Odisha news

ରାଜଧାନୀରେ ଗଡ଼ିଲା ଡବଲ ଡେ଼କର ବସ : ଓଡିଶା ବାସୀଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0

ଶୁଭାରମ୍ଭ ହେଲା ଓଡିଶା ରେ ଡବଲ ଡେକର ବସ ସେବା , ବର୍ତମାନ ଓଡିଶା ବାସୀ ମଧ୍ୟ ନେଇ ପାରିବେ ଏହାର ଆନନ୍ଦ , ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡବଲ ଡେକର୍ ବସ ଉଦ୍ଘାଟନ କରି ଓଡିଶା ବାସୀ ଙ୍କୁ ଦେଇଛନ୍ତି ଉପହାର , ମୁଖ୍ୟମନ୍ତ୍ରି ଙ୍କ ସହିତ ଉପସ୍ଥିତ ଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ,ଏକାମ୍ର ବିଧାୟକ ବାବୁ ସିଂ ,ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ,ମଧ୍ୟମର ବିଜେପି ବିଧାୟକ ପାର୍ଥି ଜଗନାଥ ପ୍ରଧାନ ଓ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପାର୍ଥି ପ୍ରିୟଦର୍ଶୀ ମିଶ୍ର ଏବଂ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପତାକା ଦେଖାଇବା ପରେ ବସ ଗୁଡିକ ଆଗକୁ ଗଡିଥିଲା | ଏହି ଡବଲ ଡେ଼କର ବସରେ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଯାତ୍ରା କରିଥିଲେ | ଏହି ବସ ଗୁଡିକ ଗାଡ଼କଣ ଡିପୋରୁ ପଦର୍ଶନୀ ପଡିଆକୁ ଯାତ୍ରା କରିଥିଲା | ଡବଲ ଡେକର ବସରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ରହିଛି ବିଶେଷ ସୁବିଧା | ଏହି ବସରେ ଯାତ୍ରା କରି ଆପଣ ମଧ୍ୟ ନେଇପାରିବେ ଖୁବ ମଜା l

Leave A Reply