Odisha news

ମାନବୀୟ ମୂଲ୍ୟବୋଧ ସହ ସର୍ବୋତ୍ତମ ସଫଳତା ପ୍ରଦର୍ଶନ କରିବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ ଆହ୍ବାନ

0
ନୂଆପଡ଼ା – ୨୦/୧୧ (ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ବ ଅଧିକାରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉପରୋକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟୀ କଲେକ୍ଟର ଆଲୋକ କୁମାର ଅନୁଗୁଳିଆ, ଡ଼ଃ ସବ୍ୟସାଚୀ ସାହୁ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ,ବିଭିନ୍ନ ବିଭାଗର ଯନ୍ତ୍ରୀ, ଖଣି ଅଧିକାରୀ, ଜଙ୍ଗଲ ଅଧିକାରୀ,ଅବକାରୀ ନିରୀକ୍ଷକ, ଆର.ଟି.ଓ., ସମସ୍ତ ଏନ.ଏ.ସି. କାର୍ଯ୍ୟ ନିର୍ବାହି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ,ଡିଇଜିଏମ ପ୍ରମୁଖ ଯୋଗ ଦେଇଥିଲେ l ବୈଠକ କୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେଯେ ସମସ୍ତ ଅଧିକାରୀ କୋର୍ଟ କେସ ସବୁର ତୁରନ୍ତ ସମାଧାନ କରିବେ l ସମସ୍ତ ବିଭାଗ ପ୍ରଚେଷ୍ଟା କରି ବିଭିନ୍ନ  ଉତ୍ସରୁ ଜିଲ୍ଳାର ରାଜସ୍ବ ବୃଦ୍ଧି ପାଇଁ ଦୃଷ୍ଟି ଦେବେ l ଜିଲ୍ଲାର ସମସ୍ତ ଖଣି ଖାଦାନ ବାଲି ମୋରମ ପଥର ରୁ ନିୟମିତ ରାଜସ୍ବ ସଂଗ୍ରହ ହେବ l ଜି.ଏସ.ଟି.,  ଅବକାରୀ ଓ ପରିବହନ ବିଭାଗ,  ମଧ୍ଯ ସେମାନଙ୍କ ଧାର୍ଯ୍ୟ ରାଜସ୍ବ ଲକ୍ଷ୍ୟ ପୂରଣ କରନ୍ତୁ ବୋଲି ଗୁରୁତ୍ୱାରୋପ କରି ଥିଲେ। ବିଦ୍ୟାଳୟ ମହାବିଦ୍ୟାଳୟ ପାଖରେ ମାଦକ ଦ୍ରବ୍ୟ ବିକ୍ରି ଉପରେ କଠୋର କଟକଣା ଲଗାଯିବ l ଜିଲ୍ଲାରେ ମଦ୍ୟପାନ ଜନିତ ଓ ବିନା ହେଲମେଟ ରେ ଯାଇ ରାସ୍ତା ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ନିୟମିତ ଚେକ୍ କରାଯାଉ  l ଜି ଏସ ଟି ବିଭାଗ ରାଜସ୍ୱ ବୃଦ୍ଧି ପାଇଁ ବାଣିଜ୍ୟ ପେଣ୍ଠ ଖରିଆର୍ ଓ ଖରୀଆର ରୋଡ୍ ସହର ଉପରେ ବିଶେଷ ଧ୍ୟାନ ଦେବେ lଯନ୍ତ୍ରୀ ମାନେ ଠିକାଦାର ମାନଙ୍କ ଠାରୁ ସଠିକ୍ ରାଜସ୍ବ ଆଦାୟ କରିବେ l ଜଙ୍ଗଲ , ସମାଜ ମଙ୍ଗଳ ଓ ରାଜସ୍ୱ ବିଭାଗ ମିଶି ଆଦିବାସୀ ମାନଙ୍କୁ ଶୀଘ୍ର ଜଙ୍ଗଲ ଜମି ରେ ଘରଡିହ ପଟ୍ଟା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବେ l ସମସ୍ତ ଅଧିକାରୀ ମୁକ୍ତ ହସ୍ତରେ ରେଡକ୍ରସ୍ ପାଣ୍ଠି ପାଇଁ ଦାନ କରିବା ସହିତ ଏହାର ବୃଦ୍ଧିରେ ସହାୟକ ହେବେ l ସମସ୍ତେ ସମ୍ମିଳିତ ଉଦ୍ୟମରେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ନିରାକରଣ ପାଇଁ ପଦକ୍ଷେପ ନେବେ l ତହସିଲଦାର ଓ ଆର.ଟି.ଓ. ମିଳିତ ଭାବରେ ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଗାଡି ମାନଙ୍କ ତଲାସି କରିବେ l ତହସିଲଦାର ମାନେ ରାଜସ୍ଵ ବୃଦ୍ଧି ପାଇଁ ଉଦ୍ୟମ କରିବା ସହିତ ରେଭେନ୍ୟୁ କେଶ ସବୁର ତୁରନ୍ତ ସମାଧାନ କରିବେ l ଅତିରିକ୍ତ ଜିଲ୍ଲାପାଳ ଶବର କହିଲେଯେ ଧାର୍ଯ୍ୟ ରାଜସ୍ବ ସଂଗ୍ରହ ଦ୍ଵାରା ଜିଲ୍ଲାର ସମ୍ବଳ ବୃଦ୍ଧି ହେଲେ ବିକାଶର ହାର ବଢ଼ିବ l ଏଥିପ୍ରତି ସମସ୍ତ ଅଧିକାରୀ ଧ୍ୟାନ ଦେବେ l ମାନବୀୟ ମୂଲ୍ୟବୋଧ ନେଇ କାମକରିବା ଏଵଂ
ବିଭିନ୍ନ କ୍ଷେତ୍ରରେ ସର୍ବୋତ୍ତମ ସଫଳତା ପ୍ରଦର୍ଶନ କରିବା ପାଇଁ ଅଧିକାରୀ ମାନଙ୍କୁ  ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ l
Leave A Reply