Odisha news

ଏଲୋନ ମସ୍କ ଓ ସାମ ଅଲ୍ଟମ୍ୟାନ ମଧ୍ୟରେ ଆରମ୍ଭ ହେଲା ବ୍ୟବସାୟ କୁ ନେଇ ଯୁଦ୍ଧ

0

ଆମେରିକା କୋଟିପତି ବ୍ୟବସାୟୀ ଏଲୋନ ମସ୍କ ଓ ଓପେନ AI ସିଇଓ ସାମ ଅଲ୍ଟମ୍ୟାନଙ୍କ  ମଧ୍ୟରେ ସୋସିଆଲ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇଯାଇଛି, ଏପରିକି ଉଭୟ ଉଭୟଙ୍କ କମ୍ପାନୀ କିଣିବା ପାଇଁ ଅଫର ଦେଇ ସାରିଛନ୍ତି, ପ୍ରଥମେ ମସ୍କ କହିଥିଲେ ଓପେନ ଏଆଇ କୁ କିଣିବାକୁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି, ଏହାର ଉତ୍ତରରେ ଅଲ୍ଟମ୍ୟାନ ଏହି ଅଫର କୁ ଏଡାଇ ଟୁଇଟ କରିଛନ୍ତି ଓ କହିଛନ୍ତି ସେ ତାଙ୍କ କମ୍ପାନୀ କୁ କିଣିବାକୁ ପ୍ରସ୍ତୁତ ଅଛନ୍ତି l

ChatGPT କରୁଥିବା କମ୍ପାନୀ ଓପେନ ଏଆଇ ର ଆରମ୍ଭ ମସ୍କ ଓ ଅଲ୍ଟମ୍ୟାନ ମିଳିତ ଭାବରେ ୨୦୧୫ ରେ ଆରମ୍ଭ କରିଥିଲେ, ୨୦୧୮ ରେ ମସ୍କ ଏହି କମ୍ପାନୀ ରୁ ଅଲଗା ହୋଇଯାଇଥିଲେ, ଇତି ମଧ୍ୟରେ ମସ୍କ ଅଲ୍ଟମ୍ୟାନ ଙ୍କ ବିରୁଦ୍ଧରେ ଓ କମ୍ପାନୀ ବିରୁଦ୍ଧ ରେ ଅନେକ ଗୁଡିଏ ମୋକଦମl ଦାୟର କରିଛନ୍ତି l ମସ୍କ ଙ୍କ ଆରୋପ ରହିଛି ଯେ କମ୍ପାନୀ ବର୍ତମାନ ନିଜ ମୂଳ ରାସ୍ତାରୁ ଭଟକି ଯାଇଛି, ଓ AI ଟୁଲ ରୁ ପଇସା ରୋଜଗାର କରିବା ପାଇଁ ଆଗକୁ ବଢୁଛି, ଯେବେକି ଆରମ୍ଭ ରେ ଏହାକୁ ନନ -ପ୍ରଫିଟ ରଖିବାର କଥା କୄଯହାଯାଇ ଥିଲା l

ମସ୍କ ନିଜ କମ୍ପାନୀ xAI ଓ କିଛି ଅନ୍ୟ ନିବେଶକ ଙ୍କ ସହିତ ମିଶି ୧୦୦ ମିଲିୟନ ଡଲାର ରେ OpenAI କୁ କିଣିବା ପାଇଁ ଅଫର ଦେଇଥିଲେ , ମସ୍କ କହିଥିଲେ ଯେ OpenAI କୁ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ଆସି ଯାଇଛି, ତେଣୁ ଏହାକୁ ସୁରକ୍ଷା ଉପରେ ଧ୍ୟାନ ଦେବା ଜରୁରୀ l ଏହାକୁ ସୁରକ୍ଷା ଉପରେ ଧ୍ୟାନ ଦେବା ଜରୁରୀ ଓ ସେ କରିକି ରହିବେ l

ମସ୍କ ଙ୍କ ଏହି ଅଫର କୁ ଏଡାଇ ଦେଇ ଅଲ୍ଟରମ୍ୟାନ ଓଲଟା ଟୁଇଟ କରି କିଣିବା ପାଇଁ ଅଫର ଦେଇଛନ୍ତି, ସେ ଲେଖିଛନ୍ତି ଯେ ଯଦି ମସ୍କ ଚାହିଁବେ ତେବେ ସେ ୯.୭୪ ବିଲିୟନ ଡଲାର ରେ କିଣି ପାରିବେ , ମସ୍କ ଟୁଇଟର କୁ ୨୦୨୨ ରେ କିଣି ସାରିଛନ୍ତି l

Leave A Reply