ନୂଆପଡ଼ା – ୨୭/୧ (ସୁରେନ୍ଦ୍ର ତିୱାରୀ) ପଡୋଶୀ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବରିଆଲି ଗ୍ରାମ ରୁ ଏକ ଜଙ୍ଗଲି ପୋଷା ବାରହା କିଣି ଆଣି ମାଂସ ବିକ୍ରୀ କରିଥିବା ଅଭିଯୋଗ ରେ ସରପଞ୍ଚ ସମେତ ୬ଜଣ ଗିରଫ ହୋଇ ଜେଲ ଯିବା ଘଟଣା ଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଛି। ପ୍ରାପ୍ତ ସୁଚନା ଅନୁଯାଇ କୋମନା ବ୍ଲକ ଅନ୍ତର୍ଗତ ସମରସିଙ୍ଗ ପଞ୍ଚାୟତ ସରପଞ୍ଚ ଉପେନ୍ଦ୍ର ରଣା (୪୧) ରାମନିବାସ ରଣା (୪୬) ନିଲାନ୍ଦ୍ର ଲୋହାର(୨୮) ସମରସିଙ୍ଗି, ନୂଆପଡ଼ା ବ୍ଲକ କୋଟେନଚୁଆଁ ପଞ୍ଚାୟତ ଝାଞ୍ଜୀମୁଣ୍ଡ ଗ୍ରାମ ର ଟୋପି ମାଝି (୫୦) ଏବଂ ଦୁଇ ଜଣ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବରିଆଲି ଗ୍ରାମ ର ଅଟନ୍ତି ଶୁକଲ ମାଝି (୩୦) ଓ ବନ ମାଝି (୬୦)। ଏ ଘଟଣା ରେ ସମ୍ପୃକ୍ତ ଥିବା ଆଉ ତିନି ଜଣ ବ୍ୟକ୍ତି ଫେରାର ଅଛନ୍ତି। ଓଡ଼ି ୧୭ ଏଚ ୧୨୪୬ ହୁଣ୍ଡାଇ ଆଇ ଟେନ କାର ଯୋଗେ ସରପଞ୍ଚ ଉପେନ୍ଦ୍ର ଓ ସାଥୀ ବରିଆଲି ଗ୍ରାମ କୁ ଯାଇ ବନ ମାଝି ଓ ସୁକଲ ମାଝି ଠାରୁ ଏକ ଜଙ୍ଗଲି ପୋଷା ବାରହା କିଣି ସେଠାରେ ଫୋନ ପେ ମାଧ୍ୟମ ରେ ୯ ହଜାର ଟଙ୍କା ଦେଇଥିଲେ ଓ ବାରହା କୁ ମାରି ମୃତ ବାରହା ଧରି ନିଜ ଗ୍ରାମ ସମରସିଙ୍ଗ କୁ ଫେରି ଗ୍ରାମ ରେ ବିଭିନ୍ନ ଲୋକଙ୍କୁ ବିକ୍ରୀ କରି ବଳକା ମାଂସ କୁ ଏକ ଭୋଜି ର ଆୟୋଜନ କରିଥିଲା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ମାଡ଼ିବସିଥିଲ। ଜଙ୍ଗଲ ଆଇନ ଅନୁଯାୟୀ ଦଫା ୫୧ , ୩୯, ୪୪, ୪୮(ଏ) ୪୯(ବି) ଓ ୫୧ (ଆଇ ଏ) ରେ ଏକ ମୋକଦ୍ଦମା ରୁଜ୍ଜୁ କରି ୬ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ବେଲ ମଞ୍ଜୁର ନହେବାରୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି। ଖଡ଼ିଆଳ ଏସିଏଫ ମହମ୍ମଦ ମୁସ୍ତଫା ସାଲେହ ଙ୍କ ସୁଚନା ଅନୁସାରେ ଉପରୋକ୍ତ ଘଟଣା ରେ ସମ୍ପୃକ୍ତ ଆଉ ତିନି ଜଣ ବ୍ୟକ୍ତି ଫେରାର ଅଛନ୍ତି।