Odisha news

ନିୟନ୍ତ୍ରଣ ବାହାରକୁ ଗଲାଣି ତିହିଡି ବଜାରର ଟ୍ରାଫିକ ସମସ୍ୟା

0

ତିହିଡି,୨୨/୧୧(ଯଦୁମଣି ପାଣିଗ୍ରାହୀ): ତିହିଡି ବଜାରରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ବାହାରକୁ ଗଲାଣି, ଯାହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ତିହିଡି ବଜାରର ଏହି ସମସ୍ୟା ଆଜିର ନୁହେଁ ବରଂ ବର୍ଷ ବର୍ଷର ବୋଲି କୁହାଯାଇପାରେ । ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପୁଣି ପ୍ରଶାସନିକ ଅଧିକାରୀଙ୍କ ଯାଏଁ ଏହି ସମସ୍ୟା ସମ୍ପର୍କରେ ଅବଗତ ଥିଲେ ବି ସମସ୍ତେ ଯେମିତି ଆଖି ବୁଜି ଦେଇଥିବା ଭଳି ଅନୁଭବ ହେଉଛି । ଯାହାର ଫଳ ଭୋଗୁଛନ୍ତି ସାଧାରଣ ଲୋକେ । ପ୍ରକାଶ ଯେ, ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଏକ ବ୍ୟସ୍ତବହୁଳ ସଡକ ଭାବେ ପରିଗଣିତ । ଏହି ରାସ୍ତା ଦେଇ ଦୈନିକ ଶହ ଶହ ଛୋଟ ଗାଡି ଠାରୁ ଆରମ୍ଭ କରି ବସ, ଟ୍ରକ, ଡମ୍ଫର ଓ ବଡ ବଡ ମାଲଗାଡି ଚଳପ୍ରଚଳ କରିଥାନ୍ତି । ଏହଛଡା ଦୁଇଚକିଆ ।ଡି କଥା ହିସାବ ବାହାରେ । ଫଳରେ ଏହି ରାସ୍ତା ଉପରେ ଅବସ୍ଥିତ ତିହିଡି ବଜାରଟି ପ୍ରାୟ ସବୁ ସମୟରେ ଏତେ ମାତ୍ରାରେ ଭିଡ ରହୁଛି ଯେ, ପାଦରେ ଚାଲିଚାଲି ଯିବା ଅଥବା ସାଇକେଲ ଚଳାଇ ରାସ୍ତାରେ ଯିବାଆସିବା କରିବା କିମ୍ବା ରାସ୍ତା ପାରି ହେବା ନେଇ ସାଧାରଣ ଲୋକେ, ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ବୟସ୍କ ଲୋକେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାଜ୍ୟ ରାଜପଥ ନିର୍ମାଣ ପୂର୍ବରୁ କ୍ଷତିପୂରଣ ଅର୍ଥ ପାଇ ଦୋକାନ ହଟାଇ ନେଇଥିବା ଲୋକେ ଏବେ ରାସ୍ତାର ଉଭୟ ପାଶ୍ୱର୍କୁ କବଜା କରି ଏମିତି ଆସ୍ଥାନ ଜମାଇଛନ୍ତି ଯେ, ରାସ୍ତା ଚଉଡା ଥାଇ ବି ଦୁଇ ଖଣ୍ଡ ବଡ ଗାଡି ପରସ୍ପରକୁ ଅତିକ୍ରମ କରିବା ବେଳେ ରାସ୍ତା ସମ୍ପୂର୍ଣ୍ଣ ଭାବେ ଜାମ ହୋଇଯାଉଛି । ବିଶେଷକରି ତିହିଡି ମେଡିକାଲର ଉଭୟ ପାଶ୍ୱର୍ରେ ଉଠା ଫଳ ଦୋକାନୀ ମାନେ ରାସ୍ତା ଅବରୋଧର ମୁଖ୍ୟ କାରଣ ସାଜିଥିବା ବେଳେ ତିହିଡି ଷ୍ଟେଟବ୍ୟାଙ୍କ ଆଗରେ ରାସ୍ତାକୁ ଲଗାଇ ଶତାଧିକ ବାଇକ ପାର୍କିଂ କରାଯାଉଥିବା ଯୋଗୁଁ ରାସ୍ତା ଏତେମାତ୍ରାରେ ସଙ୍କୁଚିତ ହୋଇଯାଉଛି ଯେ ବେଳେ ବେଳେ ପାଦରେ ଚାଲି ଚାଲି ଯିବା ବି ସମ୍ଭବପର ହେଉନି । ଏହଛଡା ପୂଜାପର୍ବାଣି ବେଳେ ଦୋକାନୀ ମାନେ ବିଭିନ୍ନ ସାମଗ୍ରୀ ରାସ୍ତା ଉପରେ ବସି ବିକ୍ରି କରୁଥିବା ଯୋଗୁଁ ଯାତାୟାତ ନେଇ ଗୁରୁତର ସମ୍ୟା ସୃଷ୍ଟି ହେଉଛି । ତିହିଡି ବଜାର ଉପରୁ ସରକାରୀ ଜାଗା ଅବରୋଧକାରୀଙ୍କୁ ହଟାଇବା ଓ ତିହିଡିରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କରାଯିବାର ଘୋଷଣା କାର୍ଯ୍ୟକାରୀ ହେବାରେ ଯେତିକି ବିଳମ୍ବ ହେଉଛି ଏଠାରେ ଟ୍ରାଫିକ ସମସ୍ୟା ଦିନକୁଦିନ ସେତିକି ଉକ୍ରଟ ରୂପ ଧାରଣ କରି ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ବଢାଉଛି ।

Govt
Leave A Reply