Odisha news

ଅନଲାଇନ ଗେମିଙ୍ଗ ହେଲା କାଳ : ୨୨ ବର୍ଷୀୟ ଯୁବକ କରଜ କଲେ ୯୬ ଲକ୍ଷରୁ ଉର୍ଧ୍ଵ ଟଙ୍କା

0

ଅନଲାଇନ ଗେମିଙ୍ଗ ଓ ଫଣ୍ଟସି ଆପ୍ସ କିଭଳି ଭୟଙ୍କର ହୋଇପାରେ ଓ ମଣିଷ କୁ ମୃତ୍ୟୁ ମୁଖକୁ ନେଇଯାଇ ପାରେ ତାର ଅନ୍ଦାଜ ଆପଣ ଲଗାଇ ପାରିବେ ନାହିଁ  l ଇଣ୍ଟରନେଟ ରେ ଗୋଟିଏ ଭିଡିଓ ଭାଇରଲ ହେଉଛି , ଯେଉଁଥିରେ ଜଣେ ୨୨ ବର୍ଷର ଯୁବକ ଅନଲାଇନ ଗେମିଂ ଏମିତି ଗୋଟିଏ ଜାଗାରେ ଆସି ପଂହଁଚି ଯାଇଛନ୍ତି ଯେଉଁଠି ସେ ଆତ୍ମହତ୍ୟା କରିବାର ନିଷ୍ପତି ନେବାକୁ ସ୍ଥିର କରିଥିଲେ l ଏହି ଯୁବକଙ୍କ ଉପରେ ଏତେ ଋଣ ଭାର ଯେ ଜଣେ ନିଜ ଚାକିରୀ ଜୀବନ ରେ ମଧ୍ୟ ଏତିକି ଋଣ କରିପାରିବ ନାହିଁ l

ହଁ ଆଜ୍ଞା ବିହାର ରେ ରହୁଥିବା ହିମାଂଶୁ ମିଶ୍ରl ଙ୍କୁ ଅନଲାଇନ ଗେମିଙ୍ଗ ର ନିଶା ଏଭଳି ଲାଗିଲା ଯେ ସେ ୯୬ ଲକ୍ଷରୁ ଉର୍ଧ୍ଵ ଟଙ୍କା ଋଣ ଭାରରେ ପୋତି ହୋଇ ପଡିଛନ୍ତି l ଏହି ଋଣ ହିମାଂଶୁ ଘର ଲୋକଙ୍କୁ ଠକିବା ଏବଂ ସମ୍ପର୍କୀୟଙ୍କୁ ଠକି ଅନଲାଇନ ଗେମିଙ୍ଗ ରେ ହାରି ଯାଇଛନ୍ତି l ଯାହାକୁ ନେଇ ସେ ସୂଈସାଇଡ କରିବା ପାଇଁ ମଧ୍ୟ ଚେଷ୍ଟା କରିଛନ୍ତି l ହିମାଂଶୁ ନିକଟରେ ଗୋଟିଏ ପଥଚାରୀ ନାଟକ ରେ ନିଜର ଦୁଃଖ କହିଛନ୍ତି l ଏବଂ ଏହାପରେ ଶାଳିନୀ କାପୁର ଙ୍କ ପୋଡ଼କାଷ୍ଟ କୁ ଆସିଥିଲେ ଯେଉଁଠି ସେ ନିଜ ଉପରେ ଲଦି ହୋଇଥିବା ଋଣଭାର ବିଷୟରେ କହିଥିଲେ l

ଅନଲାଇନ ଗେମ ଜରିଆରେ ସେ ପ୍ରଥମେ ନିଜ ମାଙ୍କ ଆକାଉଣ୍ଟ ରୁ ଲୁଚାଇ ପଇସା ବାହାର କରି  ଖାଲି କରିଦେଇ ଥିଲେ, ଯେତେବେଳେ ମଧ୍ୟ ଅନଲାଇନ ଗେମ ରେ ତାଙ୍କର ଘାଟା ହେଉଥିଲା ସେ ଏହି ଆଶାରେ ପୁନର୍ବାର ଖେଳୁ ଥିଲେ କି ଏହି ଥର କିଛି ଲାଭ ମିଳିବ l କିନ୍ତୁ ଜୁଆ ର ଏହି ପଙ୍କ ମଧ୍ୟରେ ହିମାଂଶୁ ପଶି ପଶି ଯାଇଥିଲେ ଏବଂ ସ୍ଥିତି ଏଭଳି ଆସିଥିଲା ଯେ ଚୋରୀ କରିବାକୁ ପଡିଥିଲା l କେତେବେଳେ ମା ଙ୍କ ଏଟିଏମ୍ ନେଇ ୨୮ ହଜାର ବାହାର କରୁଥିଲେ ତ ଆଉ କେତେବେଳେ ବାପା ଙ୍କ ଏଟିଏମ୍ କାର୍ଡ ରେ ୮୮ ହଜାର l ଏହି ସମୟ ରେ ବିଟେକ କରିବା ପାଇଁ ସଂଚୟ ହୋଇଥିବା ପଇସାକୁ ମଧ୍ୟ ହିମାଂଶୁ ଏହି ଅନଲାଇନ ଜୁଆ ରେ ହାରି ଯାଇଥିଲେ l ଏବଂ ଜଣେ ସମ୍ପର୍କୀୟ ନିଜ ଭଉଣୀ ବିବାହ ପାଇଁ ସଂଚୟ ରଖିବା ପଇସା ମଧ୍ୟ ମିଛ କହି ହିମାଂଶୁ ଧାର ଆକାରରେ ନେଇ ହାରି ଯାଇଥିଲେ l

ଶାଳିନୀ କପୁର ନାମକ ୟୁଟ୍ୟୁବର ଏହି ଭିଡିଓ କୁ ନିଜ ଚ୍ୟାନେଲ ରେ ପକାଇବା ପରେ ହଜାର ଲୋକ ଦେଖିଛନ୍ତି, ଏବଂ ଏହି ଭିଡିଓ ଆଜିର ଯୁବକ ମାନଙ୍କୁ ସଚେତନ କରିବା ପାଇଁ ଶାଳିନୀ ନିଜ ସାଇଡ ରେ ଦର୍ଶାଇଛନ୍ତି l

Leave A Reply