Odisha news

ମହିଳା ଭୋଟରଙ୍କ ଶ୍ରଦ୍ଧାଭାଜନ ହେଉଛନ୍ତି ସୂର୍ଯ୍ୟବଂଶୀ ସୂରଜ

0

ତିହିଡି,୨୨/୦୫: ଧାମନଗର ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଏବେ ମହିଳା ଭୋଟରଙ୍କ ଶ୍ରଦ୍ଧାଭାଜନ ହେବାରେ ଲାଗିଛନ୍ତି । ବିଭିନ୍ନ ସ୍ଥାନରେ ସେ ମାତୃ ଆଶୀର୍ବାଦ ସମ୍ମିଳନୀ ମାନ କରାଇ ମହିଳା ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରାଇବାରେ ସଫଳ ହେଉଛନ୍ତି । ଯେଉଁସ୍ଥାନରେ ସେ ସମ୍ମିଳନୀ କରାଉଛନ୍ତି ସେଠାରେ ହଜାର ହଜାର ମହିଳା ଉପସ୍ଥିତ ହୋଇ ତାଙ୍କ ଉପରେ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ଅଜାଡି ଦେଉଥିବା ପରିଲକ୍ଷିତ ହେଉଛି । ଅତି ସୁନ୍ଦର ଭାବରେ ଓ ମନକୁ ଛୁଇଁଲା ଭଳି ଭାଷଣ ଦେଇ ସେ ଏବେ ମହିଳାଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ମାଆ ମାନଙ୍କ ଆଶୀର୍ବାଦ ତାଙ୍କ ମୁଣ୍ଡ ଉପରେ ଥିବା ଯାଏ ଦୁନିଆର କୌଣସି ଶକ୍ତି ତାଙ୍କ ପଥରୋଧ କରିପାରିବ ନାହିଁ ବୋଲି ସେ କହୁଥିବା ବେଳେ ଆଗାମୀ ନିର୍ବାଚନରେ ସେମାନଙ୍କ ଆଶୀର୍ବାଦ ତାଙ୍କୁ ବିଜୟ ପଥରେ ଆଗେଇ ନେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ସୂରଜ ଗତ ୨୦୨୨ ଉପ ନିର୍ବାଚନରେ ପ୍ରଥମକରି ପ୍ରତିଦ୍ୱନ୍ଦିତାକୁ ଓହ୍ଲାଇ ବିଜେଡିକୁ ପରାଜିତ କରିବା ସହିତ ସାରା ରାଜ୍ୟରେ ଇତିହାସ ସୃଷ୍ଟି କରିଥିଲେ । କାରଣ ବିଗତ ଦିନ ମାନଙ୍କରେ ହୋଇଥିବା ଉପନିର୍ବାଚନ ଫଳାଫଳ ସାଧାରଣତଃ ଶାସକ ଦଳର ସପକ୍ଷରେ ଯାଉଥିବା ବେଳେ ଯୁବ ମାନସର ପ୍ରତୀକ ସୂର୍ଯ୍ୟବଂଶୀ ସୂରଜ କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରି ଦେଖାଇ ଦେଇଥିଲେ । ନିଜର ପ୍ରଭାବଶାଳୀ ବକ୍ତବ୍ୟ ପାଇଁ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟି ଥିବା ସୂରଜ ବିଧାସସଭା ହେଉ କି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ହେଉ ଯେଉଁଭଳି ଶୈଳୀରେ ନିଜର ଯୁକ୍ତିସଙ୍ଗତ ମତାମତ ଉପସ୍ଥାପନ କରନ୍ତି ତାହା ଯେକୌଣସି ଲୋକକୁ ପ୍ରଭାବିତ କରିବା ସ୍ୱାଭାବିକ । ସୂରଜ ଏଥର ନିର୍ବାଚନରେ ନିଜ ପ୍ରଚାରକୁ ଖୁବ ଜୋରଦାର କରିବା ସହ ଅଧିକରୁ ଅଧିକ ଲୋକ ସଂପର୍କ ବୃଦ୍ଧି କରିବାରେ ଲାଗି ପଡିଛନ୍ତି । ନିଜର ମାତ୍ର ଦେଢ ବର୍ଷର ବିଧାୟକତ୍ୱ କାଳରେ ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟାକୁ ସେ ବିଧାନସଭାରେ ଉପସ୍ଥାପନ କରିବା ଠାରୁ ପୁଣି ଏଠାରେ ସେ ଯେଉଁସବୁ ଉନ୍ନତିମୂଳକ କାମ କରିଛନ୍ତି ଓ ଆଗକୁ ବି କ’ଣ ସବୁ କରିବାର ସ୍ୱପ୍ନ ରହିଛି ସେସବୁର ବିବରଣୀ ସେ ଲୋକଙ୍କ ଆଗରେ ଉପସ୍ଥାପନ କରୁଛନ୍ତି । ସୁଖରେ ଦୁôଃଖରେ ସେ ଧାମନଗରବାସୀଙ୍କ ସହ ଅଛନ୍ତି ଓ ଆଗକୁ ବି ରହିବେ ବୋଲି ପ୍ରତିଶ୍ରୁତି ବି ଦେଉଛନ୍ତି । ଏଠାକାର ମହିଳା ମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରାଇବାକୁ ସେ ସବୁପ୍ରକାର ପ୍ରୟାସ କରିବେ ବୋଲି ସୂରଜ ପ୍ରତିଶ୍ରୁତି ଦେଇଛନ୍ତିି । ଅନ୍ୟପକ୍ଷେ ୨୩ ତାରିଖ ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ବି ଧାମନଗରର ଅସୁରାଳିକୁ ପ୍ରଚାରରେ ଆସୁଛନ୍ତି । ଯାହା ଏଠାକାର ଭୋଟରଙ୍କ ଉତ୍ସାହ ଓ ମନୋବଳକୁ ଦ୍ୱଗୁଣିତ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

Ad2
Leave A Reply