତ କରି ଜିଆରଏସ ଙ୍କ ଦ୍ୱାରା ତିନି ଲକ୍ଷ ତେପନ ହଜାର ଏକଶହ ଅଠାସୀ ଟଙ୍କା ଆତ୍ମସାତ କରିଥିବା ଜଣା ପଡିଥିଲା। ଜିଲ୍ଲାପାଳ ଙ୍କ ଦ୍ୱାରା ସମ୍ପୃକ୍ତ ଦୋଷୀ ଅଧିକାରୀ ଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ସୁଯୋଗ ଦେଇ ଶୁଣାଣୀ ପରେଉପରୋକ୍ତ ଅର୍ଥ ଆତ୍ମସାତ ପାଇଁ ତାଙ୍କୁ ଦାୟୀ କରି ତାଙ୍କୁ ଚାକିରୀ ରୁ ଅନ୍ତରକରି ସରକାରୀ ଅର୍ଥ ଆତ୍ମସାତ ପାଇଁ ପୋଲିସ ଠାରେ ଏଫ.ଆଇ.ଆର. ରୁଜୁ କରିବାକୁ ଖରିଆର ବିଡିଓ ଙ୍କୁ ନିର୍ଦ୍ଧେଶ ଦେଇଥିବା ଜଣା ପଡିଛି। ଅନୁରୂପ ଭାବେ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଅର୍ଥ ଆତ୍ମସାତ ପାଇଁ ସେମାନଙ୍କ ଡି.ଏସ.ସି. ବ୍ୟବହାର କରାଯାଇଥିବାରୁ ଉକ୍ତ ପରିମାଣ ର ଆତ୍ମସାତ ଅର୍ଥ ସମଭାବରେ ସରପଞ୍ଚ, ନିର୍ବାହୀ ଅଧିକାରୀ ଓ ଜି.ଆର.ଏସ. ଙ୍କ ଠାରୁ ମାସକ ମଧ୍ୟରେ ଅସୁଲି କରି ସରକାରି ତହବିଲ ରେ ଜମାଦେବାକୁ ନିର୍ଦ୍ଧେଶ ଦିଆଯାଇଛି। ଏଥି ସହ ତତ୍କାଳୀନ ନିର୍ବାହୀ ଅଧିକାରୀ ମନୀଷ କୁମାର ସାହୁ ଙ୍କ ବିରୋଧ ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ପାଇଁ ପଦକ୍ଷେପ ନେବାକୁ ଓ ସରପଞ୍ଚ ବୈଦେହୀ ମାଝିଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ଆଇନ ଉଲ୍ଲଙ୍ଘନ ପାଇଁ କାର୍ଯ୍ୟାନୁଷ୍ଠାନ ସକାଶେ ପଞ୍ଚାୟତି ରାଜ ବିଭାଗ କୁ ପ୍ରସ୍ତାବ ପ୍ରେରଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଜିଲ୍ଳା ପ୍ରଶାସନ ର ଏତାଦୃଶ କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ପଞ୍ଚାୟତ ଅଧିକାରୀ ଓ ପଞ୍ଚାୟତ ପ୍ରତିନିଧି ଙ୍କ ମନ ରେ କୋକୁଆ ଭୟ ସୃଷ୍ଟି ହୋଇଛି।.