ବାସ୍ତୁଶାସ୍ତ୍ର ଅନୁସାରେ ଆମେ କିଛିଟା ନୀତି ନିୟମ କୁ ମାନିବା ନିହାତି ଜରୁରୀ, ନଚେତ ଏହାଦ୍ୱାରା ଦରିଦ୍ରତା ଦେଖା ଦେଇଥାଏ, ଆମେ ଅନେକ ସମୟ ରେ ନିଜ ପଇସା ରଖୁଥିବା ସ୍ଥାନରେ ଅନେକ ଗୁଡିଏ ଇଆଡୁ ସିଆଡ଼ୁ ଜିନିଷ ରଖି ଦେଇଥାଉ, ଯାହାକି ଆମ ସମୃଧିରେ ବାଧା ସୃଷ୍ଟି କରିଥାଏ l ତେଣୁ କିଛିଟା ନିୟମ ମାନିବା ଜରୁରୀ l
– ଯଦି କୌଣସି ଆଲମାରୀ ରେ ଦର୍ପଣ ଲାଗିଛି ତେବେ ତାହା ଦକ୍ଷିଣ ଦିଗରେ ରଖନ୍ତୁ, ନଚେତ ଏହା ଧନ ରୋଜଗାର ରେ ବାଧା ସୃଷ୍ଟି କରିଥାଏ, ଏବଂ କଦାପି ଏହି ଦର୍ପଣ ଭାଙ୍ଗିଥିବା ଉଚିତ ନୁହେଁ l
– ଆପଣ ନିଜ ପଇସା ରଖୁଥିବା ସ୍ଥାନରେ କଦାପି ମାଗଣା ରେ ମିଳିଥିବା ଜିନିଷ, ଇଲେକ୍ଟ୍ରୋନିକ୍ସ ବସ୍ତୁ, ଶୃଙ୍ଗାର ବସ୍ତୁ, ସୁନାଗହଣା, ରଖିବା ଉଚିତ ନୁହେଁ l ସେଗୁଡିକ ଆପଣଙ୍କ ରୋଜଗାର କରିଥିବା ଜିନିଷ ନୁହେଁ, ତେଣୁ ଉପହାର ବସ୍ତୁ କୁ ଅଲଗା ସ୍ଥାନରେ ରଖନ୍ତୁ l
– ବାସ୍ତୁ ଶାସ୍ତ୍ର ଅନୁସାରେ ଭୁଲ ଉପାୟରେ ଅର୍ଜିତ ଧନ କଦାପି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହି ନଥାଏ, ଏଭଳି ଧନ ଜୀବନ ରେ ଦରିଦ୍ରତା ଓ ଖରାପ ସମୟ ନେଇ ଆସିଥାଏ, ଏଭଳି ଉପାୟରେ ଅର୍ଜିତ କରିଥିବା ଧନ କୁ ଚୋରି ଆକାରରେ ଅର୍ଜିତ ଧନ ଵୋଲି କୁହାଯାଇ ଥାଏ l ଏବଂ ଏଭଳି ଧନ ସଂଚୟ କରି ରଖିବା ଦ୍ୱାରା ଜୀବନ ଉପରେ ଦୁଃସପରିଣାମ ପରିଣାମ ଜୀବନ ଉପରେ ପଡିଥାଏ l
– ଯଦି ଆପଣ କୌଣସି ସୁଧ ଦ୍ୱାରା ପଇସା ରୋଜଗାର କରୁଛନ୍ତି ସେହି ପଇସା କୁ ରୋଜଗାର ଦ୍ୱାରା ଅର୍ଜନ କରିଥିବା ପଇସା ଠାରୁ ଅଲଗା ରଖନ୍ତୁ l କାହିଁକିନା ଅନୈତିକ କାର୍ଯ୍ୟରେ ଅର୍ଜିତ ଧନ କଦାପି ସୁଖ ପ୍ରଦାନ କରିନଥାଏ , ଏହିଭଳି ଧନ ବ୍ୟକ୍ତିର ଧନ ସୁଖ ଶାନ୍ତି ଛଡାଇ ନେଇଥାଏ l
– ବାସ୍ତୁ ଶାସ୍ତ୍ର ଅନୁସାରେ ନିଜ ରୋଜଗାର ଦ୍ୱାରା ଅର୍ଜିତ ଧନ ନିକଟରେ କଦାପି ଛୁରୀ, ବନ୍ଧୁକ କିମ୍ବା ଅନ୍ୟ କୌଣସି ହତିଆର ରଖନ୍ତୁ ନାହିଁ, ଏଭଳି ଧନ ଘରେ ଓ ଜୀବନ ରେ ହିଂସାତ୍ମକ ବିଚାର ବୃଦ୍ଧି ହୋଇଥାଏ, ଏବଂ ମା ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ଦେଖା ଯାଇଥାଏ l