ଗରମ ଦିନରେ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଶେଷ ଦେଖା ରଖା ର ଆବଶ୍ୟକତା ରହିଛି l ତାପମାତ୍ରା ବୃଦ୍ଧି, ଗରମ ରେ ଝାଳ ବୋହିବା ତ୍ୱଚାକୁ ହାନି କରିଥାଏ l ଏପରି ସ୍ଥିତି ରେ ତ୍ୱଚା ର ଆକର୍ଷଣ ପାଇଁ ଏବଂ ଗୋଟିଏ ସୁସ୍ଥ ତ୍ୱଚା ପାଇଁ ଦହି ଫେସିଆଲ ଗୋଟିଏ ଉତ୍ତମ ଉପାୟ l ଦହିରେ ଥିବା ଲାକଟିକ ଏସିଡ, ପ୍ରବାୟୋଟିକ୍ସ ଏବଂ ପୋଷାକ ତତ୍ୱ ତ୍ୱଚା ପାଇଁ ଖୁବ ଆବଶ୍ୟକ l ତେବେ ଆସନ୍ତୁ ଜାଣିବା ଗରମ ଦିନରେ ଦହି ଫେସିଆଲ କିଭଳି ଉପଯୋଗୀ l
* ତ୍ୱଚା କୁ ହାଇଡ୍ରେଟ କରେ : ଦହିରେ ଥିବା ଲକଟିକ ଏସିଡ ଏକ ପ୍ରାକୃତିକ ମଇଶ୍ଚରାଇଜର ଯାହା ତ୍ୱଚାକୁ ହାଇଡ୍ରେଟ କରିବାରେ ସାହାଯ୍ୟ କରିଥାଏ l ଏହା ତ୍ୱଚାର ଡ୍ରାଏନେସ କୁ ଦୂର କରିଥାଏ l ଏବଂ ତ୍ୱଚା ରେ କାନ୍ତି ଆଣିଥାଏ l
* ତ୍ୱଚା କୁ ଏକ୍ସଫୋଲିଏଟ କରିଥାଏ : ଦହିରେ ଥିବା ଲାକଟିକ ଏସିଡ ଗୋଟିଏ ହାଲୁକା ଏକ୍ସଫୋଲିଏଟ ଅଟେ l ଯାହା ତ୍ୱଚାର ମୃତ କୋଷିକା କୁ ହଟାଇବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ତ୍ୱଚା ର ଚମକ ବୃଦ୍ଧି ହୋଇଥାଏ l
* ତ୍ୱଚା ର ରଙ୍ଗରେ ଚମକ ଆସିଥାଏ : ଦହିରେ ଥିବା ଲାକଟିକ ଏସିଡ ଓ ପ୍ରବାୟୋଟିକ ତ୍ୱଚାର ରଙ୍ଗ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଏବଂ ତ୍ୱଚା ର ପିଗ ମେଣ୍ଟେସନ ମଧ୍ୟ ଦୂର କରିଥାଏ l ଏବଂ ଗୋଟିଏ ସୁନ୍ଦର ତ୍ୱଚା ଦେଇଥାଏ l
* ତ୍ୱଚା ଫୁଲିବା ଦୂର କରିଥାଏ : ଦହି ରେ ଥିବା ପ୍ରବାୟୋଟିକ ମୁହଁ ଫୁଲିବା ଦୁରେଇ ଥାଏ l ଏବଂ ବ୍ରଣ, ଏଗଜିମା ଓ ଷୋରିଆସିସ ଭଳି ସମସ୍ୟାକୁ ମଧ୍ୟ ଦୂର କରେ l ଏବଂ ଗୋଟିଏ ସୁସ୍ଥ ତ୍ୱଚା ପ୍ରଦାନ କରିଥାଏ l
* ତ୍ୱଚା କୁ ପୋଷଣ ଦିଏ : ଦହି ଅନେକ ଗୁଡିଏ ପ୍ରାକୃତିକ ପୋଷାକ ତତ୍ତ୍ୱରେ ଭରପୁର ଅଟେ l ଏଥିରେ ଭିଟାମିନ, ମିନେରାଲସ, ପ୍ରୋଟିନ ରହିଛି , ଯାହା ତ୍ୱଚାକୁ ମଧ୍ୟ ପୋଷଣ ଦିଏ l ଏହା ତ୍ୱଚାର କୋଷିକା କୁ ସୁସ୍ଥ ରଖିବା ସହିତ ତାହାକୁ କ୍ଷତି ହେବାରୁ ରକ୍ଷା କରିଥାଏ l
* ଦହି ଫେସିଆଲ କରିବାର ବିଧି –
ଗୋଟିଏ ପାତ୍ରରେ ୫ ଚାମଚ ଦହି, ଗୋଟିଏ ଚାମଚ ମହୁ, ଗୋଟିଏ ଚାମଚ ଲେମ୍ବୁ ରସ, ଅଧ ଚାମଚ ହଳଦୀ ଗୁଣ୍ଡ କୁ ମିଶାଇ ନିଅନ୍ତୁ l
– ନିଜ ମୁଖ କୁ ଉଷୁମ ପାଣିରେ ଧୋଇ ନେଇ ପୋଛି ଦିଅନ୍ତୁ l
– ଏବଂ ଏହି ମିଶ୍ରଣ କୁ ୧୫ -୨୦ ମିନିଟ ପର୍ଯ୍ୟନ୍ତ ନିଜ ମୁହଁ ଓ ବେକରେ ଲଗାଇ ରଖନ୍ତୁ l
– ଏହାପରେ ନର୍ମାଲ ପାଣିରେ ଧୋଇ ନିଅନ୍ତୁ l
– ଦହି ଫେସିଆଲ ସପ୍ତାହ କୁ ମାତ୍ର ଗୋଟିଏ ଥର କିମ୍ବା ୨ଥର କରନ୍ତୁ l
– ଯଦି ଆପଣଙ୍କ ର ସମ୍ବେଦନଶୀଳ ତ୍ୱଚା ତେବେ ଏହାକୁ କରନ୍ତୁ ନାହିଁ l