Odisha news

ମାଲକାନଗିରି ଜିଲ୍ଲାର ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି

0

ମାଲକାନଗିରି ଜିଲ୍ଲାର ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ପୋଟେରୂ ଅଞ୍ଚଳରେ ବନ୍ୟା ପାଣି କମିବାରେ ଲାଗିଛି । ହେଲେ ଏବେ ମଧ୍ୟ କାଙ୍କୁରୁକୋଣ୍ଡା ଓ କନ୍ୟାଆଶ୍ରମ ପୋଲ ଉପରେ ଆଠ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ମାଲକାନଗିରି ଠାରୁ କାଲିମେଳା ଓ ପଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ରାସ୍ତାରେ ଅନେକ ଯାନ ବାହାନ ଅଟକି ରହିଛି । ବନ୍ୟା ଯୋଗୁଁ ପୋଟେରୂ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାସ୍ତାଘାଟ ଭାଙ୍ଗି ଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶି ଜିନିଷ ପତ୍ର ନଷ୍ଟ ହୋଇଛି । ତମସା ଓ ପାଙ୍ଗାମ ନଦି ପୋଲ ଉପରେ ପାଣି କମିବା ପରେ ମାଲକାନଗିରି ଜୟପୁର ମଧ୍ୟରେ ଯୋଗାଯୋଗ ସ୍ବାଭାବିକ ହୋଇଛି । ସେହି ପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରିର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବା ସହ ଜିଲ୍ଲା ପ୍ରଶାସନକୁ ସହଯୋଗ ଦେବା ପାଇଁ ଅଗ୍ନିଶମ ସେବା ଓ ଗୃହରକ୍ଷୀ ବାହିନୀ ମହାନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ମାଲକାନଗିରି ଅଭିମୁଖେ ଗସ୍ତ କରିଛନ୍ତି ।

Leave A Reply