ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର, ୨୨.୧୧.୨୦୨୪ : ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ଆଗାମୀ ଡିସେମ୍ବର ୩ ରୁ ୭ ତାରିଖ ପର୍ୟ୍ୟନ୍ତ ଓଡ଼ିଶା ଗସ୍ତ କାର୍ୟ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକ ସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୁଲିସ ମହା ନିର୍ଦ୍ଦେଶକ ଶ୍ରୀଓ୍ୱାଇ.ବି.ଖୁରାନିଆ, ଅଗ୍ନିଶମ ବିଭାଗ ଡିଜି ଡଃ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ ଜିଲ୍ଲାପାଳ ଖୋର୍ଦ୍ଧା ଉପସ୍ଥିତ ଥିବାବେଳେ ଜିଲ୍ଲାପାଳ, ପୁରୀ, ଜିଲ୍ଲାପାଳ, ମୟୂରଭଞ୍ଜ ଏବଂ ନୌସେନା ବିଭାଗର ଅଧିକାରୀ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ସୂଚନା ଅନୁସାରେ ଡିସେମ୍ବର ୩ ତାରିଖ ଅପରାହ୍ଣରେ ମାନ୍ୟବର ରାଷ୍ଟ୍ରପତି ନୂଆଦିଲ୍ଲୀରୁ ବାୟୁସେନା ବିମାନ ଯୋଗେ ବାହାରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସଂଧ୍ୟାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ନିଳାଦ୍ରୀ ବିହାର ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନବ ନିର୍ମିତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ।୪ ତାରିଖ ପୂର୍ବାହ୍ନରେ ମାନ୍ୟବର ରାଷ୍ଟ୍ରପତି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଗସ୍ତକରି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରେପରେ ଶ୍ରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବରେ ଯୋଗଦେବେ।ସେଦିନ ନୌସେନା ଦିବସ ଅବସରରେ ମାନ୍ୟବର ରାଷ୍ଟ୍ରପତି ଅପରାହ୍ଣ ୩.୫୫ ରେ ଭାରତୀୟ ନୌସେନା ତରଫରୁ ପୁରୀ ବ୍ଲୁଫ୍ଲାଗ୍ବେଳାଭୂମିରେ ଆୟୋଜିତ ନୌସେନାର ସାମୁଦ୍ରିକ ଶକ୍ତି ନମୁନା ପ୍ରଦର୍ଶନ କାର୍ୟ୍ୟକ୍ରମରେ ଯୋଗ ଦେବେ।
୫ ତାରିଖ ସକାଳେ ମାନ୍ୟବର ରାଷ୍ଟ୍ରପତି ପୁରୀରୁ ବାହାରି ହେଲିକପ୍ଟର ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚି ସେଠାରୁ ପୂର୍ବାହ୍ନ୧୦.୫୦ରେ ଓଡ଼ିଶା କୃଷିଓ ବୈଷୟିକ ବିଶ୍ୱବିଦ୍ୟାଳୟର ୪୦ତମ ସମାବର୍ତ୍ତନ ଉତ୍ସବରେଯୋଗଦେବେ।
ଏହାପରେଅପରାହ୍ଣରେଭୁବନେଶ୍ୱରରେନୂଆବିଚାରବିଭାଗୀୟକୋର୍ଟକମ୍ପ୍ଲେକ୍ସରଶୁଭଉଦ୍ଘାଟନକରିବେ।୬ତାରିଖସକାଳେ ସେ ବାବାସାହେବ ଆମ୍ବେଦକରଙ୍କ ମହା ପରି ନିର୍ବାଣ ଦିବସ ଉପଲକ୍ଷେ ଭୁବନେଶ୍ୱର ଏଜି ଛକ ସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ।
ଏହାପରେସେବାୟୁସେବାବିମାନଯୋଗେଭୁବନେଶ୍ୱରରୁପଶ୍ଚିମବଙ୍ଗରକଲେଇକୁଣ୍ଡାବିମାନବନ୍ଦରରେଅବତରଣକରି, ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ରଙ୍ଗମାଟିଆ ହେଲିପ୍ୟାଡ ଠାରେ ପହଞ୍ଚି ସେଠାରୁ ଉପର ବେଡା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ଯାଇ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କ ସହ ଭାବ ବିନିମୟ କରିବା ସହ ଉପର ବେଡା ସ୍ଥିତ ଘରେ କିଛି ସମୟ ରହି ଗ୍ରାମବାସୀଙ୍କ ସହ ଭାବ ବିନିମୟ କରିବେ।
ଅପରାହ୍ଣରେ ରାଇରଙ୍ଗପୁରରେ ପହଁଚି ଉପଖଣ୍ଡଚିକିତ୍ସାଳୟରେ ଏସ୍ଏଲଏସ୍ ଟ୍ରଷ୍ଟ ବୋର୍ଡ ତରଫରୁ ଡାକ୍ତରଖାନା ଉଦ୍ଦେଶ୍ୟରେ ପ୍ରଦତ୍ତ ଏକ ଯାନକୁ ପତାକା ହଲାଇ ଲୋକାର୍ପଣ କରିବେ।ଏହା ପରେ ସେ ସ୍ଥାନୀୟ ମହିଳା ମହା ବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ସହଭାବବିନିମୟକରିବେ।ସଂଧ୍ୟାରେରାଇରଙ୍ଗପୁରସ୍ଥିତପୁଣ୍ୟେଶ୍ୱରମହାଦେବମନ୍ଦିରଯାଇସେଠାରେପୂଜାର୍ଚ୍ଚନାତଥାଆରତୀକରିବେ।
ଡିସେମ୍ବର ୭ ତାରିଖ ପୂର୍ବାହ୍ନରେ ରାଇରଙ୍ଗପୁରରୁ ଦାଣ୍ଡବୋଷ ଏୟାର ଷ୍ଟ୍ରିପ୍ରୁ ବାଙ୍ଗିରି ପୋଷୀ ହେଲିପ୍ୟାଡରେ ପହଞ୍ଚି ସେଠାରୁ ରେଳ ଷ୍ଟେସନ ଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ବିଭିନ୍ନ ରେଳଲାଇନ୍ପ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଆଭାସୀ ମାଧ୍ୟମରେ ରାଇରଙ୍ଗପୁର ଆଦିବାସୀ ଗବେଷଣା କେନ୍ଦ୍ର,ଦାଣ୍ଡବୋଷ ଏୟାର ଷ୍ଟ୍ରିପ ଏବଂ ଉପଖଣ୍ଡ ଚିକିତ୍ସାଳୟ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ କାର୍ୟ୍ୟକ୍ରମ ସାରି ଅପରାହ୍ଣରେ ବାଙ୍ଗିରି ପୋଷୀ ହେଲିପ୍ୟାଡ୍ରୁ ହେଲିକପ୍ଚର ଯୋଗେ କଲେଇ କୁଣ୍ଡା ଯାଇ ସେଠାରୁ ବାୟୁ ସେନା ବିମାନ ଯୋଗେ ନୂଆଦିଲ୍ଲୀପ୍ରତ୍ୟାବର୍ତ୍ତନ କରିବାର କାର୍ୟ୍ୟକ୍ରମ ରହିଛି।
ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ବିଭିନ୍ନ ପ୍ରସ୍ତୁତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ରାଜ୍ୟର ସମସ୍ତ ସଂପୃକ୍ତ ପ୍ରଶାସନିକ ଅଧିକାରୀଏବଂ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା ପୁରୀ, ମୟୂରଭଞ୍ଜର ଜିଲ୍ଲାପାଳ, ନୌସେନା ଅଧିକାରୀଙ୍କ ସହିତ ପ୍ରସ୍ତୁତି ସଂପର୍କରେ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।
ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଗସ୍ତ ସୂଚୀରେ ଗତ ଅକ୍ଟୋବର୨୩ରୁ୨୫ ତାରିଖ ଗସ୍ତ କାର୍ୟ୍ୟକ୍ରମର କେତେକ କାର୍ୟ୍ୟ ସୂଚୀ ରହିଛି , ଯାହାକି ବାତ୍ୟା‘ଦାନା’ ପରିପ୍ରେକ୍ଷୀରେ ସ୍ଥଗିତ ରଖା ଯାଇଥିଲା।ତେବେ ପୂର୍ବ ପ୍ରସ୍ତୁତି ଅନୁସରଣ କରିବା ସହିତ କାର୍ୟ୍ୟକ୍ରମ ଗୁଡ଼ିକୁ ସମୟ ନିର୍ଘଣ୍ଟ ଅନୁସାରେ ସାରିବା ପାଇଁ ଆବଶ୍ୟକତା ଅନୁସାରେ ସମସ୍ତ ପ୍ରସ୍ତୁତି ସହ ପ୍ରତ୍ୟେକ କାର୍ୟ୍ୟକୁ ଭଲଭାବେ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ସଚିବ ଏବଂ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।
ବୈଠକରେ ମାନ୍ୟବର ରାଷ୍ଟ୍ରପତିଙ୍କ ବିଭିନ୍ନ ସ୍ଥାନରେ ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା, କାରକେଡ୍ବ୍ୟବସ୍ଥା, ବିମାନ ଓ ହେଲିକପ୍ଟରର ସୁରକ୍ଷା, ଚିକିତ୍ସା ଓ ସ୍ୱାସ୍ଥ୍ୟ ସହାୟତା, ଆବଶ୍ୟକ ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ସର ବରାହ, ବିଭିନ୍ନ ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ମଞ୍ଚ ପ୍ରସ୍ତୁତି, ଗଣମାଧ୍ୟମରେ ପ୍ରଚାର ପ୍ରସାର, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦର୍ଶକ ଓ ଅତିଥିଙ୍କ ପାଇଁ ସାମିଆନା ସହ ବସିବା ବ୍ୟବସ୍ଥା ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରା ଯାଇଥିଲା।
ଜିଲ୍ଲାପାଳ ପୁରୀ, ଜିଲ୍ଲାପାଳ ଖୋର୍ଦ୍ଧା ଏବଂ ଜିଲ୍ଲାପାଳ ମୟୁରଭଞ୍ଜଙ୍କୁ ନିଜ ନିଜ ଜିଲ୍ଲାରେ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ୟ୍ୟକ୍ରମର ସାମଗ୍ରିକ ଭାବେ ସୁ ବ୍ୟବସ୍ଥା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।କାର୍ୟ୍ୟକ୍ରମ ସଂପର୍କରେ ସୂଚନା ଓ ସମନ୍ୱୟ ପାଇଁ ପ୍ରତିଥର ଭଳି ଏଥର ମଧ୍ୟ ଗୃହ ବିଭାଗ ତରଫରୁଏକ ନିୟନ୍ତ୍ରଣ କକ୍ଷ କାର୍ୟ୍ୟ କରିବ।ବୈଠକରେ ଗୃହବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରାଧାକିଶନ ଶର୍ମାମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ବିଶଦ୍ଉପସ୍ଥାପନା କରିଥିଲେ।