Odisha news

ମସଲାରେ ମିଳୁଥିବା ଏଥିଲିନ ଆକ୍ସାଇଡ ବୃଦ୍ଧି କରୁଛି କ୍ୟାନ୍ସର ର ବିପଦ , ରୁହନ୍ତୁ ସତର୍କ : ରିସର୍ଚ୍ଚ

0

ଏହି ରିପୋର୍ଟ ଅନୁସାରେ ରା଼ପୀଡ଼ ଆଲର୍ଟ ସିଷ୍ଟମ ଫର ଫୁଡ ଏଣ୍ଡ ଫିଡ଼ (RASFF) ପକ୍ଷରୁ ଜାରି ହୋଇଥିବା ଡାଟା ଅନୁସାରେ ୫୨୭ ଟି ପ୍ରଡକ୍ଟସ, ୩୧୩ ଡ୍ରାଏ ଫ୍ରୁଟସ, ୬୦ ମସଲା, ୪୮ ଡାଇଟାରି ଫୁଡ ଏବଂ ୩୪ ଟି ଅନ୍ୟ ଖାଦ୍ୟ ଆଇଟମ ରେ କ୍ୟାନ୍ସର ବୃଦ୍ଧି କରୁଥିବା ତତ୍ୱ ରହିଛି l

– ଏଥେଲୀନ ବିଷୟରେ କିଛିଟା ଜାଣିବା କଥା –

* ଏଥିଲିନ ଆକ୍ସାଇଡ ଗୋଟିଏ ପ୍ରକାରର ଗ୍ୟାସ ଅଟେ, ଯାହାକୁ ଫୁଡ ପ୍ରଡକ୍ଟ ପ୍ୟାକେଜିଙ୍ଗ ସମୟ ରେ ବ୍ୟବହାର କରାଯାଇ ଥାଏ , କାରଣ ଯେପରି ପୋକ ଲାଗି ନଯାଉ l ଏହା ଗୋଟିଏ ଜଣାଶୁଣା କାର୍ସିନୋଜନ ଅଟେ l ଯାହାକି କ୍ୟାନ୍ସର ର ବିପଦ କୁ ବୃଦ୍ଧି କରିଥାଏ l ୟୁରୋପୀୟ ସଂଘରେ ଏହାର ଗୋଟିଏ ନିର୍ଧାରିତ ସମୟ ସୀମା ରହିଛି l

* ପ୍ୟାକେଜିଙ୍ଗ ସମୟରେ ଫୁଡ ଷ୍ଟୋରେଜ ଓ ପରିବହନ ସମୟ ରେ ଫିମ୍ପି ନମାରିବା ଓ ବ୍ୟାକ୍ଟେରିଆ ନଲାଗିବା ପାଇଁ ଏଥେଲୀନ ଅକ୍ସାଇଡ ର  ବ୍ୟବହାର କରାଯାଇଥାଏ l

* ଫୁଡ ପ୍ରଡକ୍ଟସ ରେ ଏଥେଲୀନ ଅକ୍ସାଇଡ ର ବ୍ୟବହାର ଜନସାଧାରଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଖୁବ କ୍ଷତିକାରକ l ଇଣ୍ଡିଆନ ଏକ୍ସପ୍ରେସ ର ଗୋଟିଏ ଆର୍ଟିକିଲ ଅନୁସାରେ ଏହା ଶରୀର ପାଇଁ ଖୁବ କ୍ଷତିକାରକ l

* ଏଥେଲୀନ ଅକ୍ସାଇଡ କୁ ଇଣ୍ଟରନେଶନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନ୍ସର (IARC) ଦ୍ୱାରା ଗୋଟିଏ ସମୂହ ଭାବରେ ବର୍ଗିକୃତ କରାଯାଇଛି l ଯାହାର ଅର୍ଥ ହେଉଛି ଏହା ମନୁଷ୍ୟ ଙ୍କ ନିକଟରେ କାର୍ସିନୋଜେନିକ ପ୍ରଭାବ ସିଦ୍ଧ କରିଛି l ଏହାର ଲଗାତାର ପ୍ରଭାବ ଦ୍ୱାରା ସ୍ତନ କର୍କଟ ଓ ଲିମ୍ଫୋଇଡ କ୍ୟାନ୍ସର ର ବିପଦ ବଢି ଯାଇଥାଏ l

Leave A Reply