Odisha news

ପାଳିଆବିନ୍ଧାରେ ବିଜେଡିର କର୍ମୀ ସମ୍ମିଳନୀ

0

ତିହିଡି, ୦୮/୦୫(ଯଦୁମଣି ପାଣିଗ୍ରାହୀ): ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକ ଅଧିନ ପାଳିଆବିନ୍ଧାରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଜେପିର ଫମ୍ପା ଆୱାଜରେ ପ୍ରଲୋଭିତ ନହୋଇ କର୍ମୀମାନେ ନିଜ ପରିବାର ଭୋଟକୁ ପ୍ରଥମେ ବିଜେଡି ସପକ୍ଷରେ କରାଇବା ସହିତ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇବାକୁ ପରାମର୍ଶ ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ କୁମାର ଦାସଙ୍କୁ ଜିତାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଇବାର ସୁଯୋଗ ସୃଷ୍ଟି କରାଗଲେ ଓଡିଶାର ପ୍ରଗତି ହେବ ବୋଲି ନେତାମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ । ଇଂ. ମହେଶ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମୀ ସମ୍ମିିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସରପଞ୍ଚ ଯଶୋଦା ମଲ୍ଲିକ, ସମିତି ସଭ୍ୟ ଜୀବନଜ୍ୟୋତି ପଲେଇ, ଚିନ୍ତାମଣି ଦାସ, ପ୍ରଦୀପ ପଣ୍ଡା, ତାପସ ପାଠୀ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସୁଧନ୍ୱା ନାୟକ, ପୂର୍ବତନ ସମିତି ସଭ୍ୟ ନବକିଶୋର ମଲ୍ଲିକ, ଭରତ ସାହୁ, ଦୁଷ୍ମନ୍ତ ନାୟକ, ତାପସ ଦାସ, ମାନସୀ ପରିଡା ଓ ମାମିନା କର ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ଏବଂ ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସରୋଜ ଦାସ, ରଞ୍ଜିତ ନାୟକ, ଶୁଭ୍ରଜିତ ପାଲ, କିଶୋର ମଲ୍ଲିକ, ବାବାଜୀ ଦାସ ଓ ଅମିୟ ମଲ୍ଲିକ ପ୍ରମୁୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରାୟ ୫ ଶହରୁୁ ଉଦ୍ଧ୍ୱର୍ କର୍ମୀ ଉପସ୍ଥିତ ଥିଲେ ।

Ad2
Leave A Reply