Odisha news

ଦୁର୍ଗା ପୂଜା ଏବଂ ରାବଣପୋଡି ନିମନ୍ତେ ଶାନ୍ତି କମିଟି ବୈଠକ ଭଷାଣୀରେ ବାଜିବନି ଡିଜେ ସାଉଣ୍ଡ 

0
ବେତନଟୀ : ଦୁର୍ଗା ପୂଜା ଏବଂ ରାବଣପୋଡି ନିମନ୍ତେ ଶାନ୍ତି ବୈଠକ ଗୁରୁବାର ବେତନଟୀ ଉପକଣ୍ଠ ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ପାର୍ବଣ ଋତୁ କୁ ଲକ୍ଷ୍ୟ କରି ନିଆ ଯାଇଛି ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି l ଶାନ୍ତି କମିଟି  ସଭାପତି ପ୍ରକାଶ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବେତନଟୀ ପୁଲିସ ଉପଖଣ୍ଡ ଅଧିକାରୀ ସୁଦର୍ଶନ ଦାଶ ମଞ୍ଚାସୀନ ହୋଇ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଦିଗ ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବେତନଟୀ ଥାନା ଅଧିକାରିଣୀ ସସ୍ମିତା ମହାନ୍ତ, ବେତନବୀ ତହସିଲଦାର ସୁରଥ ଚନ୍ଦ୍ର ରାଉତ, ଏବିଡିଓ ଗଗନ ବେହେରା, ବିଦ୍ୟୁତ୍ ଉପଖଣ୍ଡ ଅଧିକାରୀ ଶୁଭଦୀପ୍ତ ମିଶ୍ର , ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ , ଅବକାରୀ ବିଭାଗ ଥାନାଧିକାରୀ  ପ୍ରକାଶ ସାହୁ ପ୍ରମୁଖ ମଞ୍ଚାସୀନ ଥାଇ ଗୁରୁତ୍ଵପୂର୍ଣ୍ଣ  ଆଲୋଚନା ରେ ଉପସ୍ଥିତ ଥିଲେ । ଏଥିରେ ମୂଖ୍ୟତଃ ଆଗାମୀ ଦୂର୍ଗାପୂଜାରେ ମୂର୍ତ୍ତୀ ଭସାଣୀ ସମୟରେ ଡିଜେ ସାଉଣ୍ଡ ନ ବାଜିବା ପାଇଁ ନିଷ୍ପତ୍ତି ନିଆଯାଇଥଲା । ଆଗାମୀ ଦୁର୍ଗାପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ଯାନବାହାନ ଯାତାୟାତକୁ ନିୟନ୍ତ୍ରଣ କରିବା , ଅତ୍ୟଧିକ ଭିଡ କୁ ନିୟନ୍ତ୍ରଣ କରିବା , ରାବଣପୋଡି ଉତ୍ସବକୁ ସୁରଖୁରରେ ପାଳନ କରିବା, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପ୍ରଦାନ କରିବା , ରାସ୍ତାଘାଟ ନାଳନର୍ଦ୍ଦମା ମରାମତି କରିବା ଏବଂ ସଫେଇ  କରିବା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ବେତନଟୀ ଉପକଣ୍ଠ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ରେ ସଠିକ ଭାବରେ ବିଦ୍ୟୁତ୍ ଆଲୋକର ସୁସଜ୍ଜୀକରଣ  ବ୍ୟବସ୍ଥା କରିବା , ନିଆଁ ଲିଭା ଯନ୍ତ୍ର ରଖିବା ଏବଂ ଅନ୍ୟାନ୍ୟ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିସହ ଶୃଙ୍ଖଳିତ ଭସାଣୀ ଯାତ୍ରା ନିମନ୍ତେ ପୋଲିସ କର୍ତ୍ତୃପକ୍ଷ ନିବେଦନ କରିଥିଲେ । ଏହି ଶାନ୍ତି ବୈଠକରେ  ସମସ୍ତ ପୂଜା କମିଟି ସଦସ୍ୟ , ସାମାଜିକ ସଂଗଠନ, ଯାତ୍ରା କମିଟି ସଦସ୍ୟ, ଲୋକ ପ୍ରତିନିଧି, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା , ସାମ୍ବାଦିକ ଓ ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ  । ପରିଶେଷରେ  ଏସଡ଼ିପିଓ ଶ୍ରୀଯୁକ୍ତ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Leave A Reply