Odisha news

ହଟ୍ଟଗୋଳରେ ଆରମ୍ଭ ହୋଇ ହଟ୍ଟଗୋଳରେ ଶେଷ ହେଲା ବିଇଏମସିର ସାଧାରଣ ବୈଠକ  

0
ବ୍ରହ୍ମପୁର : ଆଜି ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଏମସି ମେୟର ସଂଘମିତ୍ରା ଦଳେଇ ଅଧ୍ୟକ୍ଷତା କରିଥିଲେ । ବୈଠକର ଆରମ୍ଭରେ ଗେଟ ବଜାରର ନୂତନ କୋଠା କିଭଳି ହେବ ଓ ଏଥିରେ କଣ ସବୁ ରହିବ ସେ ନେଇ ଆଲୋଚନା ହୋଇଥିଲା । ଏହାପରେ ସହରର ବହୁ କର୍ପୋରେଟର ମାନେ ନିଜ ଅଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମେୟର ଓ ବିଏମସି କମିଶନରଙ୍କୁ ଅବଗତ କରାଇଥିଲେ । ସହରରେ ବିଭିନ୍ନ ସ୍ଥାନରେ ଗାଇ ଗୁଡ଼ିକ ଅବାଧରେ ଚଳପ୍ରଚଳ କରୁଛନ୍ତି । ଗାଇ ମାଲିକ ମାନେ ଖିର ଦୁଇଁବା ପରେ ଛାଡ଼ି ଦେଉଛନ୍ତି । ଯାହାଫଳରେ ସହରରେ ଗାଇ ଯୋଗୁଁ ଦୁର୍ଘଟଣା ବୃଦ୍ଧି ହେଉଥିବା ନେଇ କିଛି କର୍ପୋରେଟର ଅଭିଯୋଗ କରିଥିଲେ । ଗାଇଙ୍କ ରହିବା ପାଇଁ ଗୋଶାଳା ନିର୍ମାଣ ପାଇଁ ସେମାନେ ଦାବି କରିଥିଲେ । ସେହିପରି ସହରର ପ୍ରତିଟି ସାହିରେ କୁକୁର ମାଳ ମାଳ । କୁକୁର ବନ୍ଧ୍ୟାକରଣ ଯୋଜନା ଆରମ୍ଭ ହୋଇଥିବା ବେଳେ ତାହା କାମ କରୁନାହିଁ । ଯାହାଫଳରେ କୁକୁରଙ୍କ ସଂଖ୍ୟା ବଢିବା ସହ ସେମାନଙ୍କ ପ୍ରାର୍ଦୁଭାବ ମଧ୍ୟ ବଢୁଛି । ତେଣୁ କୁକୁର ବନ୍ଧ୍ୟାକରଣ ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ କରାଯାଉ ବୋଲି କିଛି କର୍ପୋରେଟର ଦାବି କରିଥିଲେ । ସହରର କିଛି ୱାର୍ଡରେ ଦୀର୍ଘ ଦିନ ଧରି ଅଳିଆ ଆବର୍ଜ୍ଜନା ସଂଗ୍ରହ କରୁଥିବା ଗାଡ଼ି ବୁଲୁ ନାହିଁ । ତେଣୁ ଏହି ଗାଡ଼ି କିଭଳି ନିୟମିତ ବୁଲିବ ସେ ନେଇ ପଦକ୍ଷେପ ନେବାକୁ ଦାବି କରିଥିଲେ ବହୁ କର୍ପୋରେଟର । ସେହିପରି ସହରର ଅକ୍ଟ୍ରାଇ ଗେଟରୁ ପ୍ରତିଦିନ ହଜାର ହଜାର ଟଙ୍କା ରାଜସ୍ୱ ଆଦାୟ ହେଉଛି । କିନ୍ତୁ ତାହା ବିଇଏମସିକୁ ଆସୁନାହିଁ । ଏହି ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ କରିଥିଲେ କର୍ପୋରେଟର । ଏହି ରାଜସ୍ବ ଆଦାୟ କାର୍ଯ୍ୟ କୈାଣସି ଘରୋଇ ସଂସ୍ଥାକୁ ଦିଆଯାଉ ବୋଲି ପ୍ରସ୍ତାବ ରଖିଥିଲେ କର୍ପୋରେଟର । ସେପଟେ ଏହି ସବୁ ଅଭିଯୋଗକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ମଧ୍ୟ ହୋଇଥିଲା । ଗାଇ ରଖିବା ନିମନ୍ତେ ଗୋଶାଳା କାର୍ଯ୍ୟ ଜାରୀ ରହିଥିବା ବେଳେ ଖୁବଶୀଘ୍ର ଏହାକୁ କାର୍ଯ୍ୟକ୍ଷମ ପାଇଁ ଟେଣ୍ଡର ଆହ୍ବାନ କରାଯିବା ସହ ଯେଉଁ ଗାଇ ମାଲିକ ମାନେ ଗାଇକୁ ବାହାରେ ଛାଡି ଦେଉଛନ୍ତି ସେମାନଙ୍କ ଗାଇକୁ ବିନା ନୋଟିସରେ ଗୋଶକଳାରେ ଭର୍ତ୍ତି କରାଯିବ ବୋଲି କହିଛନ୍ତି ମେୟର । କୁକୁର ବନ୍ଧ୍ୟାକରଣ ନେଇ କିଛି ସମସ୍ୟା ରହିଥିବା ଯୋଗୁଁ ଏହା ଆଗକୁ ବଢିପାନରୁନଥିଲା। ଏନେଇ ଖୁବଶୀଘ୍ର ପଦକ୍ଷେପ ନିଆଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ । ସେହିପରି ବୈଠକରେ ଉଠିଥିବା ଅନ୍ୟାନ୍ୟ ଅଭିଯୋଗର ମଧ୍ୟ ସମାଧାନ କରାଯିବ ବୋଲି କହିଛନ୍ତି ବିଇଏମସି କମିଶନର ।
Leave A Reply