ମୋରଡା : ମୟୁରଭଞ୍ଜ ଜିଲ୍ଲା ମୋରଡା ବିଧାୟକ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ଶୁକ୍ରବାର ମୋରଡା ଗସ୍ତରେ ଆସିଥିଲେ l ଡ଼ଃ ମହାପାତ୍ର ମୋରଡା ବଜାର ରେ ପହଂଚିବା ପରେ ଦୋଳିୟ କର୍ମୀ ମାନେ ଫୁଲ ତଡା ଫୁଲ ମାଲ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ l ସେଠାରୁ ଧାନଶୋଳ ସ୍ଥିତ ଅଭିରାମ ମଠକୁ ଯାଇ ଠାକୁରଙ୍କୁ ଦର୍ଶନ ପୂର୍ବକ ପୂଜାର୍ଚନା କରିଥିଲେ l ପୂଜା ପରେ ସିଧା ମୋରଡା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ l ବ୍ଲକ କାର୍ଯ୍ୟାଳରେ ପହଁଚିବା ପରେ ବ୍ଲକ ପ୍ରଶାସନ, କର୍ମୀ, ମିଶନ ଶକ୍ତି ମହିଳା ଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ କନଫରେନ୍ସ ହୋଲରେ ଗୋଷ୍ଠୀଉନ୍ନୟନ ଅଧିକାରୀ ଅଣାକର ନାଏକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମନ୍ତ୍ରୀ ଡ଼ଃ ମହାପାତ୍ରଙ୍କ ସମେତ ବ୍ଲକ ଅଧକ୍ଷ ପିଥ ନାଥ ସୋରେନ, ମୋରଡା ତହସିଲଦାର ଉତ୍ତମ ଜେନା, ଆର. ଡବ୍ଲୁ. ଏସ. ଏସ. ନିର୍ବାହୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର କୁମାର ନାଏକ, ବ୍ଲକ ଉପାଧକ୍ଷl ଜେମାମଣି ମହାନ୍ତ, ଜିଲ୍ଲା ପରିଷଦ ସଭ୍ୟା ଝରଣା ମୁର୍ମୁ, ସଭ୍ୟ ଅଭିରାମ ଭୋଇ ସି. ଡି. ପି. ଓ. ବିଟୁ ଟୁଡୁ ପ୍ରମୁଖ ମଞ୍ଚାସିନ ଥିବାବେଳେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l ବର୍ତ୍ତମାନ କିପରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଗୁଡିକ ସଠିକ ଭାବେ ଲୋକଙ୍କ ପାଖକୁ ପହଂଚିବ ସେନେଇ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l ଆଜିର ସମୀକ୍ଷା ବୈଠକରେ ମୁଖ୍ୟତଃ ପାନୀୟ ଜଳ ସମସ୍ୟା, ଆବାସ ଗୃହ ବାବଦରେ ବିଶେଷ ସମୀକ୍ଷା ହୋଇଥିଲା l ପ୍ରାୟ ସମସ୍ତ ପଞ୍ଚାୟତର ପାନୀୟ ଜଳର ସମସ୍ୟା ଉତ୍କଟ ଟାଙ୍କି ଥାଇ ପାଣି ଲୋଡ଼ ହେଉନାହିଁ ତ ପାଇପ ବିଛା ହୋଇଛି କିନ୍ତୁ ପାଣି ସାପ୍ଲାଇ ହେଉନାହିଁ, କେଉଁଠି ସ୍ୱଚ୍ଛ ପାଣି ବଦଳରେ କାଦୁଅ ଅପରିଷ୍କାର ପାଣି ଆସୁଅଛି l ଯାହାକୁନେଇ ବହୁ ଅଭିଯୋଗ ମନ୍ତ୍ରୀଙ୍କୁ ଜନତା କରିଥିଲେ l ଆର. ଡବ୍ଲୁ. ଆର ଏସ. ଏସ.ନିର୍ବାହୀ ଯନ୍ତ୍ରୀ ଶ୍ରୀ ନାଏକ ବର୍ତମାନ ବ୍ଲକରେ ଚାଲିଥିବା ସମସ୍ତ ସମ୍ପୂର୍ଣ ଅସମ୍ପୂର୍ଣ କାର୍ଯ୍ୟର ବିବରଣୀ ଦେଇଥିଲେ ଏବଂ ଯଥାଶୀଘ୍ର ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାର ପ୍ରତିଶୁତି ଦେଇଥିଲେ l ସେହିପରି ଆବାସ ଗୃହ ପାଇବାରେ ଯେପରି ଯଗ୍ୟ ହିତାଦିକାରୀ ଘର ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ୱରୋପ କରିଥିଲେ l ଏଥିସହିତ ବର୍ଷା ଦିନ ରାସ୍ତା, ଡ୍ରେନ ସମସ୍ୟାରେ ସାଧାରଣ ଜନତା ଯେପରି ଅସୁବିଧା କିମ୍ବା କ୍ଷତିଗ୍ରସ୍ତ ନ ହୁଅନ୍ତି ସେଥିପାଇଁ ଦୃଷ୍ଟି ଦେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ମନ୍ତ୍ରୀ ଡ଼ଃ ମହାପାତ୍ର l ନିର୍ବାଚନ ସମୟରେ ଦିଆଯାଅଥିବା ପ୍ରତିଶୃତି ଗୁଡିକୁ ପାଞ୍ଚବର୍ଷ ଭିତରେ ନିହାତି ପୂରଣ କରାଯିବ ବୋଲି କହିଥିଲେ ମନ୍ତ୍ରୀ ଡ଼ଃ ମହାପାତ୍ର l
