ମୁମ୍ବାଇ: ପୂର୍ବତନ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପର ତାଙ୍କ ସ୍ଥାନରେ ଗୌତମଙ୍କୁ ନିଯୁକ୍ତ କରାଯାଇଛି । ଗୌତମ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ନେଇ ଗତ କିଛି ମାସ ହେଲା ଚର୍ଚ୍ଚା ଚାଲିଥିଲା । ଏ ନେଇ ବିସିସିଆଇ ଓ ଗମ୍ଭୀରଙ୍କ ମଧ୍ୟରେ ବି ଅନେକ ରାଉଣ୍ଡ କଥାବାର୍ତ୍ତା ହୋଇଥିଲା । ସେଥିରୁ କଳ୍ପନା କରାଯାଉଥିଲା ଯେ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବା ନିଶ୍ଚିତ ।
ଟିମ ଇଣ୍ଡିଆ ମୁଖ୍ୟ କୋଚ୍ ନିଯୁକ୍ତ ହେବା ପରେ ଗୌତମ ଏକ୍ସରେ ଲେଖିଛନ୍ତି ଯେ ଏହି ପଦବୀ ଗ୍ରହଣ କରିବା ତାଙ୍କ ପାଇଁ ବେଶ ସମ୍ମାନର ବିଷୟ ।