Odisha news

ଚାଣକ୍ୟ ନୀତି : ଏହିସବୁ ସ୍ଥାନ କୁ କଦାପି ଯିବା ଉଚିତ ନୁହେଁ, ଏହା କରିଦେବ ଆପଣଙ୍କୁ କାଙ୍ଗାଳ

0
ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ମଣିଷ ଜୀବନର ଗତିପଥ କୁ ପରିବର୍ତ୍ତନ କରି ଦେଇଥାଏ, ଆମେ ନିଜ ଦୈନନ୍ଦିନ ଜୀବନ ରେ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର କୁ ଆପଣାଇ ନିଜ ଜୀବନ ର ଦିଗକୁ ପରିବର୍ତ୍ତନ କରି ପରିବା l ପୁରୁଣା ଯୁଗରେ ରାଜା ମାନେ ନିଜ ସାମ୍ରାଜ୍ୟ କୁ ବିସ୍ତାର କରିବା ପାଇଁ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର କୁ ଆପଣାଇ ଥାଆନ୍ତି l ଚାଣକ୍ୟ ଙ୍କୁ ବିଶ୍ୱରେ ତୀବ୍ର ବୁଦ୍ଧି , ଅର୍ଥ ଶାସ୍ତ୍ରୀ କୁଶଳ ରାଜନୀତିଜ୍ଞ ଭାବରେ ଜଣାଯାଇ ଥାଏ l

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ର ରେ କହିଛନ୍ତି ଯେ ସେହି ବ୍ୟକ୍ତି ଜୀବନ ସାରା ଗରିବ ରହିଥାଏ କାହିଁକି ନା ସେ ଭୁଲ ସ୍ଥାନକୁ ଯାଇଥାଏ l ଅର୍ଥାତ ଚାଣକ୍ୟ ଙ୍କ ନୀତି ଅନୁସାରେ ଗରୀବ ହେବାର ଗୋଟିଏ କାରଣ ଭୁଲ ସ୍ଥାନ କୁ ବାଛିବା l

ଏହିସବୁ ସ୍ଥାନକୁ କଦାପି ଯାଆନ୍ତୁ ନାହିଁ –
– ଚାଣକ୍ୟ ନିଜ ନୀତିଶାସ୍ତ୍ର ରେ କହିଛନ୍ତି ଆପଣ ଯେଉଁ ସ୍ଥାନରେ ନିଜର ସଂସ୍ଥା କରୁଛନ୍ତି କିମ୍ବା  କିଛି ବ୍ୟବସାୟ କରୁ ନଥିବା ବ୍ୟକ୍ତି ସହିତ  ଯଦି ରହୁଛନ୍ତି ସେମାନଙ୍କ ନିକଟ କୁ ଯାଆନ୍ତୁ ନାହିଁ l କାହିଁକି କାମ ଚୋର ଲୋକଙ୍କ ସହିତ ରହିଲେ ଜୀବନରେ କଦାପି ଉନ୍ନତି ହୁଏ ନାହିଁ l

– ଯଦି ଆପଣଙ୍କ ଘର କିଛି ଏଭଳି ସ୍ଥାନରେ ରହିଛି ଯେଉଁଠି ବ୍ରାହ୍ମଣ, ଜ୍ଞାନୀ, ପଣ୍ଡିତ ରହୁ ନାହାନ୍ତି ତେବେ ସେଭଳି ସ୍ଥାନକୁ ଯିବା ଉଚିତ ନୁହେଁ କିମ୍ବା ସେହିଭଳି ସ୍ଥାନରେ ରହିବା ଉଚିତ ନୁହେଁ l କାହିଁକି ନା କର୍ମ ମୟ ଜୀବନ ରେ ଧର୍ମର ଅନେକ ମହତ୍ୱ ରହିଛି l

– ଜଳ ହିଁ ଜୀବନ, ତେଣୁ ଚାଣକ୍ୟ କହିଛନ୍ତି ଯେଉଁ ସ୍ଥାନରେ ଜଳର ଅଭାବ ସେଠାରେ ରହିଲେ ଦାରିଦ୍ରତା ଆସିଥାଏ l ତେଣୁ ନଦୀ, ପୋଖରୀ କିମ୍ବା କୂଅ ଥିବା ସ୍ଥାନରେ ରହିବା ଜରୁରୀ ଅଟେ l

– ଯଦି ଆପଣଙ୍କ ଘରର ଆଖପାଖ ରେ କୌଣସି ଚିକିତ୍ସକ, ବୈଦ୍ୟ ନ ରହୁଛନ୍ତି ସେଭଳି ସ୍ଥାନରେ ବସବାସ କରିବା ଉଚିତ ନୁହେଁ l କାହିଁକି ନା ଏଭଳି ସ୍ଥାନ ଦାରିଦ୍ର୍ୟତା କୁ ଟାଣି ଆଣିଥାଏ ଏବଂ ଜୀବନ ଦୁର୍ବିସହ ହୋଇ ପଡିଥାଏ l ଏବଂ ବ୍ୟକ୍ତି ଜରା ବ୍ୟାଧି ଗ୍ରସ୍ତ ରେ ପୀଡିତ ହୋଇଥାଏ l

– ଯେଉଁ ସ୍ଥାନରେ କୁଚକ୍ରୀ ବ୍ୟକ୍ତି ବାସ କରନ୍ତି, ଯେଉଁ ସ୍ଥାନରେ ପର ଆଲୋଚନା କରୁଥିବା ବ୍ୟକ୍ତି ବାସ କରନ୍ତି, ଏବଂ ଯେଉଁ ସ୍ଥାନରେ ପର ନିନ୍ଦା କରୁଥିବା ବ୍ୟକ୍ତି ରହି ଥାଆନ୍ତି ସେହି ଜାଗାର କଦାପି ଉନ୍ନତି ହୁଏ ନାହିଁ l

Leave A Reply