Odisha news

୧୨୦ କେଜି ଗଞ୍ଜେଇ ଜବତ କାର ଓ ବାଇକ ସହ ୩ ଗିରଫ

0
ଵ୍ରହ୍ମପୁର : ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦେଶ କ୍ରମେ ଗଞ୍ଜେଇ ଚାଲାଣ କାରୀଙ୍କୁ ଧରିବା ପାଇଁ  ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ  ଅବକାରୀ ଗୋଇନ୍ଦା ବିଭାଗର ଡ଼ିଏସପି ସ୍ନେହଲତା ନାୟକଙ୍କ ନେତୃତ୍ୱରେ ଏକ  ଟିମ  ଗଠନ ହୋଇଥିଲା। ଉକ୍ତ ଟିମ ଶନିବାର ସାନକୁଶସ୍ଥଳୀ ନିକଟରେ  ଯାନବାହନ ଯାଞ୍ଚ କରିଥିଲା। ସେଠାରେ ଵ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ କାରକୁ ଅଟକାଇ ଯାଞ୍ଚ କରାଯାଇଥିଲା।  ସେଥିରୁ ୧୨୦ କେଜି ଗଞ୍ଜେଇ ଜବତ ହୋଇଥିଲା। କାର ଡ୍ରାଇଭର  ସମେତ ତିନିଜଣ ଙ୍କୁ ଟିମ ବାନ୍ଧିଥିଲା। ସେମାନେ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମୋହନା ର ଚିରଞ୍ଜିବି କରାଢ଼ (୨୩), ବିକି କରାଢ଼(୧୯) ଓ ଅଢ଼ବା ଅଞ୍ଚଳର ଆୟବ ନାୟକ (୨୦)।  ଜେରା ବେଳେ ସେମାନେ ଉକ୍ତ ଗଞ୍ଜେଇ ଗଜପତି ଜିଲାରୁ ଆଣି ଵ୍ରହ୍ମପୁର ଅଣୁଥିଲେ ବୋଲି ଟିମ ସମ୍ମୁଖରେ ସ୍ୱୀକାର କରିଛନ୍ତି। ଜବତ ଗଞ୍ଜେଇ ଓ କାର ଓ ବାଇକର ଆନୁମାନିକ ମୂଲ୍ୟ ପ୍ରାୟ  ୧୮ ଲକ୍ଷ ହେବ ବୋଲି କୁହାଯାଇଛି।ଗିରର  ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଅବକାରୀ ଏକ ଟିମ ଶନିବାର ସକାଳେ ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ବିଭିନ୍ନ ଛକରେ ନାକାବନ୍ଦୀ କରିଥିଲା। କାର ଭିତରେ ଥିବା ଗୁପ୍ତ ବକ୍ସ(ସିକ୍ରେଟ ଚାମ୍ବର) ରେ ଗଞ୍ଜେଇ ରଖାଯାଇଥିଲା ବୋଲି ଟିମ କହିଛି। ସେହିପରି ଉକ୍ତ କାର ଆଗରେ ଏକ ବାଇକ ସେମାନଙ୍କୁ ପାଇଲଟିଂ କରୁଥିଲା।
Leave A Reply