Odisha news

ଆଠଗଡ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

0
ଆଠଗଡ ତା ୨୨ -୧୧-୨୪ ଆଠଗଡ ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୧୮ ତାରିଖରୁ ୨୨ ତାରିଖ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ମହୋତ୍ସବ ପାଳନ ପାଇଁ ଶୁକ୍ରବାର ଆଠଗଡ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ  ଆଜି ଆଠଗଡ଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହୋତ୍ସବ ଆୟୋଜନ କରିବା ପାଇଁ ଆଠଗଡର ବଜାର କମିଟି ମାନଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅବଗତ କରାଯାଇଥିଲା। ଉପଜିଲ୍ଲାପାଳଙ୍କ ସ୍ବୀକୃତି ମିଳିବା ପରେ ଗତ ୨୦ ତାରିଖରେ ଗଣଦୌଡ ହୋଇ ମହୋତ୍ସବର ଅୟମାରମ୍ଭ ହୋଇଥିଲା। ଆଜିର ପ୍ରସ୍ତୁତି ବୈଠକରେ ବହୁ ସଭ୍ୟମାନେ ନିଜ ନିଜର ମତାମତ ପ୍ରଦାନ କରିଥିଲେ ମଧ୍ୟ ମହୋତ୍ସବ ଆୟୋଜନ ନେଇ ବୈଠକରେ କିଛି ସଭ୍ୟ ମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା। ବିଗତ କମିଟିକୁ ଭଙ୍ଗ କରାଯାଇ ସୋମବାର ମଧ୍ୟରେ ବଜାର କମିଟି ପକ୍ଷରୁ ନୂତନ କମିଟି ର ତାଲିକା ପ୍ରଦାନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ପ୍ରଶାସନ ନିକଟରେ ନୂତନ କମିଟିର ତାଲିକା ହସ୍ତଗତ ପରେ ପ୍ରଶାସନିକ ସ୍ତରରେ ମହୋତ୍ସବ ସଫଳ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ସୁତ୍ରରୁ ଜଣାପଡିଛି। ଆଜିର ବୈଠକରେ ତହସିଲଦାର କ୍ଷେତ୍ରମୋହନ ସ୍ବାଇଁ, ଆଇନଜୀବୀ ଫଣୀଭୂଷଣ ରଥ , ଏନ ଏ ସି ଅଧ୍ୟକ୍ଷା ସସ୍ମିତା ରାଉତ,  ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ,ଆଇ ଆଇ ସି ଅନିରୁଦ୍ଧ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply