ବାଲିଆପାଳ କର୍ମଦ୍ଦା ରାସ୍ତାର ସୁବର୍ଣ୍ଣ ରେଖା ନଦୀ ପୋଲ ଉପରେ ଦୁଇ ବାଇକ ମୁହାଁ ମୁହିଁ ଧକା ୪ ଜଣ ଗୁରୁତର।ବାଲେଶ୍ୱର ଜିଲ୍ଲା ବାଲିଆପାଳ କର୍ମଦ୍ଦା ରାସ୍ତାର ପାରୁଲିଆ ସୁବର୍ଣ୍ଣ ରେଖା ନଦୀ ପୋଲ ଉପରେ ଦୁଇ ବାଇକ ମୁହାଁ ମୁହିଁ ଧକା ହେବା ଫଳ ରେ ୪ ଜଣ ଗୁରୁତ ହେଉଛନ୍ତି। ଗୁରୁତ୍ଵଙ୍କ ମଧ୍ଯ ରେ ବାଲିଆପାଳ ବ୍ଲକ ର ବିଷ୍ଣୁପୁର ଗ୍ରାମର ଝଡେଶ୍ୱର ଦାସ (୫୦) , ପୁତ୍ର ଗୌତମ ଦାସ (୨୩) ସ୍ତ୍ରୀ ମିନତୀ ଦାସ (୪୫) ଗୋଟିଏ ପାରିବାର ହୋଇଥିବା ବକେ ଅନ୍ୟ ଜଣକ ହେଲେ ଜଳେଶ୍ଵର ବ୍ଲକର ଝାଡ଼ ପିମ୍ପାଳ ପଂଚାୟତର ଘଣ୍ଟିଆଡ଼ି ଗ୍ରାମର ଯଜ୍ଞସ୍ଵର ଗିରି ଙ୍କ ପୁତ ଚନ୍ଦନ ଗିରି (୨୨) ସୂଚନା ମୁତାବକ ଝଡେଶ୍ୱର ଗୋଟିଏ ବାଇକ ରେ ନିଜ ପରିବାର ସ୍ତ୍ରୀ,ପୁଅ ଓ ନତୁଣୀ କୁ ଜଳେଶ୍ଵର ବ୍ଲକ କସିଦା ଠାରେ ଥିବା ଏକ ହୋମିଓପାଥି ଡ଼ାକ୍ତରଙ୍କୁ ଦେଖାଇ ଔଷଧ ନେଇ ବାଲିଆପାଳ ଫେରୁଥିବା ବେଳେ ସୁବର୍ଣ୍ଣ ରେଖା ପୋଲ ମଝିରେ ବାଲିଆପାଳ ପଟୁ ଚନ୍ଦନ ଏକ ୨୨୦ ପଲ୍ସରରେ ଜଣେ ଝିଅକୁ ବସାଇ ଦୃତ ଗତିରେ ବାଲିଆପାଳ ପଟୁ ଯାଇ ପୋଲ ମଝିରେ ଉକ୍ତ ବାଇକୁ ଧକା ଦେବା ଫଳ ରେ ଉଭୟ ବାଇକ ରୁ ସମସ୍ତେ ବ୍ୟକ୍ତି ଛିଟିକି ପଡି ଗୁରୁତର ହୋଇ ପଡି ଥିଲେ। ବାଲିଆପାଳ ଦମକଳ ବାହିନୀ ଘଟଣସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ବାଲିଆପାଳ ଗୁଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ରେ ଭର୍ତ୍ତି କରାଇ ଥିଲେ। ଘଟଣାର ଖବର ପାଇ ବାଲିଆପାଳ ଆଇ ଆଇ ସି ବ୍ରହ୍ମାନନ୍ଦ ସ୍ବାଇଁ ଗୁଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସମସ୍ତ ଗୁରୁଟରଙ୍କୁ ବାଲେଶ୍ବର ସ୍ତାନନ୍ତର କରାଯିବାର ପ୍ରକ୍ରିୟା ଆରମ୍ଭ ହେଉଛି।