Odisha news

ଜିଲ୍ଲାସ୍ତରୀୟ ପରିବେଶ ଆଲୋଚନାଚକ୍ରରେ ପ୍ରକୃତି ବନ୍ଧୁ ଚନ୍ଦନଙ୍କୁ ସମ୍ବର୍ଦ୍ଧନା।

0

କେନ୍ଦୁଝର : ଅନ୍ତର୍ଜାତୀୟ ଦାତବ୍ୟ ସଙ୍ଗଠନ  ରୋଟାରୀ କ୍ଲବ କେନ୍ଦୁଝର ଦ୍ବାରା ଆୟୋଜିତ ପରିବେଶ ଆଲୋଚନାଚକ୍ରରେ ସମ୍ବର୍ଦ୍ଧିତ ହୋଇଛନ୍ତି ଯୁବ ଲେଖକ ,ପତ୍ରକାର ,ପ୍ରକୃତି ବନ୍ଧୁ ତଥା ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରାପକ ସାମାଜିକ କର୍ମୀ ଚନ୍ଦନ ପଣ୍ଡା ।ରୋଟାରୀ କେନ୍ଦୁଝର ର ସଭାନେତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁଙ୍କ ଆବାହକତ୍ବରେ ଅନୁଷ୍ଠିତ କେନ୍ଦୁଝରସ୍ଥିତ ରବିନ୍ଦ୍ର ବିଦ୍ୟା ନିକେତନ ପ୍ରେକ୍ଷାଳୟରେ ଆୟୋଜିତ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗଦାନ କରିଥିଲେ କେନ୍ଦୁଝର ବନଖଣ୍ଡ ଅଧିକାରୀ  ଓ ମୁଖ୍ଯ ବନ୍ୟପ୍ରାଣୀ ତତ୍ୱାବଧାରକ ଧନରାଜ ହନୁମନ୍ତ ଧମଧୀର, ରୋଟାରୀ ଜିଲ୍ଲା ମୁଖ୍ଯ ଯଜ୍ଞାଶିଷ ମହାପାତ୍ର, ରୋଟାରୀ ପରିବେଶ ମୁଖ୍ଯ ଶିବବ୍ରତ ଦାସ ,ରୋଟାରୀ ଅଧ୍ୟକ୍ଷ ଡ.ସୁରେଶ ଚନ୍ଦ୍ର ଖଟାଇ , ବସନ୍ତ କୁମାର ପୃଷ୍ଟି ,ଓ ଦୀପକ ନାୟକ ପ୍ରମୁଖ ଅତିଥିଭାବେ ଯୋଗଦାନ କରି  ଚନ୍ଦନ ଙ୍କୁ ଉପଢ଼ୌକନ,ଅଙ୍ଗବସ୍ତ୍ର ଫଳକ ସହ ସମ୍ବର୍ଦ୍ଧିତ କରିଥିଲେ । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଦିଗରେ ସଚେତନତା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ତାଙ୍କର ସ୍ବତନ୍ତ୍ର ଅବଦାନ ନିମନ୍ତେ ଏହା ପ୍ରଦାନ କରାଯାଇଛି  । ସୂଚନାଯୋଗ୍ଯ ହାଟଡିହୀ ବ୍ଲକ ଇଞ୍ଚୋଳ ଗ୍ରାମର ଯୁବ ପ୍ରତିଭା ଚନ୍ଦନ ପଣ୍ଡା ଛାତ୍ରାବସ୍ଥାରୁ ତାଙ୍କର ପରିବେଶ ଯାତ୍ରା ଆରମ୍ଭ କରିଛନ୍ତି ନିଜର କବିତା ଓ ପ୍ରବନ୍ଧ ମାଧ୍ୟମରେ ଜନଜାଗରଣ କରିବା ସହ ବନୀକରଣ ସହ ବିଭିନ୍ନ ପରିବେଶ ଅନୁକୂଳ କାର୍ଯ୍ଯକ୍ରମ ଜାରି ରଖିଛନ୍ତି ।ଏନେଇ ବିଭିନ୍ନ ସଙ୍ଗଠନ ଓ ଶୁଭେଚ୍ଛୁମାନେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ଆଗକୁ ବଢିବାକୁ ଶୁଭକାମନା ଜଣାଇଛନ୍ତି ।

Leave A Reply