Odisha news

ଆଜି ହେଉଛି ନବରାତ୍ରି ର ସପ୍ତମୀ ପୂଜା, ମା କାଳରାତ୍ରିଙ୍କ ପୂଜା ସମୟରେ ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ଶତ୍ରୁ ନାଶ  

0

ବର୍ତମାନ ମା ଦୁର୍ଗତି ନାଶିନୀ ଧରାପୃଷ୍ଟ ରେ ବିରାଜମାନ , ବର୍ତମାନ ମାଙ୍କ ର ବିଭିନ୍ନ ସ୍ୱରୂପ କୁ ବିଧିବିଧାନ ଭାବରେ ପୂଜାର୍ଚନା କରାଯାଉଛି l ଦେବୀ କାଳରାତ୍ରି ଙ୍କୁ ରାତ୍ରି ସମୟ ରେ ପୂଜା କରିବା ଶୁଭ ହୋଇଥାଏ l ମାନ୍ୟତା ରହିଛି ଯେ ମା ଦୁର୍ଗା ଶୁମ୍ଭ ନିଶୁମ୍ଭ ଙ୍କୁ ବଧ କରିବା ପାଇଁ କାଳରାତ୍ରି ରୂପ ଧାରଣ କରିଥିଲେ l ଦେବୀ କାଳରାତ୍ରି ଙ୍କ ରଙ୍ଗ କୃଷ୍ଣ ବର୍ଣ ଅଟେ, ସେଥିପାଇଁ ମା ଙ୍କୁ କାଳରାତ୍ରି କୁହାଯାଇ ଥାଏ l

ମା କାଳରାତ୍ରି ଙ୍କର ଚାରିଟି ଭୁଜା ରହିଛି, ମା କାଳରାତ୍ରି ଦେବ ଦେବ ମହାଦେବଙ୍କ ଅର୍ଧ ନାରୀଶ୍ୱର ବେଶ କୁ ଦର୍ଶାଇ ଥାଆନ୍ତି l ମାଙ୍କ ର ଆଉ ଗୋଟିଏ ନାମ ଶୁମ୍ଭଙ୍କରୀ ଅଟେ l ମା କାଳରାତ୍ରି ଙ୍କ ଚକ୍ଷୁରୁ ଅଗ୍ନି ବର୍ଷl ହୋଇଥାଏ l ମା ଙ୍କ ୩ଟି ନେତ୍ର ରହିଥାଏ l

ମା କାଳରାତ୍ରି ଙ୍କ ପୂଜା ବିଧି –
ଦେବୀ ପାର୍ବତୀ ଙ୍କ କାଳରାତ୍ରି ରୂପ ର ପୂଜା ଉଭୟ ସକାଳ ଓ ସନ୍ଧ୍ୟା ସମୟ ରେ କରାଯାଇ ଥାଏ l ମା ଙ୍କୁ ନାଲି ରଙ୍ଗର ଆସନ ରେ ବସି ପୂଜା କରିବା ଆବଶ୍ୟକ l ମାଙ୍କୁ ମାଲପୁଆ ର ଭୋଗ ଅର୍ପଣ କରନ୍ତୁ l ଏବଂ ମା ଙ୍କ ନିକଟରେ ୧୦୮ ଥର ‘ଓଂ ଏଂ ହୃଙ୍ଗ କ୍ଳିଙ୍ଗ ଚାମୁଣ୍ଡlୟେ ବି ଚୈ ନମଃ ‘ ମନ୍ତ୍ର ପାଠ କରନ୍ତୁ l

– ମା କାଳରାତ୍ରି ଙ୍କୁ ପୂଜା କରି ତାଙ୍କ ନିକଟରେ ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ଶତ୍ରୁ ଭୟ ଦୂର ହୋଇଥାଏ l

– ମାଙ୍କୁ ଏହି ମନ୍ତ୍ରରେ ସନ୍ତୁଷ୍ଟ କରିବା ଦ୍ୱାରା ଶତୃଙ୍କର ବିନାଶ ହୋଇଥାଏ ଏବଂ ଦୁଃଖ ଦୂର ହୋଇଥାଏ l

– ମା କାଳରାତ୍ରି ଙ୍କୁ ପୂଜା ସମୟ ରେ ଧ୍ୟାନ କରିବା ଦ୍ୱାରା ଘରର ସମସ୍ତ ବିଘ୍ନ ଦୂର ହୋଇଥାଏ ଏବଂ ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ l

– ଏହି ମନ୍ତ୍ରକୁ ପାଠ କଲେ ଘରର ନକାରାତ୍ମକ ଶକ୍ତି ର ପତନ ହୋଇଥାଏ l

Leave A Reply