Odisha news

ଗୀତା ବାଣୀ : କଠୋର ବାଣୀ ର ବ୍ୟକ୍ତି କେବେ କାହା ସହିତ ଛଳନା କରନ୍ତି ନାହିଁ, ଜାଣନ୍ତୁ ଗୀତାର ଉପଦେଶ

0

ଶ୍ରୀମଦ୍ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ନ ଙ୍କ ଉପଦେଶ କୁ ବର୍ଣନା କରାଯାଇଛି l ଏହି ଉପଦେଶ ମହାଭାରତ ଯୁଦ୍ଧ ସମୟ ର ଅଟେ l ଗୀତା ରେ ଦିଆଯାଇଥିବା ଉପଦେଶ ଆଜିମଧ୍ୟ ସେତିକି ପ୍ରାସଙ୍ଗିକ ଅଟେ l ଯାହାକି ମନୁଷ୍ୟ କୁ ଠିକ ରାସ୍ତା ଦେଖାଇଥାଏ l ଗୀତା ଜୀବନ ରେ ଧର୍ମ, କର୍ମ ଓ ପ୍ରେମ ର ଶିକ୍ଷା ଦେଇଥାଏ l ଗୀତାର ସାର କୁ ଯେଉଁ ବ୍ୟକ୍ତି ଜୀବନ ରେ ଅନୁସରଣ କରିଥାଏ ସେ ଶ୍ରେଷ୍ଠ ହୋଇଥାଏ l ଗୀତାର ବାଣୀ ଅନୁସାରେ କଠୋର ବାଣୀ କହୁଥିବା ବ୍ୟକ୍ତି କଦାପି କାହା ସହିତ ଛଳନା କରିନଥାଏ l

* ଗୀତାରେ କୁହଇଛି ଯେଉଁ ବ୍ୟକ୍ତି ସ୍ପଷ୍ଟ ବାଦୀ ଓ କଠୋର କଥା କହିଥାଏ, ତାର ବାଣୀ କଠୋର ହୋଇଥିଲେ ମଧ୍ୟ ସେ କାହା ସହିତ କେବେ ଛଳନା କରିନଥାଏ l

* ନିଜର ବିଚାର ଠିକ ରଖିଲେ ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କୁ ଭଲ ଲାଗିବେ, ଏବଂ ପ୍ରକୃତି ଭଲ ରଖିଲେ ସବୁ କାର୍ଯ୍ୟ ଠିକ ଭାବରେ ହୋଇଯିବ l

* ଗୀତାରେ କୁହାଯାଇଛି ଜୀବନ ର ୩ଟି ମନ୍ତ୍ର ପ୍ରତ୍ୟେକ ବ୍ୟକ୍ତି ମନେ ରଖିବା ଜରୁରୀ l ଆନନ୍ଦ ସମୟ ରେ କାହାକୁ କୌଣସି ବଚନ ଦିଅନ୍ତୁ ନାହିଁ, କ୍ରୋଧ ସମୟ ରେ ଉତ୍ତର ଦିଅନ୍ତୁ ନାହିଁ, ଏବଂ ଦୁଃଖ ସମୟ ରେ କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ l

* ଗୀତାରେ କୁହାଯାଇଛି ସତ୍ୟ କଦାପି ଦାବୀ କରିନଥାଏ ମୁଁ ସତ୍ୟ ଅଟେ, କିନ୍ତୁ ମିଥ୍ୟା ସବୁବେଳେ ଦାବି କରିଥାଏ ମୁଁ ହିଁ ସତ୍ୟ ଅଟେ l ଭଲ ମଣିଷ ମଧ୍ୟରେ ଗୋଟିଏ ଖରାପ ଅଭ୍ୟାସ ରହିଥାଏ ସେ ସମସ୍ତଙ୍କୁ ଭଲ ବାଛି ବସେ l

* ଗୀତା ରେ କୁହାଯାଇଛି ଆମର ଭାଗ୍ୟ ଆମର ଅତୀତ ର କର୍ମ ର ଫଳ ଅଟେ l ତେଣୁ ଆଜି ଆମେ ଯେଉଁ କର୍ମ କରୁଚୁ ଏହା ଆମର ଆଗାମୀ ଭାଗ୍ୟ କୁ ନିର୍ଧାରିତ କରିବ l

Ad2
Leave A Reply