ବର୍ତମାନ ଶ୍ରାବଣମାସ ଚାଲିଛି, ଭକ୍ତମାନେ ଜଳ ଲାଗି କରିବା ପାଇଁ କାଉଡିଆ ଯାତ୍ରା କରୁଛନ୍ତି l ମାନ୍ୟତା ରହିଛି ଯେ ଏହି ଯାତ୍ରା କରିବା ଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l କିନ୍ତୁ ଭାବିଲେ ଠାରେ ଯଦି ସ୍ୱାମୀ ପରିବାରର ମଙ୍ଗଳ ପାଇଁ କାଉଡିଆ ଯାତ୍ରା ରେ ଯାଇଥିବ ଏବଂ ସ୍ତ୍ରୀ ପ୍ରେମିକ ସହିତ ପଳାଇବ l ହଁ ଆଜ୍ଞା ରାଜସ୍ଥାନ ର ଅଲବର ଜିଲା ର ଜଣେ ବ୍ୟକ୍ତି କାଉଡିଆ ଯାତ୍ରାରେ ହରିଦ୍ୱାର ଯାଇଥିବା ବେଳେ ଘରେ କିଛି ଏହିଭଳି ଘଟଣା ଘଟି ଯାଇଛି ଯାହାକି କଳ୍ପନା ବାହାରେ l
ଅଲବର ରୁ ଜଣେ ବ୍ୟକ୍ତି ନିଜ ବନ୍ଧୁ ମାନଙ୍କ ସହିତ ମିଶି ହରିଦ୍ୱାର କାଉଡିଆ ଯାତ୍ରା ରେ ଯାଇଥିଲେ l ଘରେ ବ୍ୟକ୍ତିଙ୍କ ବିକଳାଙ୍ଗ ପିତା, ତାଙ୍କ ପତ୍ନୀ ଏବଂ ୩ବର୍ଷ ଗୋଟିଏ ଛୁଆ ଥିଲା l ବ୍ୟକ୍ତି ଜଣଙ୍କ ଘରୁ ଯିବା ସମୟ ରେ ନିଜ ପତ୍ନୀ ଙ୍କୁ କହିଯାଇ ଥିଲେ କି ତାଙ୍କ ପିତାଙ୍କ ଧ୍ୟାନ ରଖିବା ପାଇଁ l କିନ୍ତୁ ଯେତେବେଳେ ବ୍ୟକ୍ତି ଜଣଙ୍କ ହରିଦ୍ୱାର ରୁ ଦିଲ୍ଲୀ ହୋଇ ରାଜସ୍ଥାନ ଯାଉଥିବା ସମୟ ରେ ତାଙ୍କ ପିତାଙ୍କ ଫୋନ ଆସିଥିଲା ଏବଂ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପତ୍ନୀ ତାଙ୍କର କେଉଁଆଡେ ଚାଲି ଯାଇଛନ୍ତି l ଏହାପରେ ସେ ତୁରନ୍ତ ଘରକୁ ଫେରି ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ନିଜ ପ୍ରେମିକ ସହିତ ଫେରାର ହୋଇ ଯାଇଛି l
ସ୍ତ୍ରୀ ଘରୁ ଯିବା ସମୟ ରେ ସମସ୍ତ ସୁନା ଗହଣା ଓ ପଇସା ପତ୍ର ନେଇ ପଳାଇ ଯାଇଛି l ବ୍ୟକ୍ତି ଜଣଙ୍କ ପୋଲିସ କୁ ସୂଚନା ଦେଇଥିଲେ ଯେ କାଉଡିଆ ଯାତ୍ରା ପାଇଁ ଗାଁ ରୁ ଦେଢ଼ ଲକ୍ଷ ଟଙ୍କା ଚାନ୍ଦା ଘରେ ରଖି ଯାଇଥିଲେ ଏବଂ ବୋଲ ବମ ଯାତ୍ରାରୁ ଫେରିବା ପରେ ଗାଁ ରେ ଗୋଟିଏ କାର୍ଯ୍ୟକ୍ରମ ର ଆୟୋଜନ କରିବେ l କିନ୍ତୁ ତାଙ୍କ ପତ୍ନୀ ଏତେ ଗୁଡିଏ ପଇସା ନେଇ ଘରୁ ଭାଗୀ ଯାଇଛି l ଏବଂ ଯିବା ସମୟ ରେ ଗୋଟିଏ ଛୋଟ ଝିଅ କୁ ମଧ୍ୟ ଛାଡି ଦେଇ ଯାଇଛନ୍ତି l