Odisha news

ଦୁନିଆର ପ୍ରଥମ ସୁନାରେ ତିଆରି ହୋଟେଲ୍ , ଭାବିବା ମାତ୍ରକେ ମନରେ ଅଦ୍ଭୁତ ରୋମାଞ୍ଚ ଖେଳି ଯାଇଥାଏ

0

ନୂଆଦିଲ୍ଲୀ – ମହଙ୍ଗା ଯୁଗରେ ସୁନା କଥା ଭାବିବା ମାତ୍ରକେ ମନରେ ଗୋଟିଏ ଅଦ୍ଭୁତ ରୋମାଞ୍ଚ ଖେଳି ଯାଇଥାଏ l କଣ ଆପଣ କେବେ ଭାବିଛନ୍ତି ଯେଉଁଠି ଲୋକେ ସୁନା ଖଣ୍ଡେ ପିନ୍ଧିବାକୁ ପାଉ ନାହାନ୍ତି ସେହି ସ୍ଥାନରେ ସୁନାର ହୋଟେଲ ? କିମ୍ବା ସୁନା ର କପ ରେ ଚା ପିଇବାର ସୌଭାଗ୍ୟ ଅର୍ଜନ କରିବା ସହିତ ସୁନାର ବାଥ ଟବ ରେ ଗାଧେଇବା କୁ ଉପଭୋଗ କରି ପରିବା କଣ ସମ୍ଭବ, ଏହା କେବଳ ସ୍ବପ୍ନ ଭଳି ଆପଣଙ୍କୁ ଲାଗିଥାଇ ପାରେ l କିନ୍ତୁ ବର୍ତମାନ ଆପନଙ୍କଏ ଏହି ସ୍ବପ୍ନ ସତ୍ୟ ହୋଇଯିବ l ଭିଏତନାମ୍ ର ହାନୋଇ ରେ ଦୁନିଆର ପ୍ରଥମ ଗୋଲଡ୍ ପ୍ଳେଟେଡ଼ ହୋଟେଲ ଖୋଲା ଯାଇଛି l ଏହି ହୋଟେଲ ରେ ଛୁରୀ, ଚାମଚ, ବାଥ ଟବ , କରିଡର ଠାରୁ ନେଇ ଚା ପିଆ କପରେ ସୁନା ର କୋଟେଡ଼ ଚଢା ଯାଇଛି l

୨୦ କୋଟି ଡଲାର ଅର୍ଥାତ ୧୫୦ କୋଟି ଟଙ୍କା ବିନିମୟ ରେ ଏହି ହୋଟେଲ କୁ ତିଆରି କରାଯାଇଛି l ଡୋଲଛେ ହୋନଇ ଗୋଲଡେନ ଲେଙ୍କ ହୋଟେଲ ରେ ଆପଣ ସୁନା କପରେ ଚା ଓ କଫି ପିଇବାର ଆନନ୍ଦ ନେଇପାରିବେ l ସେଥିପାଇଁ ଆପଣଙ୍କୁ ପ୍ରତି ରାତ୍ରିରେ ହୋଟେଲ ର ମୂଲ୍ୟ ୨୫୦ ଡଲାର ଅର୍ଥାତ ୧୯ ହଜାର ଟଙ୍କା ଦେବାକୁ ପଡିବ l ଏହି ୨୫ ମହଲା ବିଶିଷ୍ଟ ହୋଟେଲ ରେ କାନ୍ଥ ରୁ ନେଇ ଛାତ ପର୍ଯ୍ୟନ୍ତ ସବୁ କିଛି ସୁନାରେ କୋଟେଡ଼ ଚଢା ଯାଇଛି l ହୋଟେଲ ମାଲିକ ଙ୍କ କହିବା ଅନୁସାରେ ଏହି ହୋଟେଲ ର ଗୋଟିଏ ବିଶେଷ ଭୋଜନ ରେ ସୁବର୍ଣ୍ଣ ପଦାର୍ଥ ସାମିଲ କରାଯାଇ ଥାଏ l ହୋଟେଲ ମାଲିକ ଗୁୟେନ ଙ୍କ ଇଛା ରହିଥିଲା ଯେ ଏହି ହୋଟେଲ କୁ କୋଟିପତି ଙ୍କ ଠାରୁ ନେଇ ସାଧାରଣ ଲୋକ ମଧ୍ୟ ଆସନ୍ତୁ l ଏଠାକୁ ଯାଉଥିବା ଅତିଥି ମାନଙ୍କ ମତରେ ଏଠାକୁ ସେମାନେ ଯାଇ ନିଜକୁ ଜଣେ ରାଜା ଙ୍କ ଭଳି ଅନୁଭବ କରି ଥାଆନ୍ତି l

Leave A Reply