Odisha news

ପ୍ରେମ ର ନିଶା ବ୍ୟକ୍ତିକୁ ମଦ ନିଶା ଭଳି କହିଁକି କାର୍ଯ୍ୟ କରିଥାଏ , କଣ କହୁଛି ରିସର୍ଚ୍ଚ 

0
ଯେତେବେଳେ କାହାକୁ ପ୍ରେମ ହୋଇଥାଏ ଆମେ ଦେଖିବାକୁ ପାଇଥାଉ ତାର ରାତି ଦିନର ହୋସ ରହିନଥାଏ l ନା ଭୋକ ଲାଗିଥାଏ ନା ନିଦ ଆସିଥାଏ l ବ୍ୟକ୍ତି ସବୁବେଳେ ସେହି ପ୍ରେମ ବିଷୟ ରେ ଭାବି ଚାଲିଥାଏ l ଘରର ଗୁରୁଜନ ମାନେ ଏହାକୁ ପିଲାଳିଆମୀ କହିଥିବା ବେଳେ ଯିଏ ପ୍ରେମ କରୁଛି ତା ଉପରେ ଏହା କି ପ୍ରଭବ ପକାଇ ଥାଏ ତାହା ଆମେ ଜାଣିଛୁ
ଅଧ୍ୟୟନ କହୁଛି ମଦ , ଡ୍ରଗସ ଠାରୁ ମଧ୍ୟ ଅଧିକ ନିଶା ଯୁକ୍ତ ଅଟେ ପ୍ରେମ –
 ଆମେରିକା ନିୟୁ ଜର୍ସି ରେ     ଗୋଟିଏ ଅଧ୍ୟୟନ କିଛି ଯୁବକ ଓ ଯୁବତୀ ଙ୍କୁ ନେଇ ହୋଇଥିଲା l ଯେଉଁଥିରେ ୩୨ ଜଣ ଯୁବକ ଓ ୩୫ ଜଣ ଯୁବତୀ ସାମିଲ ହୋଇଥିଲେ l ଏହି ଅଧ୍ୟୟନ ରେ କୁହାଯାଇ ଥିଲା ଯେ ଯେତେବେଳେ କୌଣସି ଡ୍ରଗସ ଓ ଅଲକୋହଳ ନେଇଥାଏ ସେତେବେଳେ ତାର ବ୍ଲଡ଼ ରେ ଡୋପାମାଇନ୍,  ଅକ୍ସିଟୋସିନ,  ଏଡୁନଳିନ,  ବେସପ୍ରେସିନ୍ ଭଳି ଅନେକ କେମିକାଲ୍ ତାର ବ୍ଲଡ଼ ରେ ରିଲିଜ ହୋଇଥାଏ l ଯାହାଦ୍ୱାରା ଗୋଟିଏ ଅଲଗା ପ୍ରକାରର ଖୁସି ଅନୁଭବ ହୋଇଥାଏ l ଏହି ଖୁସି କୁ ପାଇବା ପାଇଁ ସେ ବାରମ୍ବାର ନିଶା ସେବନ କରିଥାଏ l ଏବଂ ଏହା ତାର ଅଭ୍ୟାସ ହୋଇଯାଏ l

 

କଣ କହୁଛି ରିସର୍ଚ୍ଚ –

ଗବେଷଣା ଅନୁସାରେ ଯଦି କୌଣସି ପ୍ରେମ ରେ ପଡିଥାଏ ତେବେ ତା ମସ୍ତିଷ୍କ ରେ ଡୋପାମାଇନ୍ ଓ ଅକ୍ସିଟୋସିନ ରିଲିଜ ହୋଇଥାଏ , ଶରୀର ଓ ମନ ଏହାକୁ ଉପଭୋଗ କରିଥାଏ l ତାହାକୁ ଫିଲ କରିବା ପାଇଁ ତାର ମନ ବାରମ୍ବାର ନିଜ ପ୍ରେମିକ ବା ପ୍ରେମିକା ନିକଟ ରେ ରହିବାକୁ ଚାହିଁଥାଏ , ତାକୁ ମନେପକେଇବା , ତା ସହିତ ଫୋନ ରେ କଥାହେବା ଇତ୍ୟାଦି ଇଚ୍ଛା କରିଥାଏ l ଏହା ଗୋଟିଏ ଏଭଳି ନିଶା ଯାହା ଶରୀର ରେ ଏକଷ୍ଟ୍ରା ଏନର୍ଜି ଅନୁଭବ କରାଇଥାଏ l ଏବଂ ବ୍ୟକ୍ତି କୁ ହାଇପର ଆକଟିଭ୍ ଅନୁଭବ କରାଇଥାଏ l ଯେଉଁ କାରଣରୁ ବ୍ୟକ୍ତି ନିଦ୍ରା ହୀନତାର ଶିକାର ହୋଇଥାଏ l
ପ୍ରେମ ରେ କାହାର ଅଧିକ ନିଦ ବ୍ୟାହତ ହୋଇଥାଏ –
ଏହି ଅଧ୍ୟୟନ ଅନୁସାରେ ପ୍ରେମ ଜେଣ୍ଡର୍ ହିସାବରେ ନିଦ ଉପରେ ପ୍ରଭାବ ପକାଇଥାଏ l ଏହି ଅଧୟନ ରେ କୁହାଯାଇଛି ଯେ ପ୍ରେମ ରେ ପଡିଲେ ପୁଅ ମାନଙ୍କ ତୁଳନାରେ ଝିଅ ମାନଙ୍କ ର ନିଦ ଅଧିକ ପ୍ରଭାବିତ ହୋଇଥାଏ l କାହିଁକିନା ଝିଅ ମାନେ ଅଧିକ ଇମୋ
ସନାଲ୍ ହୋଇ ଥାଆନ୍ତି l
ଏହି ଅଧ୍ୟୟନ ରେ କୁହାଯାଇଛି ଯେ ପ୍ରେମ ରେ ପଡିଲେ ବ୍ୟକ୍ତି ନିଜକୁ ନିଜ ପାର୍ଟନର ନିକଟରେ ସୁରକ୍ଷିତ ମନେ କରିଥାଏ , ଯେପରିକି ଗୋଟିଏ ସନ୍ତାନ ନିଜ କୁ ନିଜ ମା ନିକଟରେ ସୁରକ୍ଷୟିତ ଅନୁଭବ କରିଥାଏ l କହିଁକି ନା ପ୍ରେମ ମଣିଷ ଶରୀରରେ ଜାଗ୍ରତ କରୁଥିବା ଏନର୍ଜି କୁ ଶାନ୍ତ କରିବା ପାଇଁ ଆଲିଙ୍ଗନ ଓ ସ୍ନେହ ର ବନ୍ଧନ ର ଆବଶ୍ୟକତା ରହିଥାଏ l
Leave A Reply