Odisha news

ନିଆରା ଢଙ୍ଗରେ ଆଦିବାସୀ ଗାଁରେ ରାତି ଉଜାଗର ରହି ବର୍ଷର ଶେଷଦିନ ଓ ନୂଆବର୍ଷ ପାଳନ କଲେ ବଡଚଣା ବିଧାୟକ 

0
ଚଣ୍ଡିଖୋଲ :  ୨୦୨୪ର ଶେଷଦିନ ଓ ନୂତନ ବର୍ଷ ୨୦୨୫ର ପ୍ରଥମ ସକାଳକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ବଡଚଣା ବିଧାୟକ ଅମରକୁମାର ନାୟକ! ବର୍ଷର ଶେଷ ଦିନ ଅର୍ଥାତ ୨୦୨୪ ଡିସେମ୍ବର ୩୧ ତାରିଖ ଦିନ ନିଜ ନିର୍ବାଚନ ମଣ୍ଡଳି ପାରିହା ପଞ୍ଚାୟତର ଆଦିବାସୀ ଗ୍ରାମ ଝାଟିଆପଡାରେ ପୁରାଦିନ ବିତାଇବା ସହ ସେଠାରେ ରାତି ଉଜାଗର ରହିଥିଲେ! ବର୍ଷର ଶେଷ ରାତିକୁ ବିଧାୟକ ଶ୍ରୀ ନାୟକ ଆଦିବାସୀଙ୍କ ନାମରେ ସମର୍ପିତ କରି ସେମାନଙ୍କ ସହ ଭାବ ବିନିମୟ କରିଥିଲେ! ଆଲୋଚନା ସମୟରେ ଆଦିବାସୀଙ୍କ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରି ତାହାର ସମାଧାନର ବାଟ ବାହାର କରିଥିଲେ!ବିଧାୟକ ଗ୍ରାମରେ ପହଞ୍ଚିବା ପରେ ଆଦିବାସୀ ମାନେ ତାଙ୍କୁ ସେମାନଙ୍କ ପାରମ୍ପାରିକ ବାଦ୍ୟ ଓ ନାଚରେ ସ୍ୱାଗତ କରିଥିଲେ! ରାତିରେ ଆଦିବାସୀ ମାନଙ୍କ ସହ ସେମାନଙ୍କର ପାରମ୍ପାରିକ ଭୋଜନ ମଧ୍ୟ କରିଥିଲେ! ରାତି ପାହିବା ପୂର୍ବରୁ ଶ୍ରୀ ନାୟକ ଆଦିବାସୀଙ୍କ ସହ ମିଶି ନୂଆବର୍ଷ ପାଳନ କରିଥିଲେ! ଏଥି ପୂର୍ବରୁ ମଧ୍ୟ ବିଧାୟକ ଶ୍ରୀ ନାୟକ ନିର୍ବାଚନରେ ବିଜୟୀ ହେବାପରେ ନିଜ ନିର୍ବାଚନ ମଣ୍ଡଳୀର ସମିଆ ପଞ୍ଚାୟତର ଏକ ଆଦିବାସୀ ଗ୍ରାମରେ ରାତ୍ରି ଯାପନକରି ନିଆରା ପରମ୍ପରା ସୃଷ୍ଟି କରିଥିଲେ! ବିରାୟକଙ୍କ ସହ ସ୍ଥାନୀୟ ସରପଞ୍ଚ ବେଣୁଧର ବିଶ୍ୱାଳ, ବନ୍ତଳା ସରପଞ୍ଚ ସମିର ରାଉତ,ସମିତିସଭ୍ୟ ସୌମ୍ୟରଂଜନ ବିଶ୍ୱାଳ,ବିକାଶ ମହାପାତ୍ରଙ୍କ ସହ ବହୁ ଦଳୀୟ ନେତୃବୃନ୍ଦ ବିଧାୟକଙ୍କ ସହ ସେହି ଆଦିବାସୀ ଗ୍ରମରେ ରାତି କଟାଇଥିଲେ! ଆଦିବାସୀଙ୍କ ସହ ବିଧାୟକଙ୍କ ଏହି ନିଆରା ଢଙ୍ଗରେ ନୂଆବର୍ଷ ପାଳନକୁ ନେଇ ବଡଚଣାରେ ଚର୍ଚ୍ଚା ଯୋର ଧରିଛି !
Leave A Reply