ଜଳବାୟୁ ପ୍ରଦୂଷଣରୁ ତ୍ୱଚାର ସୌନ୍ଦର୍ଯ୍ୟକୁ ବୃଦ୍ଧି ଓ ସୁରକ୍ଷିତ ପାଇଁ ଆପଣାନ୍ତୁ ଆଇସ ଫେସିଆଲ , ଆସନ୍ତୁ ଜାଣିବା ଆଇସ ଫେସିଆଲ କଣ ?
ଆଜିକାଲିର ବର୍ଦ୍ଧିତ ପ୍ରଦୂଷଣ, ବର୍ଦ୍ଧିତ ବୟସ, ଅତ୍ୟଧିକ ଉତ୍ତାପ ବୃଦ୍ଧି ଏବଂ ଅନେକ କାରଣରୁ ଆମ ତ୍ୱଚା ପ୍ରଭାବିତ ହେଉଛି l ସୌନ୍ଦର୍ଯ୍ୟ ବିଶେଷଜ୍ଞ ଙ୍କ ମତରେ ଏଥିପାଇଁ ଆଇସ ଫେସିଆଲ ଗୋଟିଏ ସରଳ ଓ ପ୍ରଭାବୀ ଉପଚାର ଅଟେ l ଯାହାକି ଆମ ତ୍ୱଚାକୁ ସତେଜ ରଖିବା ସହିତ ସୁନ୍ଦର ମଧ୍ୟ ରଖିଥାଏ l ଏହି ସ୍କିନ କେୟାର ବରଫ ଖଣ୍ଡ, କିମ୍ବା ବରଫ ପାଣିରେ କରାଯାଇ ଥାଏ l ଯାହାକି ତ୍ୱଚା ପାଇଁ ଖୁବ ଲାଭ ଦାୟକ l
ଆସନ୍ତୁ ଜାଣିବା ଆଇସ ଫେସିଆଲ ର ଲାଭ ବିଷୟ ରେ -:
= ତ୍ୱଚା କୁ ସତୀଯ ରଖେ –
ଆଇସ ଫେସିଆଲ ଦ୍ୱାରା ତ୍ୱଚା କୁ ତୁରନ୍ତ ଥଣ୍ଡା ଲାଗିଥାଏ, ସକାଳ ସମୟ ରେ , ଯେତେବେଳେ ଆପଣ ନିଜର ତ୍ୱଚା ରେ ବରଫ ଘଷିବେ ସେତେବେଳେ ଏହା ଆପଣଙ୍କ ତ୍ୱଚା କୁ ସତେଜ ରଖିବା ସହିତ ଉଜ୍ୱଳ ମଧ୍ୟ ରଖିବ l ଏହା ଥକାପଣ ଦୂର ମଧ୍ୟ କରିଥାଏ l
= ନେଚୁରାଲ ଟୋନିଙ୍ଗ –
ଆଇସ ଫେସିଆଲ ଦ୍ୱାରା ତ୍ୱଚା ଟୋନିଙ୍ଗ ହୋଇଥାଏ l ତ୍ୱଚା ର କୁଞ୍ଚନ ଦୂର ହୋଇଥାଏ ଏବଂ ଆପଣ ସୁନ୍ଦର ଓ ୟଙ୍ଗ ଦେଖାଯାଇ ଥାଆନ୍ତି l ଆଇସ ନିୟମିତ ତ୍ୱଚାରେ ଘଷିବା ଦ୍ୱାରା ତ୍ୱଚା ମଜବୁତ ହୋଇଥାଏ l
= ପୋର୍ସ ସଂକୁଚିତ ହୋଇଯାଏ –
ତ୍ୱଚା ରେ ବରଫ ଘଷିବା ଦ୍ୱାରା ପୋର୍ସ ସଂକୁଚିତ ହୋଇଯାଏ l ଏବଂ ଆପଣଙ୍କ ତ୍ୱଚା ଚିକଣ ଏବଂ ସଫା ଦେଖାଯାଇ ଥାଏ l ଏବଂ ବ୍ରଣ ଓ ବ୍ଲାକ ହେଡ଼ସ ନଷ୍ଟ ହୋଇଥାଏ l
= ତ୍ୱଚା ର ଚମକ ବଢିଥାଏ –
ଆଇସ ଫେସିଆଲ କରିବା ଦ୍ୱାରା ଆପଣଙ୍କ ତ୍ୱଚାର ଡେଡ଼ ସେଲସ ନଷ୍ଟ ହୋଇଯାଏ l ଏବଂ ନୂଆ ସେଲସ ନିର୍ମାଣ ହୋଇଥାଏ l ଏବଂ ତ୍ୱଚାରେ ପ୍ରାକୃତିକ ଗ୍ଲୋ ଆସିଥାଏ l
= ବ୍ଲଡ଼ ଶେର୍କୁଲେସନ –
ଯେତେବେଳେ ଆପଣ ବରଫ ର ବ୍ୟବହାର କରନ୍ତି, ସେତେବେଳେ ଏହା ତ୍ୱଚା ର ବ୍ଲଡ଼ ଭାସେଲସ ଟାଇଟ କରିଥାଏ l ଏବଂ ଧୀରେ ଧୀରେ ଏହାକୁ ଢିଲା କରିଥାଏ l ଏବଂ ଏହା ରକ୍ତ ସଂଚାର ରେ ସୁଧାର ଆଣିଥାଏ ଏବଂ ଯାହାଦ୍ୱାରା ତ୍ୱଚା
କିପରି କରିବେ ଆଇସ ଫେସିଆଲ ?-
କିପରି କରିବେ ଆଇସ ଫେସିଆଲ –
– ଗୋଟିଏ ଫର୍ଚା ପାତ୍ରରେ ଆଇସ ଖଣ୍ଡ ପାଣିରେ ପକାଇ ଆଇସ ପାଣି ପ୍ରସ୍ତୁତ କରନ୍ତୁ l
– ଏହାପରେ ମୁହଁ କୁ ଭଲ ରେ ଧୋଇ ସଫା କରି ନିଅନ୍ତୁ l
– ମୁହଁ ରେ ଏଲୋଭେରା ଜେଲ ଲଗାଇ ନିଅନ୍ତୁ l
– ଏବଂ ଆଇସଁ ପାଣିରେ ମୁହଁ କୁ ବୁଡ଼ାନ୍ତୁ ନଚେତ ଗୋଟିଏ କୋମଳ କପଡା ରେ ବରଫ ଗୁଡ଼ାଇ ତାହାକୁ ମୁହଁ ରେ ୧୫ ରୁ ୨୦ ମିନିଟ ମାଲିସ କରନ୍ତୁ l ସପ୍ତାହ କୁ ଏହି ଉପାୟ ୨ରୁ ୩ଥର ନିହାତି କରନ୍ତୁ l