Odisha news

ମଧୁବାବୁଙ୍କ ପାଇଁ ଓଡିଆଙ୍କ ସ୍ୱତନ୍ତ୍ର ପରିଚୟ ଭାରତ ବର୍ଷରେ ସୃଷ୍ଟି ହୋଇଛି

0
ସାଲେପୁର :-ଦ୍ୱାଦଶ ତମ ବିରୂପା ମହୋତ୍ସବର ତୃତୀୟ ଓ ଚତୁର୍ଥ ସନ୍ଧ୍ୟା ଭରପୂର ମନୋରଞ୍ଜନ ସହିତ ଅନୁଷ୍ଠିତ ହୋଇଯାଇଛି।ଗୋପୀନାଥ ପୁର ହରିଡା ପଡିଆ ଠାରେ ତୃତୀୟ ସନ୍ଦ୍ୟାରେ ବିକାଶ ଚନ୍ଦ୍ର ଦାଶଙ୍କ ସ୍ୱଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନ୍ୟାୟମୂର୍ତି ବିଜୟ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନସ ପଣ୍ଡା ଯୋଗ ଦେଇ ମଧୁବାବୁ ଙ୍କ ଜନ୍ମ ମାଟି ରେ ଏଭଳି କାର୍ଯ୍ୟକ୍ରମ କରୁଥିବାରୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ। ଏହି ଅଵସରରେ ବିରୂପା ସାମ୍ବାଦିକ ଗୌରବ ସମ୍ମାନ ରେ ମାନସ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଚତୁର୍ଥ ସନ୍ଦ୍ୟାରେ ଶ୍ରୀକାନ୍ତ ସାମଲଙ୍କ ସ୍ୱଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ କଟକ ଉପ ବନଖଣ୍ଡ ଅଧିକାରୀ ହରେକୃଷ୍ଣ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ପାରାଦୀପ ଇଫ କୋର ମୁଖ୍ୟ ପ୍ରଶାସନିକ ଅଧିକାରୀ ପ୍ରସନ କୁମାର ବେହୁରା ଯୋଗଦେଇ ମଧୁବାବୁଙ୍କ ପାଇଁ ଓଡିଆଙ୍କ ସ୍ୱତନ୍ତ୍ର ପରିଚୟ ଭାରତ ବର୍ଷରେ ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଥିଲେ। ବିଶ୍ୱରଞ୍ଜନ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁରେଶ କୁମାର ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ।ତୃତୀୟ ସନ୍ଦ୍ୟାରେ ସିଧାର୍ଥ ଟିଭି ର ଧାରାବାହିକ ସିନ୍ଦୁର ନୁହେଁ ଖେଳଘର ର କଳାକାର ମାନଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଚତୁର୍ଥ ସନ୍ଧ୍ୟାରେ କେନ୍ଦ୍ରାପଡା ରଫିଟ ଆଣ୍ଡ ଫାୟାର ଡ୍ୟାନ୍ସ ଏକାଡେମୀ ଓ ସିଧାର୍ଥ ଟିଭିର ଧାରାବାହିକ ସୁନୟନାର କଳାକାର ମାନଙ୍କ ଦ୍ଵାରା ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା।ଏହି ମହୋତ୍ସବ କୁ ଅନୁଷ୍ଠାନର ଉପଦେଷ୍ଟା ଦିଲ୍ଲୀପ ଦାଶ, ପ୍ରଶାନ୍ତ କୁମାର କର, ଦେବେନ୍ଦ୍ର ନାଥ ସ୍ବାଇଁ, ବିଶ୍ୱରଞ୍ଜନ ସାହୁ, ପ୍ରଶାନ୍ତ କୁମାର ଭୂୟାଁ, ରମେଶ କୁମାର ଲେଙ୍କା, ବନମାଳୀ ପ୍ରଧାନ, ଜ୍ୟୋତିରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।(
Govt
Leave A Reply