Odisha news

ମାଗଣାରେ କିଡ଼ନୀ ସମ୍ବନ୍ଧୀୟ ରୋଗର ହେବ ଚିକିତ୍ସା : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ‘ନିଶୁଳ୍କ ଡାୟାଲିସିସ୍ ସେବା’ ଶୁଭାରମ୍ଭ

0

ଡାୟାଲିସିସ୍ ରୋଗୀଙ୍କୁ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡିବ ନାହିଁ, ବହୁଳ ଖର୍ଚ୍ଚାନ୍ତରୁ ବଞ୍ଚିତ ହେବେ
ରେଢାଖୋଲ ଓ ଆଖପାଖ ଅଞ୍ଚଳର ପ୍ରାୟ ୪ ଲକ୍ଷ ଲୋକମାନେ ହେବେ ଉପକୃତ
ମୋଦୀ ସରକାରରେ ସରକାରୀ ବ୍ୟବସ୍ଥାରେ ଡାୟାଲିସିସ୍ ଚିକିତ୍ସା ସେବା ବ୍ୟାପକ ହୋଇଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଧନ୍ୟବାଦ ଦେଲେ
ରେଢାଖୋଲ, ନଭେମ୍ବର ୧୯ –  ସମ୍ବଲପୁର ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ନିଶୁଳ୍କ ଡାୟାଲିସିସ୍ ସେବା’ ଶୁଭାରମ୍ଭ ହୋଇଯାଇଛି ।  
ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ପୂର୍ବରୁ ଦେଶରେ ବିଭିନ୍ନ ରାଜ୍ୟର ରାଜଧାନୀ ବା ବଡ ବଡ ସହରରେ ଡାୟାଲିସିସ୍ ସେଣ୍ଟରର ବ୍ୟବସ୍ଥା ଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି କାରଣରୁ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ସରକାରୀ ବ୍ୟବସ୍ଥାରେ ଡାୟାଲିସିସ୍ ସେଣ୍ଟର ଖୋଲାଯିବା ସହ ମାଗଣାରେ ଏହି ଚିକିତ୍ସା ସେବା ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି ।ଏଣିକି ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଡାୟାଲିସିସ୍ ସେଣ୍ଟର୍ ଉପଲବ୍ଧ ଦ୍ୱାରା ଏହି ସମ୍ବନ୍ଧୀୟ ରୋଗୀଙ୍କୁ ଆଉ ଦୂରଦୂରାନ୍ତର ଯାତ୍ରା କରିବାକୁ ପଡ଼ିବ ନାହିଁ । ଏହି ଠାରେ ହିଁ ମାଗଣାରେ କିଡ଼ନୀ ରୋଗର ଚିକିତ୍ସା ସେବା ପାଇବା ସହ ସେମାନେ ବହୁଳ ଖର୍ଚ୍ଚରୁ ବଞ୍ଚିତ ହୋଇପାରିବେ । ଆଜିର ପଦକ୍ଷେପ ଦ୍ୱାରା ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ପ୍ରାୟ ୪ ଲକ୍ଷ ଲୋକମାନେ ଉପକୃତ ହେବେ ।  ଦେଶରେ ଡାୟାଲିସିସ ଚିକିତ୍ସା ସୁବିଧାକୁ ବ୍ୟାପକ କରିବା ସହ ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ଓଡ଼ିଶା ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ  ରେଢାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।  

Leave A Reply