Odisha news

ୟମାନର ହାଇପରସନିକ ମିସାଇଲ କୁ ନଷ୍ଟ କଲା ଇସ୍ରାଏଲ

0

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ରେ ଇସ୍ରାଏଲ-ଇରାନ ଯୁଦ୍ଧ ବର୍ତମାନ ସାରା ବିଶ୍ୱର ଚିନ୍ତା ବଢ଼ାଇଛି l ଅନେକ ମୁସ୍ଲିମ ରାଷ୍ଟ୍ର ଇରାନ ସପକ୍ଷ ରେ ବାହାରିଛନ୍ତି l ଠିକ ସେହିଭଳି ୟମାନ ଇସ୍ରାଏଲ ଉପରେ ହାଇପରସୋନିକ  ବେଲେଷ୍ଟୀକ ମିସାଇଲ ପାଲେଷ୍ଟାଇନ -2 ଦ୍ୱାରା ଆକ୍ରମଣ କରିଛି l ମଧ୍ୟ ଇସ୍ରାଏଲ ରେ ସାଇରନ ବାଜିବାକୁ ଲାଗିଲା , ଏହି ମିସାଇଲ ଦ୍ୱାରା ଜୁଲ୍ଫିକର ମିସାଇଲ ଦ୍ୱାରା ମଧ୍ୟ ଆକ୍ରମଣ କରାଗଲା l ସମ୍ପୂର୍ଣ ମଧ୍ୟ ଇସ୍ରାଏଲ ରେ ସାଇରନ ବାଜି ଉଠିଲା l ଲୋକେ ଜୀବନ ବଞ୍ଚାଇବାକୁ  ଯାଇ ବଙ୍କର ମଧ୍ୟକୁ ଦୌଡିବାକୁ ଲାଗିଲେ l

ଏହାପରେ ଇସ୍ରାଏଲ ର ଏୟାର ଡିଫେନ୍ସ ସିଷ୍ଟମ ଏହି ହାଇପରସୋନିକ ଵାଲେଷ୍ଟୀକ ମିସାଇଲ କୁ ବାୟୁମଣ୍ଡଳ ର ଊର୍ଧ୍ୱରେ ନଷ୍ଟ କରିଦେଲା l ଯାହାର ଜ୍ୱଳନ୍ତ ଖଣ୍ଡ ଯେତେବେଳେ ଇସ୍ରାଏଲ ଉପରେ ପଡିଥିଲା ସେତେବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ସାଇରନ ବାଜିଥିଲା l ଲୋକେ ଭାବି ଭୟଭୀତ ହୋଇଥିଲେ ଯେ ମିସାଇଲ ଇସ୍ରାଏଲ ରେ ପଡିଲା l କିନ୍ତୁ ୟମାନ ଦାବି କରିଛି ଯେ ଦୁଇଟିଯାକ ମିସାଇଲ ଇସ୍ରାଏଲ ଉପରେ ପଡିଛି l ୟମାନ ର ହୂତି ବିଦ୍ରୋହୀ ଗତବର୍ଷ ୨୨୦ ରୁ ଉର୍ଧ୍ଵ ଵାଲେଷ୍ଟୀକ କୄଯ ମିସାଇଲ ଓ ଡ୍ରନ ଆକ୍ରମଣ କରିସାରିଛନ୍ତି  l ଏମାନଙ୍କ ଆକ୍ରମଣ ସାଧାରଣ ଭାବରେ ଅଧିକରୁ ଅଧିକ ଦକ୍ଷିଣ ଇସ୍ରାଏଲ ରେ ହୋଇଥାଏ l

ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ହୂତି ବିଦ୍ରୋହୀ  ତିନିଟି ମିସାଇଲ ଆକ୍ରମଣ କରିଥିଲା ସେଥିରୁ ୨ଟି ବାୟୁ ରେ ନଷ୍ଟ କରିଦିଆଯାଇ ଥିଲା l ଏବଂ ତୃତୀୟ ଟି ଖୋଲା ସ୍ଥାନ ରେ ପଡିଥିଲା l ପାଲେଷ୍ଟାଇନ -2 ମିସାଇଲ ମଝି ରାସ୍ତାରେ ମଧ୍ୟ ଦିଗ ପରିବର୍ତନ କରିପାରେ, ଅର୍ଥାତ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଆସୁଥିବା ଇଣ୍ଟରସେପ୍ଟର ମିଶଇଳ ବାୟୁ ମଣ୍ଡଳ ରେ ଧୋକା ଦେଇ ଦ୍ରୁତ ଗତିରେ ଆଗକୁ ମଧ୍ୟ ଯାଇପାରେ l ହୂତି ବିଦ୍ରୋହୀ ମାନେ ସେପ୍ଟେମ୍ବର ୧୫ ରେ ଅନେକ ଗୁଡିଏ ହାଇପରସନିକ ମିସାଇଲ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ l ହାଇପରସନିକ ମିସାଇଲ ସେହି ହତିଆର ଯାହାକି ଧ୍ୱନି ର ଗତି ଠାରୁ ଅଧିକ ଦ୍ରୁତ ବେଗରେ ଯାଇଥାଏ l ଏହି ମିସାଇଲ ର ଗତି ଓ ଦିଗ ର କ୍ଷମତା ଏତେ ତୀବ୍ର ହୋଇଥାଏ ଯେ ଏମାନଙ୍କୁ ଟ୍ରାକ କରି ନଷ୍ଟ କରିବା ଅସମ୍ଭ ହୋଇଥାଏ l

Leave A Reply