Odisha news

ଦେଶ ପାଳୁଛି ୭୮ ତମ ସ୍ୱାଧୀନତା ଦିବସ : ପ୍ରଚ୍ଛଦ ପଟରେ ଜାଲିୟାଁଵାଲା ବାଗ ନର ସଂହାର

0

ସେଲି ପଟ୍ଟନାୟକ (ଭୁବନେଶ୍ୱର )  : ଆଜି ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ, କିନ୍ତୁ ଏହି ସ୍ୱାଧୀନତା ପାଇଁ ଘଟି ଯାଇଛି ଭାରତମାତା ଛାତି ଉପରେ ଏଭଳି ଅନେକ ଘଟଣା ଯାହା ଆଜି ମଧ୍ୟ ଥରାଇ ଦେଇଥାଏ ଛାତିକୁ ଏବଂ ଟାଙ୍କୁରୀ ଉଠିଥାଏ ରୁମ ମୂଳ l ସତରେ ଆମେ ଏତେ କଷ୍ଟରେ ପାଇଥିବା ସ୍ୱାଧୀନତା କୁ କାହିଁକି ଏଭଳି ଭାବରେ ଅପବ୍ୟବହାର କରୁଛୁ ? କାହିଁକି ଲୋପ ପାଇଯାଉଛି ନିଜ ମଧ୍ୟରେ ଥିବା ମାନବିକତା ଓ ଭାଇଚାରା ? କାହିଁକି ମଣିଷ ମଣିଷ ର ହୋଇ ଯାଉଛି ଶତ୍ରୁ ? କିଏ କୋଉଠି ହିଂସା ପରାୟଣା ହୋଇ କାହାର ହତ୍ୟା କରୁଛି ତ ଆଉ କେହି ସାମାନ୍ୟ ଯୌନ ସୁଖ ପାଇଁ କାହାର ଜୀବନ ନେଉଛି l ଏମିତିରେ ଦେଖିବାକୁ ଗଲେ ସ୍ଥିତି କିଛିବି ବଦଳି ନାହିଁ l

ପୂର୍ବରୁ ଯେଉଁଠି ମୋଗଲ ଓ ଇଂରେଜ ଶାସକ ର କବଳିତ ଥିଲା ଭାରତୀୟ ସଂସ୍କୃତି , ଐତିହ୍ୟ ଓ ପରମ୍ପରା ଆଜି ସେଇଠି ନିଜ ଦେଶରେ କବଳିତ ହୋଇ ଯାଇଛି ଏହିସବୁ l ଆଜିର ଏହି ଆଧୁନିକ ସ୍ୱାଧୀନ ଭାରତର ପ୍ରତ୍ୟେକ ବ୍ୟକ୍ତି ଜାଣି ରଖିବା ଜରୁରୀ ପରାଧୀନ ଭାରତର  ଜାଲିୟାଁଵାଲା ବାଗ  ନର ସଂହାର l

ଦିନ ଥିଲା ୧୩ ଅପ୍ରେଲ, ୧୯୧୯, ଯେଉଁଦିନ ବ୍ରିଟିଶ ସୈନିକ ଜାଲିୟାଁବାଗ ନାମକ ଖୋଲା ସ୍ଥାନରେ ନିରସ୍ତ୍ର ଭାରତୀୟ ମାନଙ୍କର ଗୋଟିଏ ଭିଡ଼ କୁ ଗୁଳି ମାରି ସଂହାର କରିଥିଲା l ଭାରତର ପଞ୍ଜାବ କ୍ଷେତ୍ର ରେ ଅମୃତସର ରେ ଗୋଟିଏ ଶାନ୍ତି ପୁର୍ଣ ସଭାରେ ବ୍ରିଟିଶ ସରକାର ଙ୍କର ଆକ୍ଷି ବନ୍ଦ ଗୁଳି ଚାଳନାରେ ମୃତ୍ୟୁ ଲାଭ କରିଥିଲେ ଅନେକ ଭାରତୀୟ l ଏହି ଭାରତୀୟ ମାନଙ୍କର ମାତ୍ର ଏତିକି ଭୁଲ ଥିଲା ଯେ ସେମାନେ ଇଂରେଜ ସରକାର ବିରୋଧରେ ସ୍ୱର ଉଠାଇବା ପାଇଁ ଏକାଠି ହୋଇଥିଲେ l ଆଜି  ଜାଲିୟାଁଵାଲା ବାଗ ନର ସଂହାର କୁ ୧୦୫ ବର୍ଷ ହୋଇ ସାରିଛି l

ପଞ୍ଜାବ ର ଅମୃତସର ର ସ୍ଵର୍ଣ ମନ୍ଦିରର କିଛିଦୂର ରେ ଅବସ୍ଥିତ ଅଟେ ଜାଲିୟାଁବାଗ, ୧୯୧୯ ରେ ଭାରତ ର ପଞ୍ଜାବ ପ୍ରଦେଶ ର ସ୍ୱାଧୀନତା ପାଇଁ ସ୍ୱାଧୀନତା ସଂଗ୍ରାମ ତେଜୁ ଥିବାକୁ ଦେଖି ବ୍ରିଟିଶ ସରକାର ଭୟଭୀତ ହୋଇ ଜାଲିୟାଁବାଗ ନର ସଂହାର ଘଟାଇ ଥିଲା ବୋଲି କୁହାଯାଇ ଥାଏ l ଏହି ନର ସଂହାର ର ଗୋଟିଏ ମାସ ପୂର୍ବରୁ ମାର୍ଚ୍ଚ ୮ତାରିଖ ୧୯୧୯ ରେ ବ୍ରିଟିଶ ସରକାର ଭାରତରେ ରାଲେଟ ଆକ୍ଟ ଘୋଷଣା କରିଥିଲେ l ଏହି ଆକ୍ଟ ଅନୁସାରେ ଭାରତୀୟ ମାନେ ହେଉଥିବା ନିର୍ଯ୍ୟାତନା ବିରୁଦ୍ଧରେ ସ୍ୱର ଉଠାଇ ପାରିବେ ନାହିଁ l

– ଏହି ଆକ୍ଟ ଜରିଆରେ ଇଂରେଜ ସରକାର ଭାରତୀୟ ମାନଙ୍କୁ ବିନା କୌଣସି କାରଣରେ ମଧ୍ୟ ଗିରଫ କରି ଜେଲ ରେ ରଖି ପାରିବ l ଏହାରି ବିରୁଦ୍ଧରେ ଅପ୍ରେଲ ୯ତାରିଖ ଦିନ ପଞ୍ଜାବ ର ସ୍ୱାଧୀନତା ସଂଗ୍ରାମୀ ବିରୋଧ କରି ପ୍ରଦର୍ଶନ କରିଥିଲେ l ଯେଉଁ ମାନଙ୍କୁ ପ୍ରଶାସନ ପକ୍ଷରୁ ଗିରଫ କରାଯାଇ କଳାପାଣି ସଜା ଶୁଣାଯାଇ ଥିଲା l

– ଅପ୍ରେଲ ୧୦ ତାରିଖରେ ନେତା ମାନଙ୍କୁ ଗିରଫ କରାଯାଇ ବ୍ରିଟିଶ ସରକାର ଙ୍କ ପକ୍ଷରୁ ମାର୍ଶାଲ ଲ ଲାଗୁ ହୋଇଥିଲା l ଏହି ନିୟମ ବିରୁଦ୍ଧରେ ଲୋକଙ୍କୁ ଯିବା ପାଇଁ ବରଂ କରାଯାଇ ଥିଲା l

– ପଞ୍ଜାବ ରେ ମାର୍ଶାଲ ଲ ଲାଗି ସାରିଥିଲା, ପ୍ରତ୍ୟେକ ବର୍ଷ ପଞ୍ଜାବ ରେ ଅପ୍ରେଲ ୧୩ ବୈଶାଖ ମାସ ସଂକ୍ରାନ୍ତି ରେ ବୈଶାଖୀ ମେଳା ଲାଗିଥାଏ l ଏବଂ ସେହି ବର୍ଷ ମଧ୍ୟ ଲାଗିଥିଲା l ଏହି ମେଳା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା ଯେଉଁଥିରେ ଛୋଟ ପିଲା ମଧ୍ୟ ଥିଲେ l ଏହି ସମୟରେ କିଛି ସ୍ୱାଧୀନତା ସଂଗ୍ରାମୀ ରାଲେଟ ଆକ୍ଟ ଓ ଅନ୍ୟ ନେତାଙ୍କୁ ବିରୋଧ କରିବାକୁ ନେଇ ସେଠାରେ ଗୋଟିଏ ସଭାର ଆୟୋଜନ କରିଥିଲେ l

ଏହି ସଭା ଚାଲିଥିବା ସମୟ ରେ ଜେନେରାଲ ଡାୟାର ନିଜ ସଶସ୍ତ୍ର ଯବାନ ଙ୍କ ସହିତ ସେଠାରେ ଉପସ୍ଥିତ ହୋଇଥିଲା l ଏବଂ ତିନି ପଟରୁ ଘେରି ରଖି ବନ୍ଦ ରଖିଥିଲେ ଏବଂ ଲୋକ ମାନଙ୍କ ର ବାହାରିବା ପାଇଁ ଗୋଟିଏ ବାଟ ଖୋଲା ଥିଲା l  ଏବଂ ଅଚାନକ ଭାବର ଡାୟାର ର ନିର୍ଦେଶ ରେ ଗୁଳି ଚାଳନା ହୋଇଥିଲା l ଏବଂ ବାହାରକୁ ଯିବା ପାଇଁ ଲୋକେ ବାଟ ପାଇନଥିଲେ l ଏବଂ ବୋହି ଯାଇଥିଲା ରକ୍ତର ନଦୀ , ଛାଇ ହୋଇ ଯାଇଥିଲା ହଜାର ହଜାର ଭାରତୀୟ ଙ୍କ ମୃତ ଦେହ l

ଇଂରେଜ ସୈନ୍ୟ ଙ୍କ ଆଖିବୁଜା ଗୁଳି ଚାଳନା ରେ ଲୋକେ ଜୀବନ ବଞ୍ଚାଇବା ପାଇଁ ସେଠାରେ ଥିବା ଗୋଟିଏ କୂଅ କୁ ଡେଇଁବା ଆରମ୍ଭ କରି ଦେଲେ l ଦେଖୁ ଦେଖୁ ଗଭୀର କୂଅ ଟି ଶବ ରେ ଭର୍ତି ହୋଇଗଲା l ଆଜିକୁ ୧୦୫ ବର୍ଷ ହୋଇ ସାରିଲାଣି ତଥାପି ଆଜି ମଧ୍ୟ ଏହି ନର ସଂହାର ର ଗୁଳି ଚିହ୍ନ ଆଜି ମଧ୍ୟ ଏହି କାନ୍ଥରେ ରହିଛି l ଏଠାରେ ସହିଦ ମାନଙ୍କୁ ସମ୍ମାନ ଜଣାଇ ସମର୍ପିତ କରାଯାଇଚି ୩ଟି ସ୍ମାରକ l ଯାହା ଆଜିମଧ୍ୟ ମୁକ ସାକ୍ଷୀ ହୋଇ ଦଣ୍ଡାୟମାନ l ସେହି ସହିଦ ମାନଙ୍କୁ ଆମର ଶତ ଶତ ପ୍ରଣାମ 🙏l ଜୟ ହିନ୍ଦ l

Leave A Reply