Odisha news

ସ୍ତ୍ରୀ ସ୍ୱାମୀଙ୍କୁ ସମୂଖରେ ଙ୍କୁ ହତ୍ୟା : ୪ଗିରଫ ,ଛୁରୀ ଢାମ୍ପଣ ବାଢ଼ି ଜବତ

0
ଵ୍ରହ୍ମପୁର, ୨୦/୮: ସାମାନ୍ୟ ବଚସାରୁ ଜଣେ ମହିଳାଙ୍କ ସମ୍ମୁଖରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣଙ୍କ ଗିଶାଣିନୁଆଗାଁ ଥାନା ଅନ୍ତର୍ଗତ ଜଳେଶ୍ବରଖଣ୍ଡିରେ ରହୁଥିବା କିଷାନ ଗୋପି ଭୋଷଲେ (୩୦)। ପୋଲିସ ଉକ୍ତ ଘଟଣାରେ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାର ଅଞ୍ଚଳର ମୂଳନିବାସୀ ହୋଇଥିବା ବେଳେ ଜଳେଶ୍ବରଖଣ୍ଡିରେ ରହୁଥିବା ଆକାଶ ସିଂ ଓରଫ ରଘୁବୀର ସିଂ ଓରଫ ହେଭଲେଟ (୨୫), ପିଙ୍କୁ ଚୌଧୁରୀ (୪୫) , ଅନୁଜ ଚୌଧୁରୀ (୨୦) ଓ ଗଞ୍ଜାମ ଜିଲ୍ଲା ରମ୍ଭାର ମୂଳନିବାସୀ ତଥା ବର୍ତ୍ତମାନ ଜଳେଶ୍ବରଖଣ୍ଡିରେ  ରହୁଥିବା କେଦାର ନାୟକ ଓରଫ ଶିବା(୩୮)। ପୋଲିସ ଘଟଣା ସ୍ଥଳରୁ ଗୋଟିଏ ଛୁରୀ, ଦୁଇ ଗୋଟି ଲୁହା ଢାମ୍ପଣ ଓ ଦୁଇଟି ବାଉଁଶ ବାଢ଼ି ଜବତ କରିଛି। ଉକ୍ତ ଅଭିଯୁକ୍ତ ମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ବୋଲି ଜିଲା ମୁଖ୍ୟାଳୟରୁ ଏକ ପ୍ରେସନୋଟ ଜରିଆରେ ସୂଚନା ଦିଆଯାଇଛି। ଘଟଣାରୁ ପ୍ରକାଶ ଯେ, ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ଜଳେଶ୍ୱରଖଣ୍ଡିରେ କେତେକ ଲୋକ ନିଜ ପରିବାର ସହ ଟେଣ୍ଟ ପକାଇ ରୁହନ୍ତି। ସେମାନେ ବିଭିନ୍ନ ପ୍ରକାର ବ୍ୟବସାୟ କରି ନିଜର ଜୀବିକା ନିର୍ବାହ କରନ୍ତି। ସୋମବାର ରାତ୍ର ସାଢ଼େ ୯ ଟା ‘ରେ  ଆକାଶ ସିଂ ଓ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ଲାଗିଥିଲା। ପାଟିତୁଣ୍ଡ ଶୁଣି ସେଠାରେ ରହୁଥିବା ଗଙ୍ଗା କିଷାନ ଭୋଷଲେ ଆକାଶ ଙ୍କୁ ଝଗଡା କାହିଁକି କରୁଛ ବୋଲି ପଚାରିଥିଲେ। ହେଲେ ଆକାଶ ତାଙ୍କୁ ମାରପିଟ କରିଥିଲେ। ସେଠାରେ ରହୁଥିବା ଗଙ୍ଗାଙ୍କ ଭାଇ ସଞ୍ଜୁ ଆକାଶକୁ ବୁଝାସୁଝା କରିଥିଲେ ମଧ୍ୟ ସେ ଶୁଣିନଥିଲେ।  ସେଠାରେ ଝଗଡା ବଢ଼ିବାରେ ଲାଗିଥିଲେ। ସ୍ତ୍ରୀ’ର ଚିତ୍କାର ଶୁଣି ଟେଣ୍ଟ ଭିତରେ ଶୋଇଥିବା କିଷାନ ଗୋପି ଭୋଷଲେ ବାହାରୁ ଆସି ଆକାଶକୁ ବୁଝାସୁଝା କରିଥିଲେ। ହେଲେ ଆକାଶ ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କର ଉପରୋକ୍ତ ୩ ସହଯୋଗୀଙ୍କ ସହାୟତାରେ କିଷାନଙ୍କୁ  ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ କିଷାନଙ୍କୁ ଉଦ୍ଧାର କରାଯାଇ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ସ୍ତ୍ରୀ ଗଙ୍ଗା କିଷାନ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ ଏସଂକ୍ରାନ୍ତରେ  ୧୮୮/୨୪ ରେ ଏକ ମାମଲା ରୁଜୁ କରିଥିଲା।
Leave A Reply