ତିହିଡି, ୦୮/୦୫(ଯଦୁମଣି ପାଣିଗ୍ରାହୀ): ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଅଲ୍ଲୀନଗରସ୍ଥିତ କଲ୍ୟାଣ ମଣ୍ଡପରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଯୁବ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୩ ପଞ୍ଚାୟତର ଯୁବଗୋଷ୍ଠୀ ଓ ଯୁବ ନେତୃତ୍ୱ ସାମିଲ ହୋଇ ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ଦେଇ ଜୟଯୁକ୍ତ କରାଇବାକୁ ପଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଯୁବଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦେଇଆସୁଛନ୍ତି । ରାଜ୍ୟରେ ଅନେକ ବିକାଶ ମୂଳକ ଯୋଜନା ପ୍ରଣୟନ କରାଯାଇଥିବା ବେଳେ ନବୀନ ଓଡିଶା ଓ ଯୁବ ଓଡିଶାକୁ ଏଥର ସାମିଲ କରାଯାଇଛି । ୨୦୩୬ ମସିହା ଯାଏଁ ଏହି ଯୁବଗୋଷ୍ଠୀଙ୍କ ବିକାଶ ନିମନ୍ତ୍ରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ବିଗତ ନିର୍ବାଚନ ମାନଙ୍କରେ ଯୁବଗୋଷ୍ଠୀଙ୍କୁ ଏକପ୍ରକାର ସହଯୋଗୀ ଭାବେ ନିଆଯାଉଥିଲା ମାତ୍ର ଏଥର ନିର୍ବାଚନରେ ସେମାନଙ୍କୁ ଆଗଧାଡିରେ ରଖାଯାଇଛି । ଏହି ଯୁବଗୋଷ୍ଠୀ ସାମାଜିକ ସଚେତନତା ସୃଷ୍ଟି କରିବା ସହିତ ବିରୋଧିଙ୍କୁ କଡ୍ଡା ଟକ୍କର ଦେଇ ପାରିବେ ଆଉ ଏହା ଦଳ ଆଶା କରିଛି ବୋଲି ମୁଖ୍ୟ ଅତିଥିଭାବେ ଯୋଗଦେଇ ବିିଧାୟକ ପ୍ରାର୍ଥିୀ ଡାକ୍ତର ସଞ୍ଜୟ ଦାସ ଆହ୍ୱାନ ଦେଇଥିଲେ । ଧାମନଗର ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ସୁଧନ୍ୱା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁବ କର୍ମୀ ସମ୍ମିଳନୀରେ ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା, ଯୁବନେତା ଭାରତ ବିଜୟ ଦଳେଇ, ଉପସଭାପତି ବିଶ୍ୱରଞ୍ଜନ ନାୟକ, ଅମର ମଳିକ, ଧନଞ୍ଜୟ ନାୟକ, ଶୁଭ୍ରଜିତ ପାଲ, ହିମାଂଶୁ ଶେଖର ବଳ, ସୁବୋଧ ମିଶ୍ର, ଲଭଲୀ ମହାପାତ୍ର, ଜ୍ୟୋତିପ୍ରକାଶ ବାରିକ, ଆଲୋକ ନାୟକ, ନିର୍ମାଲ୍ୟ ନାୟକ, ଉଦୟ ବିଶ୍ୱାଳ,ଅନିଲ ନାୟକ, ରାମ ସାହୁ, କ୍ଷୀରଦ ଶତପଥି, ଆନନ୍ଦ ସେଠୀ, ସଞ୍ଜିବ ନାୟକ ଓ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ
