Odisha news

ଗୀତା ଉପଦେଶ ବାଣୀ : ମନୁଷ୍ୟର ଡର ତାକୁ ଦେଇଥାଏ ବିଶେଷ ସଙ୍କେତ

0

ଶ୍ରୀମଦ ଭଗବତ ଗୀତା ରେ ଭଗବାନ ଶ୍ରୀକୃଷ୍ଣଙ୍କ ଉପଦେଶ ର ବର୍ଣନା ହୋଇଛି l ଏହି ଉପଦେଶ ଯୁଦ୍ଧଭୂମି ରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ଦେଇଥିଲେ l ଆଜି ମଧ୍ୟ ଗୀତା ବାଣୀ ପ୍ରାସଙ୍ଗିକ ଅଟେ l ଯାହା ମନୁଷ୍ୟ କୁ ଜୀବନ ରେ ଆଗକୁ ଯିବାର ରାସ୍ତା ଦେଖାଇ ଥାଏ l ଗୀତା ର ବାଣୀ କୁ ଆପଣାଇବା ଦ୍ୱାରା ନିଜ ଜୀବନ କୁ ସୁନ୍ଦର ଓ ସରଳ ମଧ୍ୟ କରିପାରିବା ବୋଲି ଦର୍ଶା ଯାଇଛି l ଯଦି ଆମେ ଗୀତାର ବାଣୀକୁ ଅନୁସରଣ କରିବା ତେବେ ନିଜ ମଧ୍ୟରୁ କ୍ରୋଧ ଓ ଇର୍ସା କୁ ଦୁରେଇ ପରିବା l

* ଗୀତା ଉପଦେଶ –
– ଶ୍ରୀମଦ ଭଗବତ ଗୀତା ଅନୁସାରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଯଦି କୌଣସି କାମ କରିବାକୁ ଡର ଲାଗିଥାଏ ତେବେ ମନେରଖନ୍ତୁ ଏହା ସଂକେତ ଦେଇଥାଏ ଯେ ଏହି କାମକୁ ଆପଣ ସାହସର ସହିତ କରିବେ ଓ ସଫଳ ମଧ୍ୟ ହେବେ l

– ଗୀତବାଣୀ ଅନୁସାରେ ନେତ୍ର କେବଳ ଆମକୁ ଦ୍ରୁଷ୍ଟି ପ୍ରଦାନ କରିଥାଏ କିନ୍ତୁ ଚକ୍ଷୁ ରେ ଆମେ କେତେବେଳେ କଣ ଦେଖିଥାଉ ତାହା ଆମ ଭାବନା ଉପରେ ନିର୍ଭର କରିଥାଏ l ତେଣୁ ନିଜ ଦୃଷ୍ଟି ର ସଦୁପଯୋଗ କରିବା ଜରୁରୀ l

– ଗୀତା ବାଣୀ ଅନୁସାରେ ମନୁଷ୍ୟ ନିଜକୁ ଈଶ୍ୱର ଙ୍କ ମଧ୍ୟରେ ଲୀନ କରିଦେବା ଉଚିତ l ଏବଂ ଈଶ୍ୱର ଙ୍କ ଇଙ୍ଗିତରେ ଯେଉଁ କାର୍ଯ୍ୟ କରିଥାଏ ସେଥିରେ ସେ ସଫଳ ହୋଇଥାଏ l କାହିଁକି ନା ମଣିଷ କୁ ତା କର୍ମଫଳ ଏହିଠାରେ ହିଁ ମିଳିଥାଏ l

– ଭୋଗ ବିଳାସ ଦ୍ୱାରା ମିଳୁଥିବା ସୁଖ କ୍ଷଣିକ ହୋଇଥାଏ, ଯେବେକି ତ୍ୟାଗ ରେ ସ୍ଥାୟୀ ଆନନ୍ଦ ମିଳିଥାଏ l ଏବଂ କୁସଂଙ୍ଗୀ ସହିତ ବାସ ମନୁଷ୍ୟ କୁ ତାର କର୍ମ ର ଫଳ ଦେଇଥାଏ l ଯାହାକୁ ସେ ଏହି ଜନ୍ମ ରେ ଭୋଗ କରିଥାଏ l

– ଯଦି ଆପଣ କୌଣସି ସ୍ଥାନକୁ ଯିବା ପାଇଁ ଭୟ କରୁଛନ୍ତି ତେବେ ଆପଣ ଈଶ୍ୱରଙ୍କ ନିକଟରେ କୃତଜ୍ଞତା ଜଣାଇ ନିହାତି ଆଗକୁ ଯାଆନ୍ତୁ l ସେହି କର୍ମ ର ଫଳ ହିଁ ଆପଣଙ୍କୁ ଜୀବନ ରେ ଆଗକୁ ନେବାରେ ସାହାଯ୍ୟ କରିବ l

Leave A Reply