ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ଜୀବଜନ୍ତୁ ଙ୍କ ଅଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଣୀ ଉଦ୍ୟାନ ରେ ଧଳା ବାଘ ବଂଶ ବୃଦ୍ଧି କୁ ନେଇ ନନ୍ଦନକାନନ ଇତିହାସ ରଚିଥିବା ବେଳେ ଏବେ କଳାବାଘ ବଂଶ ବୃଦ୍ଧି ପାଇଁ ଅଣ୍ଟା ଭିଡିଛନ୍ତି କର୍ତ୍ତୃପକ୍ଷ। ଜିବଜନ୍ତମାନଙ୍କର ନୁତନବଂଶ ତିଆରିକରିବା ମୁଖ୍ୟ ଲକ୍ଷ ନେଇ ଆରମ୍ଭ ହୋଇଛି ଜୀବଜନ୍ତୁ ଅଦଳବଦଳର ପକ୍ରୀୟା । ଏହିଆଧାରରେ ରାଚିଂର ଭଗବାନବିର୍ଶାବାୟୋଲୋଜିକାଲପାର୍କ ଓ ନନ୍ଦନକାନନର ଚିଡିଆଖାନାମଧ୍ୟରେ ଜୀବଜନ୍ତୁଆଦଳବଦଳ ହୋଇଛି ।ଏଥିପାଇଁ କେନ୍ଦ୍ରିୟବିଡିଆଖାନା କର୍ତୁପକ୍ଷ ମଧ୍ୟ ସିକୃତି ପ୍ରଦାନ କରିଥିବା ବେଳେ ମଙ୍ଗଳବାର ବଢିଭୋରୁ ନନ୍ଦନକାନନର ୮ଜଣିଆ ଟିମ ରାଚିଂ ଅଭିମୁଖେ ବାହାରିଛନ୍ତି।ନନ୍ଦନକାନନରୁ ଏହି ଟିମ୍ ୧ଧଳାବାଘ,୪ଗୁରାଣ୍ଡି, ୪ଡାଳିଓଧ, ୨୦ଅନ୍ଧାରିବଗ,୨୦କଳାମୁଣ୍ଡଆବାଜେଣି, ୨ଧୁସରଦଦରାହଣା,୨ବିଲୁଆକୁ ମିଶାଇ ସମୁଦାୟ ୫୩ଜୀବଜନ୍ତୁ ଙ୍କୁ ସାଙ୍ଗରେ ନେଇ ଯାତ୍ରା କରିଛନ୍ତି ।ସେଠାରୁ ୧୪ ତାରିଖରେ ଏହି ଟିମ୍ ୧କଳାଲୋମଯୁକ୍ତବାଘ,୧କଳାଲୋମଯୁକ୍ତ ବାଘବଂଶଜର ଏକ ମହାବଳବାଘ, ୪ହେଟାବାଘ, ୧୦ଝିଙ୍କ,୫ନୀଳଗାଇକୁ ମିଶାଇ ସମୁଦାୟ ୨୧ଟି ଜୀବଜନ୍ତୁକୁ ସାଙ୍ଗରେ ଧରି ନନ୍ଦନକାନନକୁ ପ୍ରତ୍ୟାବର୍ତନ କରିବେ ବୋଲି ଜଣାପଡିଛି ।