Odisha news

ବର୍ଷା ଋତୁରେ କାହିଁକି ଛାତିରେ ସୃଷ୍ଟି ହୋଇଥାଏ କଫ ? କିପରି ପାଇବେ ତୁରନ୍ତ ଆରାମ

0

ବର୍ତମାନ ବର୍ଷା ଋତୁ  ଅଧିକାଂଶ ଲୋକ କାଶ ଓ କଫ ର ଶିକାର ହେଉଛନ୍ତି , କାହିଁକି ନା ବର୍ତମାନ ବର୍ଷାର ପ୍ରକୋପ ସହିତ, ଜଳବାୟୁ ରେ ଆର୍ଦ୍ରତା ମଧ୍ୟ ରହୁଛି l ଏବଂ ପଲ୍ୟୁସନ ମଧ୍ୟ  ଚାରିଆଡେ ଦେଖିବାକୁ ମିଳୁଛି l ତେଣୁ ଏହି କାରଣରୁ କାଶ ଓ କଫ ସମସ୍ୟା ଦେଖିବାକୁ ମିଳୁଛି l ଏହା ଛଡା ଏହା ଉପରେ ଆମ ଲାଇଫ ଷ୍ଟାଇଲ ର ମଧ୍ୟ ପ୍ରଭାବ ରହୁଛି  l ତେବେ ଆସନ୍ତୁ ଜାଣିବା ପ୍ରଥମେ କଫ କଣ ପାଇଁ ହୋଇଥାଏ l

କଫ କାହିଁକି ହୋଇଥାଏ ?
କଫ ଗୋଟିଏ ଅଠାଳିଆ ତରଳ ପଦାର୍ଥ ଅଟେ, ଯାହା ଆପଣଙ୍କ ଶ୍ୱାସ ନଳୀ କୁ ସଫା ରଖିବାରେ ମହତ୍ଵପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ l ଆମ ଛାତିରେ କଫ ଜମିବାର କାରଣ ହେଉଛି ବର୍ଷା ଋତୁରେ ଜଳବାୟୁ ପ୍ରଭାବ, ଏବଂ ଜୀବନ ଶୈଳୀ ର ପ୍ରଭାବ l କିନ୍ତୁ ଯଦି ଏହି କଫ ବଢ଼ିଯାଇ ଥାଏ ତେବେ ଅନେକ ଗୁଡିଏ ସମସ୍ୟା ବୃଦ୍ଧି ହୋଇଥାଏ l ଗଳା କିଚ କିଚ ହେବା, କାଶ ଲାଗି ରହିବା, କାଶ କାରଣରୁ ବାନ୍ତି ମଧ୍ୟ ହୋଇଥାଏ l ଶରୀର ରେ ଅଧିକ କଫ ବଢିବା ଦ୍ୱାରା ପ୍ରଶ୍ୱାସ ନଳୀ ଫୁଲି ଯାଇଥାଏ, ଏଲର୍ଜୀ, ଗଳା ଏବଂ ଫୁସଫୁସ ରେ ଯନ୍ତ୍ରଣା, ଫୁସଫୁସ କ୍ୟାନ୍ସର ଭଳି ଅନେକ ପ୍ରକାର ରୋଗ ଦେଖାଯାଇ ଥାଏ l

କଫ ହେଲେ କଣ  କରିବେ –
– ଡି -ହାଇଡ୍ରେସନ ଏବଂ ଗ୍ୟାସ ଏସିଡ଼ିଟି କାରଣରୁ କଫ ମଧ୍ୟ ବଢ଼ିଯାଇ ଥାଏ l ତେଣୁ ଏହିସବୁ ସମସ୍ୟାକୁ ଏଡ଼ାଇବା ପାଇଁ ଖୁବ ଅଧିକ ପାଣି ପିଇବା ମଧ୍ୟ ଜରୁରୀ l କାହିଁକି ନା ଶରୀର ହାଇଡ୍ରେଟ ରହିବା ଦ୍ୱାରା ପାଣି ପିଇବା ଜରୁରୀ l ଏବଂ ପାଣି ପିଇବା ଦ୍ୱାରା କଫ ଢିଲା ହୋଇଯାଇ ଥାଏ ଏବଂ ଖୁବ ସହଜ ରେ ବାହାରି ଯାଇଥାଏ l ଏବଂ ପ୍ରଶ୍ୱାସ ନଳୀ ମଧ୍ୟ ଠିକ ହୋଇଯାଇ ଥାଏ l

– ଡ୍ରାଏ ଏୟାର କାରଣରୁ ଶରୀର ରେ କଫ ଅଧିକ ବଢି ଯାଇଥାଏ l ତେଣୁ ଘରେ ରୁମ ହିଟର ର ବ୍ୟବହାର କରନ୍ତୁ ନାହିଁ l ଏବଂ ଷ୍ଟିମ ନେଇ କଫ ରୁ ନିବୃତ ହେବାକୁ ଚେଷ୍ଟା କରନ୍ତୁ l ନିୟମିତ ଷ୍ଟିମ ନେବା ଦ୍ୱାରା କଫ ମଧ୍ୟ ଖୁବ ସହଜ ରେ ବାହାରି ଯାଇଥାଏ l

– କଫ ସମସ୍ୟା ଲାଗି ରହିଲେ ନିୟମିତ ଲୁଣ ପାଣି ଗର୍ଗଳ କରନ୍ତୁ l ଏହାଦ୍ୱାରା ଗଳା ଫୁଲିଯିବା ସହିତ କଫ ସମସ୍ୟା ରୁ ମଧ୍ୟ ଆରାମ ମିଳିଥାଏ l

Leave A Reply