Odisha news

ବର୍ଷା ଋତୁରେ ଚିନି ଚା ପରିବର୍ତେ ନୀତିଦିନ ପିଅନ୍ତୁ ଗୁଡ଼ ଚା, ଯାହା ଆପଣଙ୍କୁ ବିଭିନ୍ନ ପ୍ରକାର ସଂକ୍ରମଣ ଠାରୁ ଦୂରେଇ ରଖିଥାଏ

0

ଭାରତରେ ସକାଳର ଆରମ୍ଭ ହୋଇଥାଏ ଗୋଟିଏ କପ ଚା ରୁ, ସକାଳେ ଯଦି ଗୋଟିଏ କପ ଚା ମିଳିନଥାଏ ତେବେ ଲାଗିଥାଏ ଦିନଟି ରହିଯାଇଛିକି ଅଧୁରା l ଏବଂ ବିନା ଚା ରେ କିଛି ଲୋକଙ୍କର ମୁଣ୍ଡବିନ୍ଧା ସମସ୍ୟା ମଧ୍ୟ ଦେଖା ଯାଇଥାଏ l

– ଅଧିକାଂଶ ଲୋକ ଚା ପ୍ରସ୍ତୁତ କରିବା ସମୟ ରେ ଚିନି ର ବ୍ୟବହାର କରି ଥାଆନ୍ତି, ଚିନି ର ଅଧିକ ବ୍ୟବହାର କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇ ଥାଏ, ଯଦି ଆପଣ ଚା ପିଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଉଛି ତେବେ ଚିନି ଚା ର ଗୋଟିଏ ଅନ୍ୟ ବିକଳ୍ପ ହେଉଛି ଗୁଡରେ ପ୍ରସ୍ତୁତ ଚା l ଗୁଡ଼ ଚା ପୋଷାକ ତତ୍ତ୍ୱରେ ଭରପୁର ହେବା ସହିତ ବର୍ଷା ଋତୁରେ ବିଭିନ୍ନ ପ୍ରକାର ସଂକ୍ରମଣ ନିକଟରୁ ମଧ୍ୟ ରକ୍ଷା କରିଥାଏ l

* ବର୍ଷା ଋତୁରେ ସାଧାରଣ ଭାବରେ ସର୍ଦି କାଶ ଇତ୍ୟାଦିରେ ଖୁବ ଶୀଘ୍ର ଆମେ ପୀଡିତ ହୋଇଥାଉ, ଯାହାଦ୍ୱାରା ବିଭିନ୍ନ ପ୍ରକାର ସଂକ୍ରମଣ ରେ ମଧ୍ୟ ସଂକ୍ରମିତ ହେଉ l କିନ୍ତୁ ଗୁଡ଼ ଚା ସେବନ କରିବା ଦ୍ୱାରା ଆମର ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ ଏବଂ ରୋଗ ସହିତ ଲଢ଼ିବାରେ ସାହାଯ୍ୟ ମିଳିଥାଏ l ଗୁଡରେ ଥିବା କ୍ୟାଲସିୟମ, ପୋଟାସିୟମ ଓ ଆଇରନ ପ୍ରତିରକ୍ଷା ପ୍ରଣାଳୀ କୁ ମଜବୁତ କରେ l

* ମାସିକ ଋତୁସ୍ରାବ ସମୟରେ ସାଧାରଣ ଭାବରେ ଅଂଟା ପେଟ ଇତ୍ୟାଦିରେ ଯନ୍ତଣା ଅନୁଭୂତ ହୋଇଥାଏ, ତେଣୁ ଏହି ସମୟରେ ଗୁଡ଼ ଓ ଅଦା ରେ ଚା କରି ସେବନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ l

* ଗୁଡ଼ ରେ ପ୍ରସ୍ତୁତ ଚା ଶରୀର କୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ, ଏହା ଶରୀରର ଟକ୍ସିନ କୁ ବାହାର କରି ଶରୀର କୁ ସୁସ୍ଥ ରଖିଥାଏ ଏବଂ ଆମକୁ ରୋଗ ନିକଟରୁ ରକ୍ଷା କରେ l

* ଗୁଡ଼ ଚା ସେବନ ଦ୍ୱାରା ମେଟାବୋଲିଯିମ ବୁଷ୍ଟ ହୋଇଥାଏ, ଯାହାଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ ମିଳିଥାଏ l ଯଦି ଆପଣ ୱେଟ ଲସ କରିବାକୁ ଚାହୁଁଛନ୍ତି ନିୟମିତ ଭାବରେ ଚିନି ଚା ବଦଳରେ ଗୁଡ଼ ଚା ସେବନ କରନ୍ତୁ l

* ଗୁଡ଼ ଚା ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଦୀତ ସମସ୍ୟା ଦୂର ହୋଇଥାଏ l ଏହାକୁ ନିୟମିତ ସେବନ ଦ୍ୱାରା ଗ୍ୟାସ, ଏସିଡ଼ିଟି, ବ୍ଳଟିଙ୍ଗ ଆଦି ସମସ୍ୟା ସହିତ ପେଟ ଫୁଲିବା ସମସ୍ୟା ମଧ୍ୟ ଦୂର ହୋଇଥାଏ l

Leave A Reply