Odisha news

ପାନୀୟ ଜଳ ସଙ୍କଟ ନେଇ ରତ୍ନପୁର ଗ୍ରାମ ବାସୀଙ୍କ ରାସ୍ତା ଅବରୋଧ

0
ବ୍ରହ୍ମପୁର :  ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ ରତ୍ନପୁର ଗ୍ରାମ ରେ ଗତ କିଛି ଦିନ ଧରି ପାନୀୟ ଜଳ ସଙ୍କଟ ନେଇ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି କର୍ଣ୍ଣପାତ କରି ନଥିବା ବେଳେ ଆଜି ସକାଳେ ଗ୍ରାମ ବାସୀ ଙ୍କ ପକ୍ଷରୁ ବ୍ରହ୍ମପୁର -ଆସିକା ମୁଖ୍ୟ ରାସ୍ତା ଅବରୋଧ କରି ଥିଲେ। ଗ୍ରୀଷ୍ମ ଋତୁରେ ପିଇବା ପାଣି ମିଳୁନଥିବାରୁ ଲୋକ ଡହଳ ବିକଳ ହେଉଛନ୍ତି । ପାଣି ଟୋପାଏ ପାଇଁ ସବୁଠାରେ ନାହିଁ ନଥିବାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା। ହେଲେ ପାଣି ଟୋପାଏ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ରତ୍ନ ପୁର ଗ୍ରାମବାସୀ ମାନେ । ଏପରି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ରତ୍ନପୁର ଗ୍ରାମରେ । ସୂଚନା ଯୋଗ୍ୟ ଯେ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରତ୍ନପୁର ଆଜକୁ ପ୍ରାୟ ୨୦ ଦିନ ହେବ ଗ୍ରାମରେ ପାଣି ଆସୁନଥିବା ଯୋଗୁଁ ଆଜି ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇବା କୁ ବାଧ୍ୟ ହୋଇଛନ୍ତି । ଗ୍ରାମରେ ଦୀର୍ଘ 20 ଦିନ ହେଲା ସେଠାରେ ଥିବା ପାଣି ଲାଇନ୍ ଖରାପ ହୋଇ ରହିଛି। ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ
ଜଳଯୋଗାଣ ବିଭାଗ ହେଇ କି  ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ସେଥି ପାଇଁ ଆଜି ବାଧ୍ୟ ହୋଇ ଗ୍ରାମର ଶତାଧିକ  ମହିଳା ଓ ପୁରୁଷ ବାଲ୍ଟି ଓ ମାଠିଆ ଧରି ବ୍ରହ୍ମପୁର ଓ ଆସିକା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପ୍ରାୟ ତିନି ଘଣ୍ଟା ଧରି ରାସ୍ତା ଅବରୋଧ କରିବା ଫଳରେ ବହୁ ଯାନବାହାନ ରାସ୍ତାରେ ଅଟକି ରହିଥିଲା । ଏଥିରେ ବହୁ ଯାତ୍ରୀ ନାହିଁ ନଥିବାର ସମ୍ମୁଖୀନ ହେଉଥିଲେ । ଘଟଣାର ଖବର ପାଇଁ ବିଡ଼ିଓ ପହଞ୍ଚି ଲୋକ ମାନଙ୍କୁ ବୁଝସୁଝା କରିବା ପରେ ରାସ୍ତାରୁ ହଟିଥିଲା। ସେ କହିଥିଲେ ଯେ ଯୋପଯ୍ୟନ୍ତ ସମସ୍ୟାର ସମାଧାନ ହୋଇନି ସେ ପଯ୍ୟନ୍ତ ଗ୍ରାମରେ ପାଣି ଟ୍ୟାଙ୍କର ଯୋଗେ
 ସକାଳ ସନ୍ଧ୍ୟା ସମୟରେ  ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଏହା ସହ ଜନିବିଲ ପାଣି କିପରି ଗ୍ରାମକୁ ଆସିବ ସେ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ କରାଯିବ ।
Ad2
Leave A Reply